ସମସ୍ତ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଆସିଲା ବଡ scholarship । ଦଶମ ପାସ କରିଥିଲେ ନିଶ୍ଚୟ ଦେଖନ୍ତୁ……

ଆପଣ ମାନେ ସମସ୍ତେ ପ୍ରେରଣା ଛାତ୍ର ବୃତ୍ତି ଯୋଜନା ବିଷୟ ରେ ଜାଣିଥିବେ ଯାହା କି ଯଦି ଆପଣ ଦଶମ ଶ୍ରେଣୀ ପାସ କରିଛନ୍ତି ଓ ଅଧିକ ପଢିବା ପାଇଁ ଚାହୁଁଛନ୍ତି ତେବେ ଅପନେ ଙ୍କୁ ପ୍ରେରଣା ଛାତ୍ର ବୃତ୍ତି ମିଳିବ ଯାହାର କି ଅଫିସିଆଲ୍ ନୋଟିଫିକେଶନ ଆସି ସାରିଛି । ଆଉ ଏହାର ଆବେଦନ ମଧ୍ୟ ବର୍ତ୍ତମାନ ଚାଲିଛି। ତେବେ ଏଥିରେ ଆବେଦନ କରିବା ପାଇଁ ଆପଣ ଏହାର ୱେବସାଇଟ କ୍ଲିକ୍ କରି ଏଥିରେ ଆବେଦନ କରି ପାରିବେ ।

ଏହି ୱେବସାଇଟ ରେ ଦିଆ ଯାଇ ଥିବ ଯେ ଏଥିରେ ଆପଣ କିପରି ଆବେଦନ କରିବେ କଣ ସବୁ ଦକୁମେଣ୍ଟ ଆବଶ୍ୟକ ଇତ୍ୟାଦି। ତେବେ ଆସନ୍ତୁ ଜାଣିବା ଏହାର ନୋଟିଫିକେଷନ ଟି ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଯେଉଁଟା କି ଓଡ଼ିଶା ଷ୍ଟେଟ ସ୍କଲାର୍ଶିପି ପୋର୍ଟାଲ୍ ତେବେ କଣ ରହିଛି ଏଥିରେ । ଚଳିତ ବର୍ଷ ରୁ ରାଜ୍ୟ ଭିତରେ ଓ ବାହାରେ ପଢୁଥିବା ଯୋଗ୍ୟ ଅନୁସୂଚିତ ଜନଜାତି , ଅନ୍ୟାନ୍ୟ ପଛୁଆ ବର୍ଗ ଓ ଆର୍ଥିକ କ୍ଷେତ୍ର ରେ ଅନଗ୍ରସର ଛାତ୍ର ଛାତ୍ରୀ ମାନଙ୍କ ର ଅନଲାଇନ୍ ଦରଖାସ୍ତ ଆବେଦନ ପ୍ରେରଣା ପୋର୍ଟାଲ୍ ପରିବର୍ତ୍ତେ ଓଡ଼ିଶା ଷ୍ଟେଟ ସ୍କଲାର୍ଶିପ ପୋର୍ଟାଲ୍ ରେ ନୂତନ ରୂପେ ନିୟନ୍ତ୍ରିତ କରାଯିବ ।

ଚଳିତ ବର୍ଷ ସମସ୍ତ ଯୋଗ୍ୟ ଛାତ୍ର ଛାତ୍ରୀ ପୂର୍ବ ବର୍ଷ ର ପ୍ରେରଣା ଆଇଡି ଥାଇ ମଧ୍ୟ ଓଡ଼ିଶା ଷ୍ଟେଟ ସ୍କଲାର୍ସିପ ପୋର୍ଟାଲ୍ ରେ ପୂର୍ଣ୍ଣ ପଞ୍ଜିକରଣ ଆବଶ୍ୟକ OTP ମାଧ୍ୟମ ରେ ଆଧାର ପ୍ରେରିକରଣ ହୋଇ ନୂତନ ଆଇଡି ସୃଷ୍ଟି ହେବ । ସମସ୍ତ ଯୋଗ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ଅନୁରୋଧ ସେମାନେ www.scholarsip.odisha.gov.in ରେ ନୂତନ ଆବେଦନ , ପଞ୍ଜିକରଣ କରିବେ ।

ତେବେ ଏହାର ଅର୍ଥ ଯଦି ଆପଣ ଙ୍କ ର ପୂର୍ବରୁ ପ୍ରେରଣା ଆଇଡି ରହିଛି ତେବେ ମଧ୍ୟ ଆପଣ ଙ୍କୁ ପଇସା ମିଳିବ ନାହିଁ ଏବେ ନୂତନ ପଞ୍ଜିକରଣ କରିବାକୁ ପଡ଼ିବ ଓ ଆଧାର କାର୍ଡ ମଧ୍ୟ ଅପଡେଟ କରିବେ । ତେବେ ମାଟ୍ରିକ ପରବର୍ତ୍ତୀ ଛାତ୍ର ବୃତ୍ତି ପାଇଁ କଣ ଯୋଗ୍ୟତା ରହିଛି ଆସନ୍ତୁ ଜାଣିବା –

1-ସମସ୍ତ ଯୋଗ୍ୟ ଅନୁସୂଚିତ ଜନଜାତି , ଅନ୍ୟାନ୍ୟ ପଛୁଆ ବର୍ଗ ଓ ଆର୍ଥିକ କ୍ଷେତ୍ର ରେ ଅନଗ୍ରସର ଛାତ୍ର ଛାତ୍ରୀ ମାନେ ଓଡ଼ିଶା ର ସ୍ଥାୟୀ ଅଧିବାସୀ ହୋଇ ଥିବେ ।

2- ସେ ସରକାରୀ , ସରକାର ସିକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ ରେ ଜେନେରାଲ , ଟେକ୍ନିକାଲ , ପ୍ରଫେସନାଲ , ଉଚ୍ଚଶିକ୍ଷା ପାଠ୍ୟକ୍ରମ ରେ ଅଧ୍ୟୟନ କରୁଥିବେ।

3- ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଙ୍କ ପରିବାର ର ଆୟ ବର୍ଷ କୁ 2 ଲକ୍ଷ 50 ହଜାର ରୁ ଅଧିକ ହୋଇ ନଥିବ।

4- ଅନ୍ୟାନ୍ୟ ପଛୁଆ ବର୍ଗ ର ଛାତ୍ର ଛାତ୍ରୀ ମାନଙ୍କ ର ଆୟ ମଧ୍ୟ ସମସ୍ତ ସୂତ୍ର ରୁ 2 ଲକ୍ଷ 50 ହଜାର ରୁ ଅଧିକ ହୋଇ ନଥିବ ଓ ସେମାନେ ପୂର୍ବ ପରୀକ୍ଷା ରେ ଅତିକମ୍ ରେ 50% ନମ୍ୱର୍ ରଖି ପାସ୍ କରିଥିବେ ।

ତେବେ ସେହି ୱେବସାଇଟ ରେ ଆପ୍ଲିକେସନ୍ ରେ ସବୁ ଓଡ଼ିଆ ରେ ଲେଖା ହୋଇଛି ଆପଣ ଭଲ ଭାବରେ ଦେଖି ଦେବେ। ଏହା ସହିତ ଏହାକୁ ଆବେଦନ କରିବା ର ଡେଟ୍ 5/11/2020 ରୁ 15/1/2021 ରହିଛି । ତେବେ ଆପଣ ନିଶ୍ଚୟ ଏଥିରେ ଆବେଦନ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।