ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ । ଉଦ୍ଧାର ସମୟରେ ଚିତାବାଘ ର ଭୟଙ୍କର ଆକ୍ରମଣ, ଭିଡ଼ିଓ ଟି ଦେଖିଲେ ଛାତି ଥରି ଉଠିବ…..

ବାଘ ନାମ ଶୁଣିଲେ ସତେ ଯେମିତି ଏକ କୋକୁଆ ଭୟ ସୃଷ୍ଟି ହୁଏ ମନରେ। ବାଘ ନିମିଷକ ଭିତରେ ମଣିଷକୁ ମାରି ତାର ଭୋକ ମେଣ୍ଟାଇବା ପାଇଁ ସକ୍ଷମ ହୋଇପାରେ।ତେବେ ବାଘ ମଣିଷକୁ ତା ଆୟତ୍ତ କୁ ନେଲା ପରେ କଥା ସରିଲା। ସେଠାରେ ମଣିଷର ବଞ୍ଚିବା ର କୌଣସି ଆଶା ବି ରହି ନଥାଏ।ତେବେ ସେହିଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ର ଇନ୍ଦୋର ରେ।

ଏଠାରେ ବାଘ କୁ ଧରିବା ପାଇଁ ପ୍ରୟାସ କରା ଯାଉଥିବା ବେଳେ ବାଘ ଟି ଅଚାନକ ଭାବରେ ଆକ୍ରମଣତ୍ମକ ହୋଇ ପଡିଛି।ତେବେ ଆପଣଙ୍କୁ କହି ରଖୁଛୁ କି ଉକ୍ତ ବାଘଟି ତାର ବାସସ୍ଥାନ ରୁ ଖସି ପଳାଇଥିଲା।

ଏହାପରେ ଏକ ନିର୍ଦ୍ଦିଷ୍ଟ ଟିମ୍ ଜରିଆରେ ତାକୁ ଠାବ କରି ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ହୋଇଥିଲା। ବାଘକୁ ଏମିତି ଖୋଲା ଭାବରେ ଛାଡ଼ିବା ଅନ୍ୟ ମାନଙ୍କ ପ୍ରତି ବିପଦ ଥିବାରୁ ବାଘ କୁ ଧରିବା ପାଇଁ ବନ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ତରଫରୁ ଏବଂ ରେସ୍କୁ ଟିମ୍ ମାନଙ୍କ ମିଳିତ ଉଦ୍ୟମରେ ଏହାର ପ୍ରୟାସ କରା ଯାଇଥିଲା। କାରଣ ଏହି ଖସି ଆସିଥିବା ଚିତା ବାଘଟି ତାର ଘର ଭିତରୁ ବାହାରକୁ ଆସି ଲୋକଙ୍କ ମନରେ ଏକ ଆତଙ୍କ ଖେଳାଇ ଦେଇଥିଲା।

ଆକ୍ରମଣ କରିବାକୁ ସେ ଡେଇଁ ପଡୁଥିଲା ଏବଂ ଏହିଭଳି ଭାବରେ ଅନେକ ଲୋକଙ୍କୁ ମଧ୍ୟ ଏହି ଚିତାବାଘ ଟି କ୍ଷତି ପହଞ୍ଚାଇଥିଲା। ତେବେ ଏହା ପରେ ଏହି ଚିତାବାଘ କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇ ସମସ୍ତ ପ୍ରସ୍ତୁତି ଆରମ୍ଭ କରା ଯାଇଥିଲା ଯାଇଥିଲା। ଯେତେବେଳେ ଟିମ୍ ଦ୍ବାରା ଚିତା ବାଘ ଟି ଠାବ ହେଲା ସେତେବେଳେ ବାଘଟି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ବସିଥିବାର ଦେଖା ଯାଇଥିଲା।ତାପରେ ଆରମ୍ଭ ହୋଇଥିଲା ରେସ୍କୁଏ କାର୍ଯ୍ୟକ୍ରମ।

ଏଠାରେ ବହୁତ୍ ସଂଖ୍ୟକ ଲୋକ ମଧ୍ୟ ଜମା ହୋଇଥିଲେ। ଲୋକମାନେ ଏହି ଆପରେସନ୍ ଦେଖିବାକୁ ସେଠାରେ ଦୁଇ ପାର୍ଶ୍ଵରେ ଛିଡ଼ା ହୋଇଥିଲେ।ତେବେ ଏହାକୁ ନେଇ ଯେତେବେଳେ ଆରମ୍ଭ ହୋଇଥିଲା ବାଘକୁ ଧରିବା କାର୍ଯ୍ୟକ୍ରମ ଆଉ ଏହି ସମୟରେ ହଠାତ୍ ବାଘଟି ବାହାରି ଆସିଥିଲା ସେହି ସ୍ଥାନରୁ।

ଆଉ ବାଘଟି ସେଠାରୁ ବାହାରି ଆସିବା ପରେ ଲୋକେ ଭୟଭୀତ ହୋଇ ଏପଟେ ସେପଟେ ଦୋୖଡି ଯାଇଥିଲେ।ଏହାପରେ ବାଘଟି ରେଷ୍କୁଏ ଟିମ୍ ର ଜଣେ ଲୋକକୁ ଆକ୍ରମଣ କରିଥିଲା। ତାକୁ ଆଘାତ କରିବା ପରେ ପୁଣି ଏହି ବାଘଟି ଅନ୍ୟ ଜଣେ ବ୍ୟକ୍ତି ଙ୍କୁ ଆକ୍ରମଣ କରିବା ପାଇଁ ଦୋୖଡି ଯାଇଥିଲା ଏବଂ ତାକୁ ଆକ୍ରମଣ ମଧ୍ୟ କରିଥିଲା। ସେଠାରେ ଥିବା ଲୋକେ ଏହାକୁ ଦେଖି ଭୟଭୀତ ହୋଇ ଦୋୖଡି ଯାଇଥିଲେ।ତେବେ ବାଘର ଏଭଳି ଆକ୍ରମଣ ସମସ୍ତଙ୍କୁ ଭୟଭୀତ କରି ଦେଇଥିଲା।

ସମସ୍ତଙ୍କ ମନରେ ଏକ କୋକୁଆ ଭୟ ଖେଳି ଯାଇଥିଲା ନିଜ ଜୀବନକୁ ବଞ୍ଚାଇବା କୁ ନେଇ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।