ପୁଣି ଭାରତୀୟ ରେଳ ବିଭାଗ ତରଫରୁ ଆସିଲା ବଡ ନିଯୁକ୍ତି ସୁଯୋଗ । ଆଜି ହିଁ ଶୀଘ୍ର ଆବେଦନ କରନ୍ତୁ…..

ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଲୱେ ତରଫରୁ ଆସିଲା ପୁଣି ନିଯୁକ୍ତି ସୁଯୋଗ।ଏହି ବିଭାଗ ପକ୍ଷରୁ ଏକ ବଡ଼ ଧରଣର ନିଯୁକ୍ତି ସୃଷ୍ଟି ହୋଇଛି ଯାହା ନିଶ୍ଚିତ ଭାବରେ ଏକ ଖୁସି ଖବର। କରନା ସମୟରେ ରେଳ ବିଭାଗ ଦେଶର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆଣିଛି ଖୁସି ଖବର।

ଏହାକୁ ଦଶମ ଶ୍ରେଣୀ ସାର୍ଟିଫିକେଟ ପରୀକ୍ଷା ପାସ୍ କରିଥିବା ପିଲା ଆବେଦନ କରି ପାରିବେ ଏବଂ ୪୧୩ ପଦବୀ ବିଶିଷ୍ଟ ଏହି ଚାକିରି ରେ ଆବେଦନ କରି ଆପଣ ମାନେ ତାର ଫାଇଦା ପାଇ ପାରିବେ।ଏହି ଚାକିରି ସୁଯୋଗ ବାହାରିଛି ଦେଶର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କ ପାଇଁ।

ତେବେ ଯଦି ଆପଣ ଦଶମ ଶ୍ରେଣୀ ପାସ୍ କରିଛନ୍ତି ତେବେ ଆପଣ ଆଦୌ ବିଳମ୍ବ ନକରି ଏହି ପଦବୀ ପାଇଁ ଆବେଦନ କରି ପାରିବେ।ଏଥିରେ ଆପଣଙ୍କୁ ଭଲ ଦରମା ମଧ୍ୟ ମିଳିବ ଏହା ଏକ ସରକାରୀ ଚାକିରୀ ମଧ୍ୟ ଅଟେ।

ଭାରତୀୟ ରେଳ ବିଭାଗ ତରଫରୁ ଆବେଦନ ପାଇଁ ହେଉଥିବା ଏହି ପଦବୀ ଗୁଡ଼ିକରେ ଆପଣ ସରକାରଙ୍କ ଅଫିସିଆଲ୍ ୱେବ୍ ସାଇଟ୍ କୁ ଯାଇ ଏହାର ସବିଶେଷ ବିବରଣୀ ସମ୍ପର୍କରେ ଜାଣି ଉଚିତ୍ ସମୟ ପୂର୍ବରୁ ଏହାକୁ ଆବେଦନ କରନ୍ତୁ।ତେବେ ଆସନ୍ତୁ ଜାଣିବା କଣ ସବୁ ପ୍ରକ୍ରିୟା ରହିଛି ଏବଂ ଏଥିପାଇଁ ଆବେଦନ କରିବା ପାଇଁ ସମସ୍ତ ବିବରଣୀ ସମ୍ବନ୍ଧରେ।

ପଦ ନାମ- trade apprentice

ପଦବୀ ସଂଖ୍ୟା- ୪୧୩ ଟି ପଦବୀ ରହିଛି।

ଶିକ୍ଷାଗତ ଯୋଗ୍ୟତା- ଦଶମ ପାସ୍ ସହିତ ITI କରିଥିବା ନିହାତି ଦରକାର।

ଆବେଦନ ମାଧ୍ୟମ- ଅନଲାଇନ

ଆପ୍ଲିକେସନ୍ ଫି- ମାଗଣା ଆବେଦନ କରି ପାରିବେ।

ଆବେଦନ ତାରିଖ- ଏହି ଚାକିରି ପାଇଁ ଆବେଦନ ର ଶେଷ ତାରିଖ ରହିଛି ୧ ଡିସେମ୍ବର ୨୦୨୦ ଏବଂ ଆରମ୍ଭ ହେଉଛି ୨ ନଭେମ୍ବର ୨୦୨୦ ପାଖରୁ।

ବୟସ ସୀମା- ଏହି ପଦବୀ ପାଇଁ ଆବେଦନ କରି ବା ପାଇଁ ଆପଣଙ୍କ ବୟସ ୧୫ ବର୍ଷ ସର୍ବନିମ୍ନ ଓ ୨୪ ବର୍ଷ ସର୍ବାଧିକ ହୋଇଥିବା ଦରକାର।

ଚୟନ ପ୍ରକ୍ରିୟା- ମେରିଟ୍ ଅନୁସାରେ ଚୟନ କରାଯିବ।

ଆବେଦନ ପ୍ରକ୍ରିୟା- ଏହି ସାଉଥ୍ ଇଷ୍ଟ ସେଣ୍ଟ୍ରାଲ ରେଲୱେ ବିଭାଗରେ ବାହାରିଥିବା ପଦବୀରେ ଆବେଦନ କରିବା ପାଇଁ ଆପଣ ରେଲୱେ ୱେବ୍ ସାଇଟ୍ କୁ ଯାଇ ସରକାରୀ ବିଭାଗର ଜାରି ହୋଇଥିବା secr.Indianrailway.gov.in ଏହି ୱେବ୍ ସାଇଟ୍ ରେ କ୍ଲିକ୍ କରି ଏହାର ଆବେଦନ କରି ପାରିବେ ।

ଯେଉଁଠି ଆପଣଙ୍କୁ ଆପଣଙ୍କର ସମସ୍ତ ତଥ୍ୟ ଦେବାକୁ ପଡ଼ିବ। ଧ୍ୟାନ ଦିଅନ୍ତି ଯେମିତି ଆପଣଙ୍କ ଦ୍ଵାରା ଦିଆ ଯାଇଥିବା ତଥ୍ୟ ଭୁଲ୍ ନଥାଏ।ଏହା ଛଡା ଆପଣ ଏହାକୁ ୧ ଡିସେମ୍ବର ପୂର୍ବରୁ ନିଶ୍ଚିତ ଭାବରେ ଆବେଦନ କରନ୍ତୁ।ଏଥିରେ ବିଭିନ୍ନ ପ୍ରକାର ବିଭାଗ ରେ ନିଯୁକ୍ତି ରହିଛି ଯାହା ଆପଣ ଏହି ୱେବ୍ ସାଇଟ୍ କୁ ଯାଇ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।