ମାଳିକାର ବଡ ଭବିଷ୍ୟବାଣୀ ! ପାରାଦ୍ୱୀପ ବାସୀ ଙ୍କୁ ସାବଧାନ କଲା ମାଳିକା, ପାରାଦ୍ୱୀପ ରେ ହେବାକୁ ଯାଉଛି ଏହି ଅଘଟଣ……

ଏହା ସତ ମାଳିକା ପଞ୍ଚସଖା ସାହିତ୍ୟର ଏକ ଅନବଦ୍ୟ ସୃଷ୍ଟି ସମ୍ଭାର। ଯାହାର ରଚନା ଆଜକୁ ପାଞ୍ଚଶହ ବର୍ଷ ପୂର୍ବରୁ ହୋଇଛି। ଏହାର ରଚୟିତା ଅଚ୍ୟୁତାନନ୍ଦ ଦାସ। ଯିଏକି ପଞ୍ଚସଖା ସାଧକ ମାନଙ୍କ ମଧ୍ୟରୁ ଅନ୍ୟତମ। ପଞ୍ଚସଖା ସାହିତ୍ୟ ଓଡ଼ିଆ ସାହିତ୍ୟର ଏକ ନିର୍ଦ୍ଦିଷ୍ଟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ।ପଞ୍ଚସଖା କହିଲେ ବିଶେଷ ଭାବେ ବଳରାମ ଦାସ,ଜଗନ୍ନାଥ ଦାସ,ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଏବଂ ଶିଶୁଅନନ୍ତ ଦାସଙ୍କୁ ବୁଝା ଯାଏ।

ତେବେ ମାଳିକା ଅଚ୍ୟୁତାନନ୍ଦ ଦାସଙ୍କ ଏଭଳି ଏକ ସୃଷ୍ଟି ଯେଉଁଥିରେ ଆଗତ ଭବିଷ୍ୟତ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ରହିଛି। ଏହାର ବିଷୟବସ୍ତୁ ରେ ଯେ ସତ୍ୟତା ନାହିଁ ତାହା କୁହାଯାଇ ପାରିବନାହିଁ।

କାରଣ ସେଥିରେ ଯାହା ବର୍ଣ୍ଣିତ ଅଛି ସେଥିରେ ଯେ ମିଥ୍ୟାର ପ୍ରଶ୍ରୟ ନାହିଁ ତାହା ପ୍ରମାଣିତ ହୋଇ ସରିଛି।ସେଥିରେ ରଚିତ ସମସ୍ତ ତଥ୍ୟ ଧୀରେ ଧୀରେ ଘଟୁଛି ଓ ଘଟିବା ପାଇଁ ଯାଉଛି। ତେବେ ଆଜି ଆମେ ଓଡ଼ିଶାର ପାରାଦୀପ ବନ୍ଦର ବିଷୟରେ ଆଲୋଚନା କରିବା ଯାହାକି ପାଞ୍ଚଶହ ବର୍ଷ ପୂର୍ବେ ଅଚ୍ୟୁତାନନ୍ଦ ତାଙ୍କ ମାଳିକା ରେ ଉକ୍ତ ବନ୍ଦର ସମ୍ପର୍କରେ ବିବରଣୀ ଦେଇଥିଲେ।ତାହାଲେ ଆସନ୍ତୁ ଜାଣିବା ଏହି ମହାନ୍ ସାଧକ ପାରାଦ୍ଵୀପ ବନ୍ଦର ସମ୍ପର୍କରେ କଣ ମତବ୍ୟକ୍ତ କରିଛନ୍ତି।

ଜଗତସିଂହପୁର ଜିଲ୍ଲା ହେଉଛି ମାଆ ସାରଳା ଙ୍କ କ୍ଷେତ୍ର। ମାଳିକା ବର୍ଣ୍ଣିତ ଅଛି ଓଡ଼ିଶାରେ ଯେଉଁ ୧୬ ଟି ମଣ୍ଡଳ ରହିଛି ସେଥି ମଧ୍ୟରୁ ସାରଳା ମଣ୍ଡଳ ହେଉଛି ପ୍ରଥମ। ଦ୍ୱିତୀୟ ମଣ୍ଡଳ ହେଉଛି ମା ଭଗବତୀଙ୍କର। ସାରଳା କ୍ଷେତ୍ର ପାରାଦ୍ଵୀପ ବନ୍ଦର ପର୍ଯ୍ୟନ୍ତ ବ୍ୟାପ୍ତ। ମା ସାରଳା ହେଉଛନ୍ତି ବିଶ୍ୱର ମା। ପାରାଦ୍ଵୀପ ବନ୍ଦର କୁ ମାଳିକା ରେ ଜମ୍ବୁ ଦ୍ଵୀପ ବୋଲି ବିବେଚନା କର ଯାଇଛି।

ଯେଉଁଠାରେ ବହୁ କାଳରୁ ଅନ୍ୟ ଦେଶ ବିଦେଶ ସହ ବାଣିଜ୍ୟ କାରବାର ସ୍ଥାପନ କରି ଓଡ଼ିଶାର ଅର୍ଥନୈତିକ ସ୍ଥିତିକୁ ସୁଦୃଢ଼ କରା ଯାଇପରିଛି। ତେବେ ସେହି ପାରାଦ୍ଵୀପ ର ନାମକରଣ ସମ୍ପର୍କରେ ମାଳିକରେ ଉଲ୍ଲେଖ ରହିଛି କି ପରାଶର ମୁନି ସେହି ସ୍ଥାନ ଦେଇ ଯିବା ଆସିବା କରିବା ରୁ ସେ ସ୍ଥାନର ନାମ ପାରାଦ୍ୱୀପ।

ସେଠାରେ ଅନେକ ମୁନି ସାଧନା ରତ ଥିବା ମଧ୍ୟ ମାଳିକା ରେ କୁହାଯାଇଛି।ସେଠାରେ କପିଳ ମୁନିଙ୍କ ଆଶ୍ରମ ମଧ୍ୟ ରହିଛି। ଉକ୍ତ ସ୍ଥାନରେ ଅମୁହାଁ ଦେଉଳ ଥିବାର ମଧ୍ୟ ପ୍ରମାଣ ମିଳିଛି। ପାରାଦ୍ଵୀପ ର ପ୍ରଧାନ ପୀଠ ହେଉଛି ଉଦୟ କଳ୍ପବଟ।

ରଜିବ ଲୋଚନ ଦାସ ନାମକ ଜଣେ ସାଧକ ଉଦୟ କଳ୍ପବଟ ପୀଠକୁ ନିଜର ସାଧନା ସ୍ଥଳୀ ଭାବେ ଗ୍ରହଣ କରିଥିଲେ।ରାଜୀବ ଲୋଚନ ଙ୍କ ଆବିର୍ଭାବ ପଞ୍ଚସଖା ଯୁଗର ବହୁ ପରେ ଘଟି ଥିଲା।

ଉଦୟବଟ ରେ ଅଚ୍ୟୁତାନନ୍ଦ ବହୁ କାଳ ପର୍ଯ୍ୟନ୍ତ ଅବସ୍ଥାନ କରିଥିଲେ। ସେ ଏହା ମଧ୍ୟ କହିଛନ୍ତି କୁଜଙ୍ଗ ଅଞ୍ଚଳ ଜଳ ମଗ୍ନ ହେବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।