କାହିଁକି OTV ରୁ ଇସ୍ତଫା ଦେଲେ ଅପୂର୍ବ ରଞ୍ଜନ ପଣ୍ଡା, କଣ ରହିଛି ଏହାର କାରଣ ଜାଣନ୍ତୁ, ସତରେ କଣ OTV ଆଉ…..

ବହୁତ ପୁରାତନ ସମ୍ବାଦ ସରବରାହ ସଂସ୍ଥା ଭାବେ ଓଟିଭି ଓଡ଼ିଶାରେ ସାମ୍ବାଦିକତା କରି ଆସୁଛି। ଏହାର ଲୋକପ୍ରିୟତା ମଧ୍ୟ ଅନେକ ରହିଛି। କିନ୍ତୁ ଏବେ ଓ ଟିଭି ଛନ୍ଦି ହୋଇ ପଡିଛି ଅନେକ ସମସ୍ୟା ଏବଂ ଦ୍ଵନ୍ଦ ଭିତରେ। ଯାହା ଗଣମାଧ୍ୟମ ଉପରେ ଏକ ଖରାପ୍ ପ୍ରଭାବ ପକାଇବାରେ ଲାଗିଛି। ଗଣମାଧ୍ୟମ ସବୁବେଳେ ନିରପେକ୍ଷ ବାର୍ତ୍ତା ପ୍ରଦାନ କରିଥାଏ। ସମସ୍ତେ ଗଣମାଧ୍ୟମ ପାଇଁ ସମାନ ଗୁରୁତ୍ଵ ବହନ କରନ୍ତି।

ନିର୍ଭୀକ ଏବଂ ସତ୍ୟ ଉପରେ ଆଧାରିତ ଖବର ପ୍ରସାରଣ କରିଥାଏ ଗଣମାଧ୍ୟମ ଏବଂ ଲୋକଙ୍କ ସ୍ୱାର୍ଥକୁ ନେଇ ସେ ସବୁବେଳେ ସ୍ୱର ଉତ୍ତୋଳନ କରିଥାଏ ଏବଂ ସମସ୍ତ ରାଜନୈତିକ ଦଳଠାରୁ ସେ ଦୂରତା ଅବଲମ୍ବନ କରିଥାଏ।

ତେବେ ବର୍ତ୍ତମାନ ଦେଖିବାକୁ ମିଳୁଛି ଓଡ଼ିଶାରେ ବହୁ ପୁରାତନ ଗଣମାଧ୍ୟମ ସଂସ୍ଥା ଓ ଟିଭି ର ଅନେକ ବରିଷ୍ଠ ସାମ୍ବାଦିକ ଓ ଟିଭି କୁ ବାଏ ବାଏ କରିବାକୁ ବସିଲେଣି। ପ୍ରଥମେ ଶାନ୍ତି ଭୂଷଣ ପରେ ଏବେ ଅପୂର୍ବ ରଞ୍ଜନ ପଣ୍ଡା ଛାଡିଛନ୍ତି ଏହି ଗଣମାଧ୍ୟମ ର ହାତ।ତେବେ ଏହାକୁ ନେଇ ଏବେ ଲୋକଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ। କଣ ପାଇଁ ଏହି ସାମ୍ବାଦିକ ମାନେ ଛାଡୁଛନ୍ତି ଓଟିଭି ।

ଯୁବ, ନିର୍ଭୀକ ସାମ୍ବାଦିକତା କରୁଥିବା ଏହି ସାମ୍ବାଦିକ ମାନେ ଓଟିଭି ଛାଡ଼ିବା ପଛର ରହସ୍ୟ କଣ ରହିଛି। ଓଟିଭି ହେଉଛି କି ସରକାର ଙ୍କ ଆକ୍ରୋଶ ର ଶିକାର ଏବଂ କିଏ ପକାଉଛି ଓଟିଭି ଗଣ ମାଧ୍ୟମ ଉପରେ ଚାପ ଏହାକୁ ନେଇ ସନ୍ଦେହ ସୃଷ୍ଟି ହେବାଟା ସ୍ୱାଭାବିକ। ଗଣମାଧ୍ୟମ ର କଣ୍ଠରୋଧ ହେଉଛି କି ଆଉ କାହା ଦ୍ବାରା।

ତରବରିଆ ଭାବରେ ହଠାତ୍ କାହିଁକି ଓଟିଭି ଛାଡୁଛନ୍ତି ଜଣେ ପରେ ଜଣେ ସାମ୍ବାଦିକ। ଓଟିଭି ର ସାମ୍ବାଦିକ ଙ୍କୁ ହଇରାଣ କରୁଛି କି ପୋଲିସ ପ୍ରଶାସନ।ତେବେ ଆଉ କଣ ରହିଛି କି ଓଟିଭି ର ଆଭିମୁଖ୍ୟ। କଣ ଭୟରେ ଓଟିଭି ତ୍ୟାଗ କରୁଛନ୍ତି ସାମ୍ବାଦିକ କିମ୍ୱା ଓଟିଭି ରେ ବଢୁଛି କି ଦୁର୍ନୀତି ର ଗନ୍ଧ।

ଏହିଭଳି ଅନେକ ଆଲୋଚନା ସମାଲୋଚନା ଭିତରେ କିନ୍ତୁ ଅପୂର୍ବ ରଞ୍ଜନ ପଣ୍ଡା ତାଙ୍କର ପକ୍ଷ ରଖିଛନ୍ତି ଏବଂ ବୟାନ ଦେଇଛନ୍ତି।ସେ କହିଛନ୍ତି ସାଢ଼େ ୪ ବର୍ଷ ଓଟିଭି ରେ କାର୍ଯ୍ୟକରି ଅନେକ ପରିଚିତି ଅର୍ଜନ କରିଛି। ଲୋକଙ୍କ ସୁଖ ଦୁଃଖରେ ଭାଗୀଦାର ହେବାର ସୁଯୋଗ ପାଇଛି।ଏତେବଡ଼ ପ୍ଲାଟଫର୍ମରେ କାମ କରିବାକୁ ସୁଯୋଗ ଦେଇଥିବାରୁ ମୁଁ କର୍ତ୍ତୃପକ୍ଷଙ୍କୁ କୃତଜ୍ଞତା ଜ୍ଞାପନ କରୁଛି।

ବହୁତ୍ ଅଭିଜ୍ଞତା ପାଇଛି ମୁଁ ଏହି ପ୍ଲାଟଫର୍ମ ରୁ।୧୬୦୦ଦିନର କାର୍ଯ୍ୟ ସମ୍ପାଦନ ଭିତରେ ମୁଁ କୌଣସି ନକାରାତ୍ମକତା ଅନୁଭବ କରିନି,ଯାହା ଛୋଟମୋଟ ରାଗ,ରୁଷା, ଅଭିମାନ ହେଇଚି ତାହା ବୃତ୍ତିଗତ ଜୀବନରେ ଏକ ସାମାନ୍ୟ ପ୍ରକ୍ରିୟା ଭଳି। ପେଷାଦାର ଗଣମାଧ୍ୟମ ସଂସ୍ଥା ହିସାବରେ ଓଟିଭି ଏକ ମାଇଲଖୁଣ୍ଟ ଏବଂ ଏଠାରେ ଅନେକ ଅଭିଜ୍ଞ ସାମ୍ବାଦିକ ମାନଙ୍କ ସହିତ ସମୟ ଅତିବାହିତ କରିବାର ସୁଯୋଗ ପାଇଛି।

ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ପୋଷ୍ଟ ଟି ଭଲ ଲାଗିଲେ like କରନ୍ତୁ କମେଣ୍ଟ କରି ଆପଣଙ୍କ ମତା ମତ ଜଣାନ୍ତୁ ସେୟାର କରିବାକୁ ଭୁଲିବେନି । ଦୈନଦିନ ଖବର ର update ପାଇବା ପାଇଁ like କରନ୍ତୁ ।