ହେ ଭଗବାନ ! ବର୍ଷା – ଅନୁଭବ କଳହ ମଧ୍ୟରେ ନୂଆ ଟୁଇଷ୍ଟ । ଆଜି ଶେଷରେ ଥାନା କୁ ଗଲେ ବର୍ଷା ଙ୍କ ଶାଶୁ, କଣ ସତରେ ଅନୁଭବ ଙ୍କ ମା’ ବର୍ଷଙ୍କୁ……

ପୁଣି ଥରେ ସାମ୍ନା କୁ ଆସିଲା ଅଭିନେତ୍ରୀ ବର୍ଷାଙ୍କ ବିବାଦ ମାମଲା।ଏଥର କିନ୍ତୁ ଅଭିଯୋଗ ଓ ବିବାଦ ସ୍ବାମୀ ଅନୁଭବଙ୍କ ସହ ନୁହେଁ ବରଂ ବର୍ଷା ଙ୍କ ଶାଶୁ ଙ୍କ ସହ। ଯାହା ଏବେ ଚର୍ଚ୍ଚାର ପରିସର କୁ ଆସିଛି। ଉଭୟ ଉଭୟଙ୍କ ବିରୋଧରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି ଓ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି ଥାନାରେ ହାଜର ହୋଇଛନ୍ତି।

ଉଭୟ ପରସ୍ପର ବିରୋଧରେ ଅଭିଯୋଗ ଆଣିଛନ୍ତି ଏବଂ FIR ମଧ୍ୟ ଦେଇଛନ୍ତି ପୋଲିସ୍ ନିକଟରେ। ଉଭୟଙ୍କ ପକ୍ଷରୁ କଟକ ପୁରୀଘାଟ ଥାନାରେ ଲିଖିତ ଅଭିଯୋଗ କରା ଯାଇଛି ବୋଲି ସୂଚନା ମିଳିଛି।

ତେବେ ଆସନ୍ତୁ ଜାଣିବା କଣ ରହିଛି ଏହି ଅଭିଯୋଗ ର କାରଣ। ଅଭିନେତ୍ରୀ ତଥା ବୋହୁ ବର୍ଷା ଅଭିଯୋଗ କରିଛନ୍ତି ଯେ, ତାଙ୍କୁ ଘରୁ ତଡିଦେବାକୁ ଚକ୍ରାନ୍ତ କରା ଯାଉଛି ଏବଂ ରହିବା ପାଇଁ ଅନ୍ୟ କୌଣସି ବିକଳ୍ପ ନ ଥିବା ବେଳେ ତାଙ୍କୁ ଘର ଖାଲି କରିବାକୁ କୁହା ଯାଉଛି। ଯାହାକୁ ବର୍ଷା ତାଙ୍କ ଏତଲାରେ ଛଲ୍ଲେଖ କରିଛନ୍ତି ବୋଲି ଜଣା ପଡିଛି।

ତେଣୁ ଏହି ଘଟଣା ରେ ପୋଲିସ ଘରକୁ ଆସି ତଦନ୍ତ କରିବାକୁ ସେ ଦାବି ମଧ୍ୟ କରିଛନ୍ତି। ଠିକ୍ ସେହିପରି ବର୍ଷାଙ୍କ ବିରୋଧରେ ଶାଶୁ ମଧୁସ୍ମିତା ମହାନ୍ତି ପାଲଟା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ଘର ହେଉଛି ୬୦ ବର୍ଷ ପୁରୁଣା ଘର।ଯାହାର ମରାମତିର ଆବଶ୍ୟକତା ରହିଛି।ସେଥିପାଇଁ ୧୦ ଦିନ ପାଇଁ ପରିବାରର ସମସ୍ତ ସଦସ୍ୟ ଘର ଛାଡ଼ିବାକୁ ପଡ଼ିବ।

କିନ୍ତୁ ଏହି କଥାରେ ବର୍ଷା ରାଜି ନାହାନ୍ତି ବୋଲି ଶାଶୁ ଏତଲାରେ ଉଲ୍ଲେଖ କରିଛନ୍ତି।ତେବେ ଘର ମରାମତି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ପରେ ଦୁଇଜଣଙ୍କ ପକ୍ଷରୁ ଥାନାରେ ଏତଲା ଦିଆ ଯାଇଛି । ଯାହାକୁ ନେଇ ଏବେ ପୋଲିସ୍ ମଧ୍ୟ ଏହି ଘଟଣାର ତଦନ୍ତ କରୁଛି। ବର୍ଷା ଗତ ୨୭ ତାରିଖ ଦିନ ଏବଂ ତାଙ୍କ ଶାଶୁ ଅର୍ଥାତ୍‌ ଅନୁଭବଙ୍କ ମା ଗତ ୩୦ ତାରିଖ ଦିନ ପରସ୍ପର ବିରୋଧରେ ଏଫ୍‌ଆଇଆର ଦାଖଲ କରିଛନ୍ତି ।

ଆପଣ ମାନେ ଜାଣିଛନ୍ତି ଓଲିଉଡ୍‌ ଅଭିନେତ୍ରୀ ବର୍ଷା ପ୍ରିୟଦଶିର୍ନୀ ସ୍ୱାମୀ ଅନୁଭବ ମହାନ୍ତି ସହ ତିକ୍ତତା ପରେ ବି ତାଙ୍କ ଶାଶୁ ଘରେ ରହୁଛନ୍ତି ।ଏବେ ଘର ମରାମତି ପାଇଁ ତାଙ୍କ ଶାଶୁ ମଧୁସ୍ମିତା ମହାନ୍ତି ତାଙ୍କୁ ଅନୁରୋଧ କରିଥିଲେ ବୋଲି ଶାଶୂ କହିଛନ୍ତି କିନ୍ତୁ ବର୍ଷାଙ୍କ ସର୍ତ୍ତ ରହିଥିଲା ଯେ ମୋ ପାଇଁ ରହିବାର ସ୍ଥାୟୀ ବ୍ୟବସ୍ଥା କରାଗଲେ ମୁଁ ଘର ଛାଡ଼ିବି।

ତେବେ ଏହି କଥାକୁ ନେଇ ଏବେ ବିବାଦ ଉପୁଜିବାରେ ଲାଗିଛି। ତେବେ ବର୍ଷାଙ୍କ ଅନୁରୋଧ କ୍ରମେ କଟକ ପୁରୀଘାଟ ଥାନା ପୋଲିସ୍‌ ଏହି ଘଟଣାର ତଦନ୍ତ କରୁଛି।ସେପଟେ ଏହି ଘଟଣା ପୁଣି ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।