whats app ଆଣିଲା ନୂଆ ଫିଚର୍ । ଏବେ whats app ରେ ପଠାଇ ପାରିବେ ପଇସା, ଜାଣନ୍ତୁ ସମ୍ପୂର୍ଣ ପ୍ରକ୍ରିୟା…..

ହ୍ବାଟସଆପ୍ ଆଣିଲା ନୂଆ ଫିଚର୍।ଏବେ ହ୍ବାଟସଆପ୍ ମାଧ୍ୟମରେ ଆପଣ ସହଜରେ କରି ପାରିବେ ଟଙ୍କା ଟ୍ରାନ୍ସଫର।ଏଥିପାଇଁ ହ୍ବାଟସଆପ୍ ଆଣିଛି UPI Payment ସୁବିଧା। ଭାରତୀୟ ଏବେ ହ୍ବାଟସଆପ୍ ମାଧ୍ୟମରେ ପଇସା ଟ୍ରାନ୍ସଫର କରି ପାରିବେ। ନ୍ଯାସନାଲ ପେମେଣ୍ଟ କର୍ପୋରେସନ ଅଫ ଇଣ୍ଡିଆ (NPCI) ହ୍ବାଟସଆପ୍କୁ ଅନୁମତି ଦେଇଛି।

ବହୁତ୍ ବର୍ଷ ହେବ ହ୍ବାଟସଆପ୍ ଏହାର ଅପେକ୍ଷା କରିଥିଲା। ହ୍ବାଟସଆପ୍ UPI ବେସଡ ପେମେଣ୍ଟର ଟେଷ୍ଟିଂ ପୂର୍ବରୁ କରିସାରିଛି।ଏବେ ଗୋଟିଏ ମେସେଜ ଭଳି ସହଜରେ ଆପଣ ଟଙ୍କା ପଠାଇ ପାରିବେ।

ଯଦି ଆପଣଙ୍କ ହ୍ବାଟସଆପ୍ ପେମେଣ୍ଟରେ ପୂର୍ବରୁ ପେମେଣ୍ଟ ଅପସନ ଅଛି ତେବେ ଆପଣ ବ୍ଯବହାର କରି ପାରିବେ। ଯଦି ନାହିଁ ତେବେ ଆପଣ ଏହାକୁ ଅପଡେଟ କରି ଚେକ୍ କରି ପାରିବେ। ମନେ ରଖନ୍ତୁ ଯେ ହ୍ବାଟସଆପ୍ ପେମେଣ୍ଟ କରିବା ପାଇଁ ଗ୍ରାହକଙ୍କ ପାଖରେ ଡେବିଟ କାର୍ଡ ରହିଥିବା ଜରୁରୀ।

ହ୍ବାଟସଆପ୍ ପେମେଣ୍ଟ ଅପସକୁ ଯାଇ ଆପଣ ନିଜର ବ୍ଯାଙ୍କ ସିଲେକ୍ଟ କରି ଡିଟେଲ୍ସ ଦେଇ ଏହାକୁ ଆକ୍ଟିଭ କରିପାରିବେ।ତେବେ ଫେସବୁକ୍ ସିଇଓ ମାର୍କ ଜୁକରବର୍ଗଙ୍କ କହିବା ଅନୁଯାୟୀ ଟଙ୍କା ପଠାଇବା କିମ୍ବା ରିସିଭ କରିବା ପାଇଁ ହ୍ଵାଟ୍ସଆପ କୌଣସି ଶୁଳ୍କ ଆଦାୟ କରିବ ନାହିଁ । ଅନେକ ଲୋକ WhatsApp Pay ର ଆରମ୍ଭ ମଧ୍ୟ କରିଥିବା ବେଳେ କିଛି ଲୋକ ଏପର୍ଯ୍ୟନ୍ତ ଏହି ଫିଚର ବିଷୟରେ ଜାଣି ନାହାଁନ୍ତି ।

ତେବେ ଆସନ୍ତୁ ଜାଣିବା କିପରି ଆପଣ ହ୍ଵାଟ୍ସଆପରେ ଟଙ୍କା ଟ୍ରାନ୍ସଫର କରିବେ ?

ଏଥିପାଇଁ ସର୍ବପ୍ରଥମେ ଆପଣ ନିଜର ହ୍ଵାଟ୍ସଆପ ଆପକୁ ଅପଡେଟ୍ କରନ୍ତୁ । ଏହା ପରେ ହ୍ଵାଟ୍ସଆପ ଖୋଲି ସେଟିଂକୁ ଯାଆନ୍ତୁ । ସେଠାରେ ଆପଣ ଏକ Paymentର ବିକଳ୍ପ ଦେଖିବେ ।ଏହାପରେ ଆପଣ ବର୍ତ୍ତମାନ ପେମେଣ୍ଟ ଉପରେ କ୍ଲିକ୍ କଲେ ଆପଣ New Paymet ଏବଂ Add Payment Method ବିକଳ୍ପ ପାଇବେ ।

ଏହାପରେ Add Payment Method ଉପରେ କ୍ଲିକ୍ କଲେ ଆପଣ ଅନେକ ବ୍ୟାଙ୍କର ନାମ ଦେଖିବେ । ବର୍ତ୍ତମାନ ନିଜର ବ୍ୟାଙ୍କ ଚୟନ କରନ୍ତୁ । ଯେଉଁଥିରେ ଦେବିଟ୍ କାର୍ଡ ଆପଣଙ୍କ ପାଖରେ ରହିଛି।ଏହା ପରେ, ଆପଣଙ୍କ ଫୋନରେ ଏକ ଭେରିଫିକେସନ ମେସେଜ ଆସିବ।

ଏହା ପରେ ଆପଣଙ୍କୁ UPI PIN ଦେବାକୁ ପଡିବ । ପିନ୍ ସେଟ୍ କରିବା ପରେ ବର୍ତ୍ତମାନ କାହାକୁ ପେମେଂଟ କରିବାକୁ ହେଲେ ସେହି ବ୍ୟକ୍ତିଙ୍କ ଚାଟ୍ ଖୋଲନ୍ତୁ ଏବଂ ଆଟାଚମେଣ୍ଟ ଆଇକନ୍ ଉପରେ ଟ୍ୟାପ୍ କରନ୍ତୁ । ସେଠାରେ ଆପଣ ଏକ ପେମେଣ୍ଟ ଅପ୍ସନ ଦେଖିବେ ଏବଂ ଏଠାରେ ଆପଣ ପେମେଂଟ କରି ପାରିବେ ।

ଆପଣ ଯାହାକୁ ଚାହିବେ ସେଠାରେ ଯାଇ ସହଜରେ ସେହି ବ୍ୟକ୍ତିଙ୍କ ପାଖକୁ ଟଙ୍କା ପଠାଇ ପାରିବେ। ଏହାର ପ୍ରକ୍ରିୟା ବହୁତ୍ ସହଜ ରହିଛି। ଗୋଟିଏ ମେସେଜ ଭଳି ଆପଣ କେଇ ସେକେଣ୍ଡ ରେ ଏହି ଟଙ୍କା ପଠାଇ ପାରିବେ ଉପରୋକ୍ତ ପ୍ରକ୍ରିୟା କୁ ଅନୁସରଣ କରି।