ପୁଣି କେନ୍ଦ୍ର ସରକାରଙ୍କ ୩ଟି ବଡ଼ ଯୋଜନା । ମାତ୍ର ୧୨ ଟଙ୍କା ଦେଲେ ମିଳିବ ୨ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି କରିବେ

ମାତ୍ର ୧୨ ଟଙ୍କା ଦେଇ ଆପଣଙ୍କ ଭବିଷ୍ୟତ କୁ ଉଜ୍ଜ୍ୱଳ ରଖନ୍ତୁ। ପ୍ରଧାନମନ୍ତ୍ରୀ ଆଣିଲେ ବହୁତ୍ ବଡ଼ ସୁରକ୍ଷା ଯୋଜନା। ବାର୍ଷିକ ୧୨ ଟଙ୍କା ଦେଲେ କେନ୍ଦ୍ର ସରକାର ଦେବେ ୨ ଲକ୍ଷ ଟଙ୍କା। ମାତ୍ର ଅଳ୍ପ ଟଙ୍କାରେ ଆପଣ ନିଜର ଭବିଷ୍ୟତ କୁ ଉଜ୍ଜ୍ୱଳ କରି ପାରିବେ। କେନ୍ଦ୍ର ସରକାର ବିଭିନ୍ନ ଶ୍ରେଣୀରେ ଲୋକଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଏମିତି ଯୋଜନା ମାନ କରିଛନ୍ତି।

ତେବେ ସରକାରଙ୍କ ଏମିତି କିଛି ଯୋଜନା ଅଛି ଯାହା ଦ୍ଵାରା ଆପଣ ଅଳ୍ପ କିଛି ଟଙ୍କା ଖର୍ଚ୍ଚ କରି ଅନେକ କିଛି ସୁବିଧା ସୁଯୋଗ ପାଇ ପାରିବେ।

ଏଥିପାଇଁ ଆପଣଙ୍କୁ ୪୦୦ ଟଙ୍କାରୁ ବି କମ୍ ଖର୍ଚ୍ଚ କରିବାକୁ ପଡିବ। ତେବେ କେନ୍ଦ୍ର ସରକାରଙ୍କ ଥିବା ୩ ପ୍ରମୁଖ ଯୋଜନା ହେଲା

୧) ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା।

୨) ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା।

୩) ଅଟଳ ପେନସନ ଯୋଜନା।

ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା-

ଏହି ପଲିସିର ବାର୍ଷିକ ପ୍ରିମିୟମ ୧୨ ଟଙ୍କାର ଅଟେ ଅର୍ଥାତ ୧ ମାସରେ ଆପଣଙ୍କୁ ମାତ୍ର ୧ ଟଙ୍କା ଜମା କରିବାବୁ ହୋଇଥାଏ।

ଆକ୍ସିଡେଣ୍ଟାଲ ଏବଂ ଡିସଆବିଲିଟୀ କଭର ଦିଆଯାଇଥାଏ।

ପଲିସି ହୋଲଡରଙ୍କ ମୃତ୍ୟୁ କିମ୍ବା ପରେ ୧୦୦ ପ୍ରତିଶତ ଡିସେବଲ ହେବା ସ୍ଥିତିରେ ଦୁଇ ଲକ୍ଷ ଟଙ୍କା ଦିଆଯାଏ।

ବୀମାଧାରକ ଦୁର୍ଘଟଣାରେ ଆଂଶିକ ରୂପରେ ବିକଳାଙ୍ଗ ହେଲେ, ତେବେ ତାଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ମିଳିଥାଏ।୧୮ ବର୍ଷରୁ ନେଇ ୭୦ ଲକ୍ଷ ପଯ୍ୟର୍ନ୍ତ ବୟସରେ କୌଣସି ବି ବ୍ୟକ୍ତି ଏହି ଯୋଜନା ଅନୁଯାୟୀ କଭର ନେଇପାରିବେ।

ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା-

ଜୀବନ ଜ୍ୟୋତି ବୀମା ଯୋଜନାରେ ଆପଣଙ୍କୁ ମୋଟ ୩୩୦ ଟଙ୍କା ଖର୍ଚ୍ଚ କରିବାକୁ ହେବ। ଯେଉଁଥିରେ ଆପଣଙ୍କୁ ଲାଇଫ ଇନସୁରାନ୍ସ କଭର ମିଳିବ। ଏହି ଭଳି ଭାବେ ଆପଣ ବର୍ଷକୁ ଥରେ ୩୪୨ ଟଙ୍କା ପ୍ରିମୀୟମ ଜମା କରି ମୋଟ ତିନୋଟି ଇନସୁରାନ୍ସ କଭର ମିଳିପାରିବ।ମୋଦି ସରକାରଙ୍କ ଏହି ସ୍କିମରେ ୧୮ ବର୍ଷରୁ ନେଇ ୭୦ ବର୍ଷ ବୟସର ଲୋକଙ୍କୁ ଏହି ଆକ୍ସୀଡେଣ୍ଟଲ ଡେଥ ଇନସୁରାନ୍ସ ଏବଂ ଡିସଆବିଲିଟି ଇନସୁରାନ୍ସ କଭର ମିଳିବ ।

ଏହି ବୀମାରେ କୌଣସି ବି ଦୁର୍ଘଟଣାଗତ ମୃତ୍ୟୁ କିମ୍ବା ଶାରୀରିକ ଅକ୍ଷମ ସମୟରେ କ୍ଲେମ କରିପାରିବେ। ଆକ୍ସୀଡେଣ୍ଟଲ ଡେଥରେ ବୀମା ରାଶି ଦୁଇ ଲକ୍ଷ ଏବଂ ଶାରୀରିକ ଅକ୍ଷମରେ ୧ ଲକ୍ଷ ଟଙ୍କାର କ୍ଲେମ କରିପାରିବେ।ଏହି ବୀମା ଯୋଜନାର ଲାଭ ୧୮ ବର୍ଷରୁ ନେଇ ୫୦ ବର୍ଷ ବୟସର ବ୍ୟକ୍ତି ପାଇପାରିବେ। ଏଥିରେ ଦୁଇ ଲକ୍ଷ ଟଙ୍କା ଲାଇଫ କଭର ମିଳିବ

ଅଟଳ ପେନସନ ଯୋଜନା-

ଆପଣ ଅଟଳ ପେନସନ ଯୋଜନାରେ ମାସକୁ ମାତ୍ର ୪୨ ଟଙ୍କାର ପ୍ରିମିୟମ ଭରି ନିଜର ବୃଦ୍ଧାବସ୍ଥାକୁ ସୁରକ୍ଷିତ କରିପାରିବେ। ଏହି ଯୋଜନାରେ ଦୁଇଟି ଫାଇଦା ରହିଛି। ଏହି ପେନସନ ଯୋଜନାରେ ପେନସନରେ ନିବେଶ କରୁଥିବା ବ୍ୟକ୍ତିଙ୍କୁ ୬୦ ବର୍ଷ ପରେ ଏକ ହଜାର ଟଙ୍କାରୁ ଆରମ୍ଭ କରି ୫ ଜହାର ଟଙ୍କା ପର୍ଯ୍ୟନ୍ତ ମାସକୁ ପେନସନ ମିଳିପାରେ।

ଏହି ଯୋଜନାରେ ଟ୍ୟାକ୍ସ ବେନିଫିଟ ମଧ୍ୟ ମିଳିବ।ଏହି ଯୋଜନାକୁ ଅସଂଗଠିତ କ୍ଷେତ୍ର ଲୋକଙ୍କ ପାଇଁ କରାଯାଇଛି।୪୦ ବର୍ଷ ବୟସ ପର୍ଯ୍ୟନ୍ତ ଏଥିରେ ଖାତା ଖୋଲି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।