ହେ ପ୍ରଭୁ ! ୯ବର୍ଷ ହେବ ଏହି ମନ୍ଦିରରେ ବିନା ତେଲ ରେ ଜଳୁଛି ଦୀପ, ମନ୍ଦିରର ଆବିର୍ଭାବ ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…….

ଆସନ୍ତୁ ଆଜିର ଏହି ଲେଖାରେ ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ ଏବଂ ଏହାର ପ୍ରକୃତ ରହସ୍ୟ କଣ ?

ଆପଣ ଜାଣିଛନ୍ତି ଭାରତରେ ଅନେକ ମନ୍ଦିର ଅଛି ଯାହାର ନିଜସ୍ୱ ବିଶେଷତ୍ତ୍ୱ ରହିଛି। କିଛି ଅସାଧାରଣ ଅଲୌକିକତା ପାଇଁ ଏସବୁ ବେଶ୍ ପ୍ରସିଦ୍ଧ।

ତେବେ ସେହିଭଳି ଅନେକ ମନ୍ଦିର ର ଚମତ୍କାରିତା ମଧ୍ୟ ଆମ୍ଭକୁ ଆଶ୍ଚର୍ଯ୍ୟ କରିଥାଏ। ଯେଉଁଭଳି ଭାରତର ମଧ୍ୟପ୍ରଦେଶର ଶାହାଜାହାନପୁର ଜିଲ୍ଲାରେ ଅବସ୍ଥିତ ଏକ ମନ୍ଦିର, ଯେଉଁଠି ପାଣିରେ ଦୀପ ଜଳୁଛି। ଏହା ହେଉଛି ଏହି ମନ୍ଦିରର ବିଶେଷତ୍ଵ। ଏହା ଏକ ଦେବୀ ମନ୍ଦିର ଯାହା କାଲିସିନ୍ଧ ନଦୀ କୂଳରେ ଅବସ୍ଥିତ।ଏଠାରେ ଦୀର୍ଘ ଦିନ ଧରି ପ୍ରାୟତଃ ୯ବର୍ଷ ହେବ ଏହି ମନ୍ଦିରରେ ପାଣିରେ ଜଳୁଛି ଦ୍ଵୀପ।

ତେବେ ସୂଚନା ଅନୁସାରେ ଯାହା ସେଠାକାର ପୁରୋହିତ ମାନେ କହିଥାନ୍ତି ପୂର୍ବରୁ ଏଠାରେ ମାତା ଦେବୀଙ୍କ ସାମ୍ନାରେ ସାଧାରଣ ତେଲ ପ୍ରଦୀପ ପ୍ରଜ୍ୱଳିତ ହେଉଥିଲା।କିନ୍ତୁ ୯ବର୍ଷ ପୂର୍ବେ ମନ୍ଦିରର ଦେବୀ ସ୍ୱପ୍ନରେ ମନ୍ଦିର ପୁରୋହିତଙ୍କ ନିକଟକୁ ଆସି ଦୀପକୁ ତେଲ ପରିବର୍ତ୍ତେ କାଳିସିନ୍ଧ ନଦୀର ଜଳରେ ଜାଳିବାକୁ କହିଥିଲେ।ସେହି ଦିନଠାରୁ ଦେଖିବାକୁ ମିଳିଲା
ଯେ, ଏହି ଦୀପଟି ଜଳ ରେ ଜଳିଲା।

ସ୍ବପ୍ନ ହେବା ପରେ ଦ୍ଵୀପ ରେ ଜଳ ରଖିବା ମାତ୍ରେ ଦୀପ ଜୋର୍‌ରେ ଜଳିବାକୁ ଆରମ୍ଭ କଲା। କିନ୍ତୁ ଏହାର ଆଉ ଏକ ଖାସ୍ କଥା ହେଲା ଏହି ଦୀପ କେବଳ କାଲିସିନ୍ଧ ନଦୀର ଜଳରେ ହିଁ ଜଳିଥାଏ। ଅନ୍ୟ କୁଆଡୁ ଜଳ ଆଣିଲେ ଏହା ଜଳି ନଥାଏ।ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ।

ଭାରତର ଥିବା ମନ୍ଦିର ମାନଙ୍କର ଅନେକ ବିଶେଷତ୍ଵ ମଧ୍ୟରୁ ଏହି ମନ୍ଦିରର ବିଶେଷତ୍ଵ ମଧ୍ୟ ନିଆରା।ଯେଉଁ କାରଣରୁ ଏହି ମନ୍ଦିରକୁ ଦେଶ ବିଦେଶରୁ ବହୁ ପର୍ଯ୍ୟଟକ ବୁଲିବାକୁ ଓ ଦର୍ଶନ କରିବାକୁ ଆସୁଛୁନ୍ତି। ବହୁ ସଂଖ୍ୟକ ଲୋକ ମଧ୍ୟ ଏଠାରେ ଥିବା ନବରାତ୍ରି ପରିଦର୍ଶନ କରନ୍ତି।ଏହା କୁହାଯାଏ ଏହି ମନ୍ଦିରରେ ଯାହା ମାନସିକ କରାଯାଏ ତାହା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି।

ତେବେ ମନ୍ଦିରର ପୁରୋହିତ ମାନଙ୍କର କହିବା କଥା ଅନୁସାରେ ଏହି ମନ୍ଦିରର ଦ୍ଵୀପ କିନ୍ତୁ ବର୍ଷା ଦିନେ ଜଳି ନଥାଏ କାରଣ ବର୍ଷା ଋତୁ ରେ ନଦୀର ପାଣି ଉଚ୍ଛୁଳି ଉଠି ଥାଏ ଏବଂ ମନ୍ଦିର ବୁଡି ଯାଇଥାଏ।ଯେଉଁ କାରଣରୁ ଦ୍ଵୀପ ଲିଭି ଯାଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।