ଦେଖନ୍ତୁ ଭିଡିଓ । ଓଃ କି ମାଡ ! ଫେସବୁକ୍ ରେ ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ ପଡିଲା ମହଙ୍ଗା, ଆଉ ତା’ ପରେ….

ଆଜିକାଲି ଦୁନିଆରେ କିଛି ବ୍ୟକ୍ତି ସୋସିଆଲ ମିଡ଼ିଆ କୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି ସେମାନଙ୍କ ସ୍ବାର୍ଥ କୁ ହାସଲ କରିବା ପାଇଁ। ଫେସବୁକ ରେ ପ୍ରେମ ଓ ପ୍ରତାରଣା ର ଘଟଣା ତ ଆପଣ ବହୁତ୍ ଶୁନିଥିବେ। କିଭଳି ଭାବରେ କିଛି ବ୍ୟକ୍ତି ଯୋଜନାବଦ୍ଧ ଭାବରେ ଏହି ଭଳି କାର୍ଯ୍ୟରେ ଲାଗି ରହିଥାନ୍ତି ଯୁବତୀ ମାନଙ୍କୁ ଫସାଇବା ପାଇଁ। ନିଜ ଫେସବୁକ୍ ଆକାଉଣ୍ଟ ରେ ଭୁଲ୍ ତଥ୍ୟ, ଫଟୋ ଦେଇ ସୁନ୍ଦରୀ ଯୁବତୀ ମାନଙ୍କୁ ଫସାଇବା ପାଇଁ ସେମାନେ କରିଥାନ୍ତି ଜୋରଦାର ପ୍ରୟାସ।

ଆଉ ଅନେକାଂଶରେ ସଫଳ ବି ହୁଅନ୍ତି।ଆଉ ବେଳେବେଳେ ଏମାନେ ଏମିତି ଯୁବତୀଙ୍କ ହାବୁଡ଼ରେ ପଡ଼ି ଯାଇଥାନ୍ତି ଯେ ଉଚିତ୍ ଉତ୍ତମ ମଧ୍ୟମ ଖାଇ ଏକାଥରେ ସାବାଡ୍ ହୋଇ ଯାଆନ୍ତି।

ସେହିପରି ଏକ ଘଟଣା ଏବେ ଘଟିଛି ଭଦ୍ରକ ରେ।ଏଠାରେ ଜଣେ ଯୁବକଙ୍କୁ ଫେସବୁକ୍ ରେ ପ୍ରେମ ନିବେଦନ କରିବା ମହଙ୍ଗା ପଡିଛି। ତାହା ପୁଣି ଜଣେ ବିବାହିତା ମହିଳାଙ୍କୁ । ଯୁବକ ଜଣଙ୍କ ଫେସବୁକରେ ବାରମ୍ବାର ବିବାହିତ ମହିଳାଙ୍କୁ ପ୍ରେମ ନିବେଦନ କରିବା ତାଙ୍କ ପାଇଁ ବେଶ୍ ମହଙ୍ଗା ପଡିଛି। ଘଟଣାର ପରିଣାମ ସ୍ୱରୂପ ବିଚ ରାସ୍ତାରେ ଯୁବକଙ୍କୁ ଘୋଷାରି ଘୋଷାରି ବାଡ଼ଉଛନ୍ତି ମହିଳା ଓ ତାଙ୍କର ସମ୍ପର୍କୀୟ ମାନେ।

ତେବେ ଏଭଳି ଏକ ଘଟଣା ଭଦ୍ରକର ଜନଗହଳିପୂର୍ଣ୍ଣ ସ୍ଥାନ ବନ୍ତ ଛକଠାରେ ଦେଖିବାକୁ ମିଳିଛି। ଖବର ଅନୁସାରେ ବାଲେଶ୍ୱର ଜ଼ିଲ୍ଲା ଖଇରା ବ୍ଲକ ର ଜଣେ ଯୁବକ, ସମ୍ବଲପୁରର ଜଣେ ବିବାହିତା ମହିଳାଙ୍କୁ ଫେସବୁକ ଜରିଆରେ ବାରମ୍ବାର ପ୍ରେମ ନିବେଦନ କରି ଆସୁଥିଲେ ।

କେବଳ ଏତିକି ନୁହେଁ ଏହି ରସିକିଆ ଯୁବକ ଜଣଙ୍କ ଏପରିକି ତାଙ୍କୁ ମୋବାଇଲରେ ବିଭିନ୍ନ ପ୍ରକାରର ମେସେଜ ଦେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ମଧ୍ୟ ଦେଇ ଆସୁଥିଲେ । ତେବେ ବାରମ୍ବାର ଯୁବକଙ୍କ ଏପରି କାର୍ଯ୍ୟରେ ମହିଳା ଜଣକ ଅତିଷ୍ଠ ହୋଇ ଶେଷରେ ତାଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ।

ଏହାପରେ ଯୋଜନା ପ୍ରସ୍ତୁତ କରି ଗୁରୁବାର ଯୋଜନା ଅନୁଯାୟୀ ଯୁବକ ଜଣଙ୍କୁ ଭଦ୍ରକ ବନ୍ତ ଛକକୁ ଡକାଇ ଥିଲେ ବିବାହିତ ମହିଳା ଜଣଙ୍କ ।ଏହାପରେଯୁବକ ଜଣଙ୍କ ବନ୍ତ ଛକ ନିକଟରେ ପହଞ୍ଚିବା କ୍ଷଣି ମହିଳା ଓ ପରିବାରର ଅନ୍ୟ ସମ୍ପର୍କୀୟ ମାନେ ଯୁବକ ଜଣଙ୍କୁ ଘୋଷାରି ଘୋଷାରି ମନ ଇଚ୍ଛା ବିଧା ଗୋଇଠା ମାଡ଼ ମାରିଥିଲେ ।

ତେବେ ଏହିଭଳି ମାଡ଼ ଦେଖି ଉପସ୍ଥିତ ଥିବା ଲୋକମାନେ ନିରବ ହୋଇ ଯାଇଥିଲେ । ଘଟଣାଟି ଏହି ନିକଟରେ ଘଟିଥିବା ବେଳେ ଏହି ଘଟଣାର ଭିଡିଓ ଏବେ ବିଭିନ୍ନ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି ।ଏହାପରେ ଟାଉନ ପୋଲିସ ଉକ୍ତ ଯୁବକଙ୍କୁ ବାଡାଉଥିବା ମହିଳାଙ୍କ ଦୁଇ ସମ୍ପର୍କୀୟଙ୍କୁ ଗିରଫ କରି ପରେ ସେମାନଙ୍କୁ କୋର୍ଟ ଚାଲାଣ ମଧ୍ୟ କରିଛି। ଏହାସହ ଟାଉନ ପୋଲିସ୍ ଏହି ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛନ୍ତି ବୋଲି ପୋଲିସ ପକ୍ଷରୁ କୁହା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।