ରାସନ୍ କାର୍ଡ ରେ କିପରି ନୂଆ ମେମ୍ବର ଯୋଡ଼ିବେ ଜାଣନ୍ତୁ ପୁରା ପ୍ରସେସ ଏହି ଭିଡ଼ିଓ ମାଧ୍ୟମରେ…..

ପ୍ରଥମେ ଆପଣ ନିଜ ରାସନ୍ କାର୍ଡ ରେ କେମିତି ନାମ ଆଡ କରିବେ ଏହାର ପୁରା ପ୍ରୋସେସ ଆଜି ଆମେ ଏହି ଭିଡିଓ ଜରିଆ ରେ ଜାଣିବା । ତେବେ ଏହା କରିବା ପାଇଁ ଆପଣ ଙ୍କୁ ଏକ ୱେବସାଇଟ ସର୍ଚ୍ଚ କରିବାକୁ ପଡ଼ିବ। ଆପଣ ଗୁଗଲ ରେ ଫୁଡ୍ ଓଡ଼ିଶା ଲେଖି ସର୍ଚ୍ଚ କରିଲେ ଏହା ଆସିଯିବ । ଏହା ଉପରେ ଆପଣ କ୍ଲିକ୍ କରିବେ ଯେମିତି କ୍ଲିକ୍ କରିବେ ଗୋଟିଏ ୱେବସାଇଟ ଓପନ ହୋଇ ଯିବ ଯେଉଁଠି ଉପରେ ଲେଖା ଥିବ ଅନଲାଇନ୍ ସର୍ଭିସ୍ ସେଥିରେ କ୍ଲିକ୍ କଲେ ସିଟିଯେନ୍ ସର୍ଭିସ୍ ଆସିଯିବ ।

ଏହା ଉପରେ କ୍ଲିକ୍ କଲେ ଆସିଯିବ ଆଡିସନ୍ ଅଫ୍ ମେମ୍ବର । କ୍ଲିକ୍ କରିବା ପରେ ଆସିବ ଏକ ଲେଖା ଯାହା ତଳେ ଲେଖା ଥିବ ସବମିସନ୍ ଦିତଲ । ସେଥିରେ କ୍ଲିକ୍ କରନ୍ତୁ ।

ତେବେ ସେଥିରେ କ୍କିଲ କଲେ ଏକ ୱେବ୍ ପେଜ ଓପନ ହେବ ଯେଉଁଠି ରାସନ୍ କାର୍ଡ ରେ ଯେଉଁ ମୋବାଇଲ ନମ୍ବର ଲିଙ୍କ୍ ଥିବ ସେହି ନମ୍ୱର୍ ଦେବେ ଯାହା ଦ୍ଵାରା ଆପଣ ଙ୍କ ମୋବାଇଲ କୁ ଓଟିପି ଆସିବ । ଯଦି ମୋବାଇଲ ନମ୍ବର ଲିଙ୍କ୍ ନଥିବ ତେବେ ଓଟିପି ଆସିବ ନାହିଁ । ଏଠି ଆପଣ ରାସନ୍ କାର୍ଡ ନମ୍ୱର୍ ଦେଲେ ଓଟିପି ଆସିବ । ଏହା ସବମିଟ କରିବା ପରେ ଆପଣ ଙ୍କ ର ଯେତିକି ଜଣଙ୍କ ନାମ ରାସନ୍ କାର୍ଡ ରେ ଥିବ ଏହାର ଲିଷ୍ଟ ଚାଲି ଆସିବ ।

ତେବେ ଯାହାର ନାମ ଦେବାର ଥିବ ତାର ନାମ କୁ ପ୍ରଥମେ ଇଂଲିଶ ରେ ଓ ପରେ ଓଡ଼ିଆ ରେ ଲେଖିବେ । ଓଡ଼ିଆ ରେ ଲେଖିବା ପାଇଁ ଆପଣ ସିଧା ସଳଖ ଗୁଗଲ ରେ ସର୍ଚ୍ଚ କରି ଲେଖି ପାରିବେ । ଏହା ପରେ ଆପଣ ଯେଉଁ ବ୍ୟକ୍ତି ଙ୍କ ନାମ ଆଡ କରିବାକୁ ଚାହୁଁଛନ୍ତି ତାଙ୍କ ବିଷୟ ରେ ସମ୍ପୂର୍ଣ ବିବରଣୀ ଦେବେ ।

ମନେ ରଖିବେ ଯେ ଆଧାର କାର୍ଡ , ଭୋଟର କାର୍ଡ ର ନମ୍ୱର୍ ଠିକ୍ ଦେବେ । ଏହା ପରେ ଆପଣ ଯେଉଁ ବ୍ୟକ୍ତି ନାମ ଆଡ କରିବା ପାଇଁ ଚାହୁଁଛନ୍ତି ତାଙ୍କ ନାମ ର ସ୍ପେଲିଂ ଠିକ୍ ଭାବେ ଲେଖିବେ । ତାଙ୍କ ର ଜନ୍ମ ତାରିଖ ବିବରଣୀ ମଧ୍ୟ ସଠିକ୍ ଭାବେ ଦେବେ ।

ଏହା ସହିତ ସେ ଆପଣ ଙ୍କ ର ସମ୍ପର୍କ ରେ କଣ ହୁଅନ୍ତି ଏହା ମଧ୍ୟ ସେଠାରେ ଲେଖିବେ।ତେବେ ସବୁ ବିବରଣୀ ସଠିକ୍ ଭାବେ ଦେବେ । ଏହା ପରେ ଏକ ଅପଡେଟ ଅପ୍ସନ୍ ଆସିବ ସେଥିରେ କ୍ଲିକ୍ କରିଲେ ଆପଣ ଙ୍କ ର ଅପଡେଟ ହୋଇ ଯିବ ତେବେ କିଛି ସମୟ ପରେ ଏହା ହେବ ସାଙ୍ଗେ ସାଙ୍ଗେ ହେବ ନାହିଁ । ପୁଣି କିଛି ପ୍ରୋଷିଯର ଏହା ହୋଇ ଯିବ ।

ଏହା ସହିତ କନ୍ତିନିୟୁ ଅପସନ୍ ଆସିବ ସେଥିରେ ମଧ୍ୟ କ୍ଲିକ୍ କରନ୍ତୁ । କିଛି ସମୟ ପରେ ଏହା ଆପଣ ଙ୍କ ର ସମିଟ ହୋଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।