ଗରିବ ପିଲାର ଅଦ୍ଭୁତ କାହାଣୀ । ଦିନେ ଦାଦନ ଯାଉଥିଲେ ଆଜି ମାସକୁ ଲକ୍ଷେ, ଦେଖିଲେ ଆଖିରୁ ଲୁହ ଆସିଯିବ…..

ଆମ ରାଜ୍ୟ ଓଡ଼ିଶାରେ ଲୋକ ବୃତ୍ତି ନପାଇ ଘର ଚଲେଇବା ପାଈଁ ଅନ୍ୟ ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି l ଯାହା କି ଲୋକ ନିଜର ଘରକୁ ଚଳେଇବା ପାଈଁ ଘରକୁ ଛାଡି ବିଦେଶରେ ବହୁତ କଷ୍ଟରେ ଚଳୁଛନ୍ତି l ଆଜି ଆମେ ଏହି ପରି ବୃତ୍ତି ନପାଇ ଘରୁ ବାହାରକୁ ଯାଇ ଟଙ୍କା କମେଇବା ପାଈଁ ଯାଇଥିଲେ ଯୁବକ ଜନକ ଆଉ ସେଠାରେ ମଧ୍ୟ ଭଲ ଆୟ ନକରି ପlରି ଘରକୁ ଫେରି ଆସିଥିଲେ ଯୁବକ ଜନକ କିନ୍ତୁ ଘରେ ଫେରି ସେ ଏମିତି ଏକ କାମ କଲେ ଯାହାକି ସେ ଆଜି ଅନ୍ୟକୁ ମଧ୍ୟ କର୍ମରେ ଲଗେଇ ପାରିଛନ୍ତି l

ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକର ନାଇକେନପାଲି ଗ୍ରାମରେ ରାଜେଶ ପ୍ରଧାନ ଏହି ଯୁବକ ଜଣକ ଆଜି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି ଛନ୍ତି l

କାରଣ ଏହି ଯୁବକ ରାଜେଶ ପ୍ରଥମେ ବିଦେଶ ଯାଇଥିଲେ ସମସ୍ତଙ୍କ ପରି ଭଲ ରୋଜଗାର କରିବା ପାଈଁ ମାତ୍ର ସେ ରୋଜଗାର ଭଲ ନହେବାରୁ ଗ୍ରାମକୁ ଫେରି ଆସିଥିଲେ l ଆଉ ଗ୍ରାମରେ ଆସି କୁକୁଡ଼ା ଚାଷ କରିବେ ବୋଲି ମନସ୍ତ କଲେ ଆଉ ପରେ ସେ କୁକୁଡ଼ା ଚାଷ ଲୋକଙ୍କଠୁ ପଇସା ଧାର ଆଣି ପ୍ରଥମେ ମାତ୍ର 50ଟି କୁକୁଡ଼ା ଚାଷ କାରିଥିଲେ l କିନ୍ତୁ ମାତ୍ର 7 ବର୍ଷ ପରେ ସେ 35 ଶହ ରୁ 4 ହଜାର କୁକୁଡ଼ା ରଖିଛନ୍ତି l

ରାଜେଶ ପ୍ରଧାନ କହିଛନ୍ତି ଯେ ବର୍ତମାନ ତାଙ୍କର ପ୍ରାୟ ମାସରେ ଏକ ଲକ୍ଷ ରୁ ଅଧିକ ଟଙ୍କା ରୋଜଗାର ହେଉଛି l ଯାହା ଯୋଗୁଁ ସେ ନିଜର ଆୟ କୁ ବୃଦ୍ଧି କରି ପାରିଛନ୍ତି l ଏହା ସହିତ ମଧ୍ୟ ସେ 6 ଟି ପୋଖରୀ ରେ ମାଛ ଚାଷ କରିଛନ୍ତି l

ସେ ମଧ୍ୟ ଗୋଟିଏ ନୂଆ ପ୍ରକାରର କୁକୁଡ଼ା ଚାଷ କରୁଛନ୍ତି ଯାହାର ରଙ୍ଗ ସମ୍ପୂର୍ଣ କଳା ଅର୍ଥାତ ଏହାର ଅଣ୍ଡା ମଧ୍ୟ, ରକ୍ତ, ମାଂସ ମଧ୍ୟ କଳା ଅଟେ l ଏହି କୁକୁଡ଼ାର ନାମ ହେଉଛି କଡର ନାଥ କୁକୁଡ଼ା ଯାହାର ଦାମ ମାର୍କେଟ ରେ 500 ରୁ ଏକ ହଜାର ମଧ୍ୟରେ l ସେ ମଧ୍ୟ ଆହୁରି ଦେଶୀ, ବ୍ରୋଏଲର, ଆଦି କୁକୁଡ଼ା ରଖିଛନ୍ତି l

ରାଜେଶ ପ୍ରଧାନ ନିଜ ଗ୍ରାମରେ ରହି ଭଲ ରୋଜଗାର କରି ସେ ନିଜେ ସ୍ୱାବଲମ୍ବୀ ହେବା ସହିତ ନିଜର ଗ୍ରାମରେ ଆହୁରି 5 ଜଣଙ୍କୁ ନିଜର ଫର୍ମ ରେ କାମ ଦେଇ ସେମାନଙ୍କୁ ମଧ୍ୟ୍ୟ ବୃତ୍ତି ଯୋଗାଇ ଦେଇଛନ୍ତି l

ଦିନେ ରାଜେଶ ପ୍ରଧାନ ରୋଜଗାର ପାଇଁ ବିଦେଶ ଯାଇଥିଲେ ଆଜି ସେ ସମସ୍ତଙ୍କ ପାଇଁ ଆଦର୍ଶ ହୋଇ ପାରିଛନ୍ତି l ନିଜର ଉଦ୍ୟମ ଯୋଗୁଁ ଆଜି ସେ ମାସକୁ ଲକ୍ଷେ ଟଙ୍କା ଆୟ କରୁଛନ୍ତି l ରାଜେଶ ପ୍ରଧାନ କହିଛନ୍ତି ଯେ ଯଦି ତାଙ୍କୁ ସରକାରୀ ସହାୟତା ମିଳେ ସେ ମଧ୍ୟ୍ୟ ଆହୁରି ଲୋକଙ୍କୁ ରୋଜଗାର ଯୋଗେଇ ପାରିବେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।