ଏହି ଛୋଟିଆ ଘରୋଇ ଉପଚାର ରେ ପାଆନ୍ତୁ କୋରିଅନ ଫେସ୍ ପରି ଚମକ । ୧୦୦% ଗ୍ୟାରେଣ୍ଟି

ଆଜି ଆମେ ଜାଣିବା କିପରି ଘରୋଇ ଉପାୟ ରେ ଆମେ ଆମର ଫେସ୍ କୁ କୋରିଆନ୍ ଫେସ୍ ପରି ଗୋରା , ସଫ୍ଟ୍ କରିବା । ଏହା ସହିତ କିପରି ଆମେ ଆମ ଫେସ୍ ରୁ ରୀଙ୍କିଲ୍ ଓ କଳା ଦାଗ ଆଦି ଦୂରେଇ ଦେବା ଓ କିପରି ଆମ ସ୍କିନ କୁ ବେବି ସଫ୍ଟ କରିବା । ତେବେ ଏହାକୁ ଆମେ ଆମ ଘରେ କିଛି ମାତ୍ର ଉପାଦାନ ଦ୍ଵାରା ପାଇ ପାରିବେ । ତେବେ ଯେତେବେଳେ ବି ସଫ୍ଟ୍ ସ୍କିନ ବିଷୟ ରେ କୁହାଯାଏ ସେତେବେଳେ ପ୍ରଥମେ ଆମେ କୋରିଆନ ସ୍କିନ ବିଷୟ ରେ କହି ଥାଉ କାରଣ କୋରିଅନ୍ ମାନଙ୍କ ର ସ୍କିନ ଅଧିକ ଶଫ୍ଟ୍ ଓ ଫେୟର ଥାଏ ।

ତେବେ ଆଜି ଆମେ ଘରୋଇ ଉପାୟ ଦ୍ଵାରା ସେହି ପରି ସ୍କିନ କିପରି ପାଇବା ଜାଣିବା । ତେବେ ଆସନ୍ତୁ ଜାଣିବା –

ତେବେ କୋରିଅନ ର ଶଫ୍ଟ୍ ସ୍କିନ ପାଇବା ପାଇଁ ଆମକୁ ପ୍ରଥମ କିଛି ଷ୍ଟେପ ଆବଶ୍ୟକ । ଆମେ ଏହି ସ୍ତେପ ଗୁଡ଼ିକୁ ଜାଣିବା –

ପ୍ରଥମ ଷ୍ଟେପ୍ ରେ ଆପଣ କିଛି ଶୁଦ୍ଧ ନଡ଼ିଆ ତେଲ ର ଏକ ଚାମଚ୍ ନିଅନ୍ତୁ ଏକ ସଫା ପାତ୍ର ରେ । ଏହା ପରେ ଏଥିରେ କିଛି ପାଣି ମିଶାଇ ଦିଅନ୍ତୁ । ଏହି ଦୁଇଟି କୁ ଭଲ ଭାବରେ ମିଶାଇ ସାରିବା ପରେ ଏକ କଟନ୍ ବଲ ସାହାର୍ଯ୍ୟ ରେ ଏହାକୁ ମୁହଁ ରେ ହାଲୁକା ଭାବରେ ଲଗାନ୍ତୁ । ମୁହଁ ରେ ଲଗାଇ ସାରିବା ପରେ କିଛି ସମୟ ପରେ ଏକ କପଡା କୁ ଗରମ୍ ପାଣି ରେ ଧୋଇ ମୁହଁ କୁ ଭଲ ଭାବରେ ପୋଛି ଦିଅନ୍ତୁ ।

ଦ୍ଵିତୀୟ ଷ୍ଟେପ୍ ରେ , ଆମେ ଏକ ପାତ୍ର ରେ ଅଧା କିଛି ଚାଉଳ କୁ ପାଉଡର କରି ନେବା, ଏଥିରେ ଦୁଇ ଚାମଚ୍ ଆଲୋବରା ଜେଲ୍ , ଅଧା ଚାମଚ୍ ଲେମ୍ବୁ ରସ । ତେବେ ଏହା କୋରିଆନ ସ୍କ୍ରବ୍ ପରି କାମ କରି ଥାଏ ଓ ଏଥିରେ ଆମେ ନିଜ ମୁହଁ ଓ ବେକ କୁ ହାଲୁକା ଭାବେ ସ୍କ୍ରବ କରିବା ।

ତେବେ କୋରିଅନ ଝିଅ ମାନେ ସାଧାରତଃ ନିଜ ସ୍କିନ ର କେୟାର ନେବା ପାଇଁ ଚାଉଳ ର ବ୍ୟବହାର କରି ଥାଆନ୍ତି କାରଣ ଏଥିରେ ଅନେକ ଆଣ୍ଟି ବ୍ୟାକ୍ଟେରିଆ ଗୁଣ ଓ ମିନେରାଲ ରହି ଥାଏ । ସ୍କ୍ରବ କରିବା ପରେ ମୁହ କୁ ଥଣ୍ଡା ପାଣି ରେ ଧୋଇ ଦେବା ଉଚିତ୍ ।

ତୃତୀୟ ଷ୍ଟେପ ରେ , ଆମେ ଏକ ପାତ୍ର ରେ ଦୁଇ ଚାମଚ୍ ଚାଉଳ ପାଣି , ଏକ ଚାମଚ୍ କଞ୍ଚା କ୍ଷୀର , ଅଧା ଚାମଚ୍ ମହୁ ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହା ଏକ ଫେସ୍ ମାସାଚ୍ ହୋଇ ଯିବ ଓ ଏଥିରେ ନିଜ ଫେସ୍ କୁ ହାଲୁକା ଭାବେ ମସାଚ୍ କରନ୍ତୁ । ଓ କିଛି ସମୟ ମାସାଚ କରିବା ପରେ ମୁହ କୁ ଭଲ ଭାବରେ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ ।

ଚତୁର୍ଥ ଷ୍ଟେପ ରେ ଆମେ ପ୍ରସ୍ତୁତ କରିବା କୋରିଆନ ଫେସ୍ ମାସ୍କ୍ । ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ପାତ୍ର ରେ ଗୋଟିଏ ଚାମଚ୍ ଚାଉଳ ପାଣି ନିଅନ୍ତୁ । ସେଥିରେ ଅଧା ଚାମଚ୍ ଗ୍ଲିସେରିନ ମିଶାଇ ଦିଅନ୍ତୁ ଓ ଦୁଇ ଚାମଚ୍ ଆଲୋବରା ଜେଲ ମିଶାଇ ଦିଅନ୍ତୁ ।।

ଏହି ତିନୋଟି ସାମଗ୍ରୀ ମିଶାଇବା ପରେ ଏହାକୁ ଭଲ ଭାବରେ ଗୋଳାନ୍ତୁ ଓ ଏହାକୁ ଫେସ୍ ମାସ୍କ ପରି ମୁହଁ ରେ ଲଗାନ୍ତୁ । ଏହାର କିଛି ସମୟ ରେ ମୁହ ଧୋଇ ଦିଅନ୍ତୁ । ତେବେ ଏହି ଷ୍ଟେପ କରି ସାରିବା ପରେ ଆମ ସ୍କିନ ବହୁତ୍ ଗ୍ଲୋ ଓ ସୁନ୍ଦର୍ ଦେଖା ଯିବ ଏହା ସହିତ ମୁହ ରେ କୌଣସି ଦାଗ ରହିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।