ସକାଳୁ ଅଧୁଆ ମୁହଁରେ ପାଣି ପିଇଲେ ହୋଇଥାଏ ଏହି ୫ଟି ଆଶ୍ଚର୍ଯ୍ୟକର ଫାଇଦା

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ଜଳ ଆମ ଶରୀର ପାଇଁ କେତେ ଆବଶ୍ୟକ l ପାଣି ବିନା ଜୀବ ଜଗତର କଳ୍ପନା କରିବା ଅସମ୍ଭବ ଅଟେ l ତେଣୁ ମନୁଷ୍ୟ ପାଇଁ ଏହାର ଉପଯୋଗ କହିଲେ ନସରେ l ମଣିଷ ବିନା ପାଣି ରେ ଜୀବନ ଧାରଣ କରିବା ଅସମ୍ଭବ l ତେଣୁ ମଣିଷ ନିଜର ଆବଶ୍ୟକ ଅନୁସାରେ ପିଇବା ଆବଶ୍ୟକ l

ଜାଣିଥିବେ ଯେ ପାଣି ଆମ ଶରୀରର ପ୍ରାୟ 70 ପ୍ରତିଶତ ଅଟେ l ସେଥିପାଇଁ ଆମ ଶରୀରରେ ପାଣିର କେତେ ଆବଶ୍ୟକତା ଆପଣ ଅନୁଭବ କରି ପାରୁଥିବେ l

ପାଣି ଆମ ଶରୀର ର ସମସ୍ତ ବର୍ଜ୍ୟ ବସ୍ତୁକୁ ନିଷ୍କାସନ କରିବା ପାଇଁ ପାଣିର ସବୁଠୁ ବଡ ଅବଦାନ ଅଟେ l ଏହା ସହିତ ପାଣି ଆମ ଶରୀରର ରକ୍ତରେ ମଧ୍ୟ ଆବର୍ଜନା ର ହାର କୁ ନିୟନ୍ତ୍ରଣ କରିଥାଏ l ପାଣି ଆମ ଶରୀରର ରକ୍ତର ଅମ୍ଳ ଏବଂ କ୍ଷାର ର ନିୟନ୍ତ୍ରଣ ହୋଇ ଥlଏ l ପାଣି ଆମର ଖାଇଥିବା ଖାଦ୍ୟର ପରିପାକ କ୍ରିୟା କରିବାରେ ସହାୟତା କରିଥାଏ l

ତେଣୁ ଜଣେ ସୁସ୍ଥ ମଣିଷ ହେବାକୁ ହେଲେ ଆମକୁ 4ରୁ 6 ଲିଟର ପାଣି ପିଇବା ନିହାତି ଆବଶ୍ୟକ l ମଣିଷ ନିଜର ପାଣି ପିଇବା ରେ ଧ୍ୟାନ ଦେଉ ନଥିବାରୁ ସେ ଆଜି ନାନାଦି ପ୍ରକାର ରାଗରେ ଆକ୍ରାନ୍ତ ହେଉଛି l ପାଣି ଆମର ଶରୀର ରକ୍ତଚାପ ନିୟନ୍ତ୍ରଣ କରିଥାଏ l

ଯଦି ଜଣେ ମନୁଷ୍ୟ ରାତିରେ ଶୋଇ ସକାଳୁ ଉଠି ଅଧୁଆ ମୁହଁରେ ପlଣି ପିଅନ୍ତି ତେବେ ଆମର ମୁହଁ ଚମକ ଦେଖା ଯାଏ l ଏହା ସହିତ ଆମର ହୃଦ ଜନିତ ରୋଗ ଦୂର ହୋଇଥlଏ l ପାଣି ପିଇବା ର 5 ନିୟମ ଯଦି ପାଳନ କରନ୍ତି ତାହାଲେ ଆପଣ କେବେବି କୌଣସି ରୋଗରେ ଆକ୍ରାନ୍ତ ହେବେ ନାହିଁ

1-ସବୁଦିନ ସକାଳୁ ଅଧୁଆ ମୁହଁରେ ପାଣି ପିଇବା ଆବଶ୍ୟକ କାରଣ ଏହିପରି କଲେ ଆମ ଶରୀରର ସମସ୍ତ ବର୍ଜ୍ୟ ବସ୍ତୁ ବାହାରି ଯାଏ l

2-ସବୁଦିନ ଶୋଇବା ପୂର୍ବରୁ ପାଣି ପିଇବା ଆବଶ୍ୟକ କାରଣ ଏହିପରି କଲେ ଆମର ଓଠ ନରମ ହୋଇଥାଏ l

3- ସନ୍ଧ୍ୟା ବେଳେ ଭୋଜନ କରିବା ପୂର୍ବରୁ ପାଣି ପିଇବl ଆବଶ୍ୟକ କାରଣ ଏହି ପରିକଲେ ଆମର ମୋଟା ପଣ କମିଥାଏ l

4- ଭୋଜନ କରିବା ସମୟରେ କମ ପାଣି ପିଇବା ଆବଶ୍ୟକ ଏହିପରି କଲେ ଏସିଡରୁ ମୁକ୍ତି ମିଳିଥାଏ l

5-ସକାଳୁ ଖାଲି ପେଟରେ ପାଣି ପିଇଲେ ଶରୀର ସମସ୍ତ ରୋଗ ନlସ ହୋଇଥାଏ l

ସମସ୍ତ ଭୋଜନ ସମୟରେ 45 ମିନିଟ ପୂର୍ବରୁ ତଥା 45 ମିନିଟ ପରେ ପାଣି ପିଇବା ଆବଶ୍ୟକ l ଏପରି କଲେ 90 ପ୍ରତିଶତ ରୋଗ ହୁଏ ନାହିଁ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।