ମଣିନାଗ ଗୁମ୍ଫାର ପ୍ରମାଣ ଦେଲା ମାଳିକା । ସବୁ ଦିନ ରାତି ୧୨ ରେ ମଣିନାଗ ବାହାରନ୍ତି, ଏହା ପଛର ରହସ୍ୟ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ……

ପଞ୍ଚସଖା ସାହିତ୍ୟ ଓଡ଼ିଆ ସାହିତ୍ୟର ଏକ ନିର୍ଦ୍ଦିଷ୍ଟ ଅଙ୍ଗ କହିଲେ ଅତ୍ୟୁକ୍ତି ହେବନାହିଁ।ପଞ୍ଚସଖା କହିଲେ ବିଶେଷ ଭାବେ ବଳରାମ ଦାସ,ଜଗନ୍ନାଥ ଦାସ,ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଏବଂ ଶିଶୁଅନନ୍ତ ଦାସଙ୍କୁ ବୁଝା ଯାଏ।ଏହି ମହାନ୍ ସାଧକ ମାନେ ବୈଷ୍ଣବ ଧର୍ମାବଲମ୍ବୀ ଥିଲେ। ପୁରୀ ର କଳ୍ପବଟ ଏମାନଙ୍କର ସାହିତ୍ୟ ସର୍ଜନା ର ପ୍ରଧାନ ପୀଠ ସ୍ଥଳୀ ଭାବେ ପରିଣତ ହେଉଥିଲା।

ଏହି ସମୟରେ ଓଡ଼ିଶା ର ବିଭିନ୍ନ ସ୍ଥାନରେ ଅନେକ ମଠ ଓ ମନ୍ଦିର ମାନ ସ୍ଥାପନ ହୋଇଥିଲା। ଉଲ୍ଲେଖଯୋଗ୍ୟ କି ପୁରୀରେ ଅନେକ ମଠ ନିର୍ମିତ ହୋଇଥିଲା।ତେବେ ଆମେ ଆଜି ସେମିତି ଏକ ମଠ ଓ ଗୁମ୍ଫା ସମ୍ପର୍କରେ ଆପଣ ମାନଙ୍କ ସହ ଆଲୋଚନା କରିବା ପାଇଁ ଯାଉଛୁ।

ଯାଜପୁର ରେ ଅବସ୍ଥିତ ଜଳକା ଆନନ୍ଦ ଧାମ। ଯେଉଁଠାରେ ବାବା ବୈକୁଣଠନାଥ ବ୍ରହ୍ମଚାରୀ ଙ୍କ ସାଧନା ସ୍ଥଳୀ। ଏଠାରେ ଥିବା ମନିନାଗ ଗୁମ୍ଫାରେ ବାବା ନିଜସ୍ଵ ସାଧନାରେ ବତ୍ରୀ ଥିଲେ। ଏହିଠାରେ ପଞ୍ଚସଖା ସାହିତ୍ୟର ଅନ୍ୟତମ ସାଧକ ଅଚ୍ୟୁତାନନ୍ଦ ଦାସ ମଧ୍ୟ ଏହି ଗୁମ୍ଫା ମଧ୍ୟରେ ସାଧନା କରି ସିଦ୍ଧି ପ୍ରାପ୍ତି ହୋଇଥିଲେ।

ତେବେ ଅଚ୍ୟୁତାନନ୍ଦ ମାଳିକାରେ ଏହି ବିଷୟରେ ବର୍ଣ୍ଣନା କରିଛନ୍ତି। ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ଉକ୍ତ ଗୁମ୍ଫାରେ ବାଲ୍ୟ କାଳରେ ଲୀଳାଖେଳା କରୁଥିଲେ। ସେହି ଗୁମ୍ଫା ତଳ ଭାଗରେ ଅନେକ ଗୁମ୍ଫା ରହିଥିବା କଥା ମାଳିକା ରେ ଉଲ୍ଲେଖ ରହିଛି।

ସେହି ଗୁମ୍ଫା ମାନଙ୍କରେ ମୁନିଋଷି ମାନେ ସାଧନା ରତ ଥିଲେ। ମଣିନାଗ ଗୁମ୍ଫା ନାମକରଣ ର ଏକ ରହସ୍ୟ ରହିଛି।ଉକ୍ତ ଗୁମ୍ଫା ରୁ ତଳ ଭାଗରେ ଥିବା ଗୁମ୍ଫା ମାନଙ୍କୁ ଏକ ରନ୍ଧ୍ର ଥିଲା।ସେହି ରନ୍ଧ୍ର ମଧ୍ୟ ଦେଇ ମଣୀନାଗ ବାହାରି ବିରୂପା ନଦୀ କୁ ଜଳ ପାନ କରିବା ପାଇଁ ଯାଉଥିଲେ। ବର୍ତ୍ତମାନ ଉକ୍ତ ସ୍ଥାନ ଧର୍ମ ସ୍ଥଳୀ ଭାବେ ପରିଗଣିତ ହେଉଛି।

ଯାହା ଫଳରେ ଉକ୍ତ ସ୍ଥାନର ଅନେକ ଉନ୍ନତି ସାଧିତ ହେଉଛି।ଭକ୍ତ ମାନେ ନିଜ ଅଭିଷ୍ଟ ପୁରାଣ କରିବା ପାଇଁ ଉକ୍ତ ଗୁମ୍ଫାରେ ଗୁଆ ବସାନ୍ତି।ନଡ଼ିଆ,ତମ୍ବା ନାଗ ଇତ୍ୟାଦି ଅଭିଷ୍ଟ ପୂରଣ ହେବା ପରେ ସେଠାରେ ପ୍ରଦାନ ମଧ୍ୟ କରିଥାନ୍ତି।ତେବେ ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ କି ଭକ୍ତ ମାନଙ୍କର ଯେଉଁବିଶ୍ବାସ ରହିଛି ଭଗବାନ ଙ୍କ ପ୍ରତି ତାହା ମିଥ୍ୟା ନୁହଁ।

ତେବେ ଏହା ବାବା ବୈକୁଣ୍ଠନାଥ ବିଷ୍ଣୁଙ୍କ ଏକ ଅବତାର ବୋଲି ମାଳିକା ରେ ବର୍ଣ୍ଣିତ ହୋଇଛି।ସେ ଗୁରୁ ରୂପ ରେ ଶିଷ୍ୟଙ୍କୁ ଶିକ୍ଷା ପ୍ରଦାନ କରି ତ୍ରାଣକର୍ତ୍ତା ସାଜିବା ଉଦ୍ଦେଶ୍ୟରେ ଆସିଥିଲେ ଏହି ସ୍ଥାନକୁ। ସେ ସ୍ଵୟଂ ଓଁକାର ବୋଲି ମଲିକରେ ପ୍ରମାଣିତ ହୋଇଛି। ଏହିସବୁ ବିଷୟରେ ମାଳିକା ରେ ୫୪୦ ବର୍ଷ ପୂର୍ବରୁ ବର୍ଣ୍ଣିତ ହୋଇଥିଲା ଯାହାକି ଏବେ ଏହାର ସତ୍ୟତା ସମ୍ପର୍କରେ ପ୍ରମାଣିତ ହୋଇ ପାରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।