୭ ଦିନରେ ଭାତୁଡ଼ି ହୋଇଯିବ ଗାଏବ, ଆଜି ହିଁ କରନ୍ତୁ ଏହି ଘରୋଇ ଉପାୟ ୧୦୦% ଗ୍ୟାରେଣ୍ଟି

ଚର୍ମ ଜନିତ ସମସ୍ୟା ଏକ ସାଧାରଣ ରୋଗ ଭାବେ ପରିଗଣିତ ହେଉଛି।ମାତ୍ର ଯେତେ ସାଧାରଣ ହେଲେ ମଧ୍ୟ ଆମେ ଏହାକୁ ସାଧାରଣ ଭାବେ ନେଇ ପାରୁନାହିଁ।ବିଭିନ୍ନ କାରଣରୁ ଏହି ସମସ୍ୟା ଉପୁଜି ଥାଏ।ତେବେ ସମସ୍ୟା ଅଛି ମାନେ ତାହାର ସମାଧାନ ମଧ୍ୟ ଅଛି।ଏହି ଚର୍ମ ଜନିତ ସମସ୍ୟା ମଧ୍ୟରେ ଭାତୁଡି ଅନ୍ୟତମ।

ଲୋକ ବାଣୀ ରହିଛି କି ପିଲା ବେଳେ କଞ୍ଚା ଚାଉଳ ଖାଇଲେ ପରିଣତ ବୟସରେ ତାହା ଭାତୁଡ଼ି ରେ ରୂପାନ୍ତରିତ ହୋଇଥାଏ । କିନ୍ତୁ ଏହି ଉକ୍ତି ର କୌଣସି ସତ୍ୟତା ପରିଦୃଷ୍ଟ ହୁଏ ନାହିଁ। ଚର୍ମରେ ଭତୁଡି ହେବା ଏକ ଅତି ସାଧାରଣ କଥା।

ବହୁ ସମୟରେ ଦେଖା ଯାଏ ଭାତୁଡି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯେତେ ଡାକ୍ତର ଦେଖାଇ ଔଷଧ ଖାଇଲେ ମଧ୍ୟ ସେଥିରୁ କୌଣସି ସୁଫଳ ମିଳି ନଥାଏ। ଯଦି ଆପଣଙ୍କ ଶରୀର ରେ ଏହିପରି ଭଟୁଡି ହେଇଚି ଓ ଯେତେ ଔଷଧ ସେବନ କଲେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳୁନାହିଁ ତେବେ ଆପଣ ଜମା ବି ଚିନ୍ତିତ ହୁଅନ୍ତୁ ନାହିଁ।

ଆମେ ଆଜି ଆପଣଙ୍କୁ କିଛି ଘରୋଇ ଉପଚାର ବତାଇବୁ ଯାହାକୁ ଆପଣ ମାନେ ଅତି ସହଜରେ ଘରେ ରହି କମ୍ ଖର୍ଚ୍ଚରେ ବ୍ୟବହାର କରି ପାରିବେ ଓ ଭାତୁଡୀ କୁ ମୂଳରୁ ଭଲ କରି ପାରିବେ।ତାହାଲେ ଆସନ୍ତୁ ଜାଣିବା କଣ ସେହି ଉପାୟ ସବୁ-

୧. ଭାତୁଡିରୁ ମୁକ୍ତି ପାଇବା ପାଇଁ ଏକ ଆୟୁର୍ବେଦିକ ଚିକିତ୍ସା ହେଉଛି ଗ୍ରୀନ ଏପଲ୍ । ଏହା ସାଧାରଣତଃ ଖଟା ଲାଗି ଥାଏ।ଏଥିରେ ଥିବା ଅମ୍ଳ ଗୁଣ ଭାତୁଡିକୁ ଅପସାରଣ କରିବାରେ ସହାୟକ ହୁଏ।ଯାହା ଦ୍ଵାରା ଭତୁଡୀ ଧୀରେ ଧୀରେ ଚର୍ମରେ ମିଶି ଯାଏ।ଗୋଟେ ଗ୍ରୀନ ଏପଲ୍ କୁ କାଟି ଏହାକୁ ଭାତୁଦୀ ହୋଇଥିବା ସ୍ଥାନରେ ପାଞ୍ଚ ମିନିଟ୍ ଲେଖାଏଁ ଦିନକୁ ଦୁଇ ଥର ଲଗାଇଲେ ଏଥିରୁ ଉପଶମ ମିଳେ।

୨. ବେକିଙ୍ଗ ସୋଡା ଏକ ଏଭଳି ଜିନିଷ ଯାହା ଭାଟୁଡ଼ି କୁ ନାଶ କରିବାରେ ସାହାଯ୍ୟ କରେ।ଏଥିପାଇଁ ଆପଣ ପ୍ରଥମେ ୪ ଚାମଚ ବେକିଙ୍ଗ ଶୋଡା କୁ ଏକ ଚାମଚ କଷ୍ଟର ତେଲ ସହ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରିବେ। ଏହି ମିଶ୍ରଣକୁ ଉକ୍ତ ସ୍ଥାନ ରେ ଲଗାଇ ଏହା ଉପରେ ଏକ ବ୍ୟାଣ୍ଡେଜ୍ ଲଗାଇବେ ଏହିପରି ୩ ରୁ ୪ ଦିନ କରିବା ପରେ ନିଶ୍ଚିତ ଭାବେ ଭାତୁଡ଼ ଭଲ ହୋଇ ଯିବ।

୩. ଆଳୁ ଏକ ଏଭଳି ପାରିବା ଯାହା ଧନୀ ଠାରୁ ଗରିବ ସମସ୍ତଙ୍କ ରୋଷେଇ ଘରେ ଅତି ସହଜରେ ମିଳି ପାରିବ। ତେଣୁ ଯଦି ଆପଣଙ୍କର ଭତୁଡ଼ ହୋଇଛି ଓ ଆପଣ ସେଥିପାଇଁ ଚିନ୍ତିତ ତେବେ କାଳ ବିଳମ୍ବ ନକରି ଶୀଘ୍ର ଏକ ଆଳୁର ରସକୁ ଭାତୁଡିରେ ଲଗାନ୍ତୁ ଏବଂ ତାହାର ଫଳ ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।