ଦେଖନ୍ତୁ ଭିଡ଼ିଓ । ଶେଷରେ ସବୁ ସୀମା ଟପି ଗଲେ ରାଣୀ ପଣ୍ଡା, ପାଣ୍ଡିଆନ ମୋ ସହିତ…….

ରାଜ୍ୟ ରାଜଧାନୀ ରେ ଯାତ୍ରା କଳାକାର ମାନଙ୍କର କ୍ଷୋଭ ଦେଖିବାକୁ ମିଳିଛି ଏକ ଭିନ୍ନ ଭାବରେ। ଦୀର୍ଘଦିନ ଧରି ସେମାନଙ୍କୁ ଯାତ୍ରା କରିବାର ଅନୁମତି ନଦେବା କାରଣରୁ ସେମାନେ ଏଥିପାଇଁ ଏବେ ରାଜରାସ୍ତାକୁ ଓହ୍ଲାଇ ଅଛନ୍ତି ଏବଂ ସେମାନଙ୍କ ହକ ଦାବି କରୁଛନ୍ତି। ସେମାନଙ୍କ କ୍ଷୋଭ ଏତେ ବଢି ଯାଇଛି ଯାହା ସେମାନଙ୍କର କଥାବାର୍ତ୍ତା ରୁ ଜଣା ପଡୁଛି।

କାରଣ ରାଗିଯାଇ ଗଣମାଧ୍ୟମ କୁ ପ୍ରତିକ୍ରିୟାରେ ଅଭିନେତ୍ରୀ ତଥା ଯାତ୍ରା ଜଗତର ଜଣାଶୁଣା ଚେହେରା ରାନୀ ପଣ୍ଡା କହିଛନ୍ତି ନବୀନ ପଟ୍ଟନାୟକ ହେଉଛନ୍ତି ମୋର ସିଏ ଏବଂ ପାଣ୍ଡିଆନ ମୋର ଦିଅର ଆଉ ମୋଦୀ ହେଉଛନ୍ତି ମୋର ଦେଢ଼ସୁର ।

ତେବେ ଏହି ଧାରଣା ରେ କଳାକାର ମାନଙ୍କ ର ଗୋଟିଏ ଦାବି ରହିଛି ଯେ ସେମାନଙ୍କୁ ମଞ୍ଚ ପରିଚାଳନା ବା ଯାତ୍ରା କରିବାର ସୁଯୋଗ ଦିଆଯାଉ। ସେମାନେ କରନା କାରଣରୁ ବହୁତ୍ ଦିନ ଚୁପ୍ ରହିଲେ କିନ୍ତୁ ଏବେ ଆଉ ଚୁପ୍ ରହିବେ ନାହିଁ। କରନା ସଙ୍କଟ ମଧ୍ୟରେ ନିଜର ଜୀବିକା ହରାଇ ଅନେକ କଳାକାର ବହୁତ୍ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ରୋଜଗାର ଅଭାବରୁ ଯାତ୍ରା ଜଗତର ଏହି କଳାକାର ମାନେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛନ୍ତି। ସେମାନଙ୍କ ସ୍ଥିତି ବୁଡିବାକୁ ବସିଲାଣି ଏବଂ ସମସ୍ତେ ଘରେ ରହିଛନ୍ତି।ତେଣୁ ଆଗକୁ ସେମାନଙ୍କୁ ଯାତ୍ରା ପରିବେଷଣ ପାଇଁ ସରକାର ଅନୁମତି ଦିଅନ୍ତୁ ବୋଲି ସେମାନଙ୍କର ଅଭିଯୋଗ ରହିଛି। ଯାହାକୁ ମାନି ନେବାକୁ ସେମାନେ ସରକାରଙ୍କୁ କହିଛନ୍ତି।

ତେବେ ସେମାନଙ୍କର ଅଭିଯୋଗ ରହିଛି ଯେ ଯଦି ରାଜନୈତିକ ରାଲି ଏତେ ସଂଖ୍ୟାରେ ହୋଇ ପାରୁଛି, ଲୋକ ସମାଗମ ସହିତ ସଭା ସମିତି ସବୁ ଖୋଲି ଗଲାଣି ଏବଂ ସେସବୁ କାର୍ଯ୍ୟ କଟକଣା ମଧ୍ୟରେ ଯଦି ସମ୍ଭବ ହୋଇ ପାରୁଛି ତେବେ କାହିଁକି ସରକାର ଯାତ୍ରା କଳାକାର ମାନଙ୍କୁ ଅନୁମତି ନଦେଇ ସେମାନଙ୍କ ପ୍ରତି ଅନ୍ୟାୟ କରୁଛନ୍ତି।

ଏହା ସହ ସେମାନେ କହିଛନ୍ତି ଯେ ଆମେ କେବଳ ଏତିକି ଚାହୁଁଛୁ ଯେ ଆମର କଳାକ୍ଷେତ୍ର ଖୋଲିବାକୁ ଅନୁମତି ଦିଅନ୍ତୁ।ଏହାସହ ଦାବି ରେ ଏହାମଧ୍ୟ ସେମାନେ କହିଛନ୍ତି ଯେ ଯାତ୍ରା କରିବା ପାଇଁ ସରକାର୍ ଯେଉଁ ଗାଇଡଲାଇନ୍ ରଖିବେ ସେସବୁକୁ ସେମାନେ ମାନିବାକୁ ମଧ୍ୟ ପ୍ରସ୍ତୁତ ଅଟନ୍ତି।

ଆଉ ଯଦି ସରକାର ସେମାନଙ୍କୁ ଅନୁମତି ନ ଦିଅନ୍ତି ତେବେ ସେମାନେ ଆଗାମୀ ଦିନରେ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଚେତାବନୀ ଶୁଣାଇ ଛନ୍ତି। ତେବେ ଯାତ୍ରା କଳାକାର ମାନଙ୍କର ଏହି ଦାବିରେ ସେମାନଙ୍କ ସହିତ କଂଗ୍ରେସ ବିଧାୟକ ସୁର ରାଉତରାୟ ଯୋଗ ଦେଇ ସେମାନଙ୍କ ଦାବି ସପକ୍ଷରେ ଯାଇଛନ୍ତି ଏବଂ ସରକାରଙ୍କୁ କଳାକାର ଙ୍କ ଦାବି କୁ ମାନିନେଇ ସେମାନଙ୍କୁ ମଞ୍ଚ ଖୋଲିବାକୁ ଅନୁମତି ଦିଅନ୍ତୁ ବୋଲି ମଧ୍ୟ କହିଛନ୍ତି।

ସେ ରାନୀ ପଣ୍ଡା କୁ ମଧ୍ୟ ସମର୍ଥନ ଜଣାଇଛନ୍ତି ଏବଂ ତାଙ୍କୁ ଏକ ପ୍ରତିଭାବାନ କଳାକାର ବୋଲି କହିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।