ଦେଖନ୍ତୁ ଭିଡ଼ିଓ । ଜଙ୍ଗଲକୁ ଟାଣି ନେଇ ମହିଳାଙ୍କ ସହ ଦୁର୍ବ୍ୟବହାର କରିବାର ଭିଡ଼ିଓ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି…..

ହତ୍ୟା, ଦୁଷ୍କର୍ମ, ବଳାତ୍କାର ଭଳି ଅମାନବୀୟ ଏବଂ ଅମାନୁଷିକ କାର୍ଯ୍ୟ ଆଜିର ସମାଜରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକେ କୌଣସି କ୍ଷେତ୍ରରେ ନିଜକୁ ସୁରକ୍ଷିତ ଭାବିବା ପାଇଁ ଉଚିତ୍ ମନେ କରୁ ନାହାନ୍ତି। ଦିନକୁ ଦିନ ଏହିଭଳି ଅନେକ ଘଟଣା ଘଟୁଛି ଆମ ଭାରତ ବର୍ଷରେ। ସ୍ଵାଧୀନତା ର ଏତେ ବର୍ଷ ପରେ ବି ସାଧାରଣ ଜନତା ନିଜକୁ ସ୍ଵାଧୀନ ମଣି ପାରୁନାହୁଁ।

ନିଜକୁ ଏକ ଭୟ ଏବଂ ଆଶଙ୍କା ଭିତରେ ରଖି ସେ ସମାଜରେ ଜୀବନ ଯାପନ କରିବାକୁ ବାଧ୍ୟ ହେଉଛି।ତେବେ ଏହାରି ଭିତରେ ଏହିସବୁ ଘଟଣା ର କୌଣସି ସମାଧାନ ଓ ଦୃଢ଼ ନିଷ୍ପତି ର ସୂତ୍ରପାତ ହୋଇ ପାରୁନାହିଁ।

କାରଣ ମଣିଷର ମାନସିକତା ହିଁ ସେହି ପ୍ରକାରର ହୋଇ ଗଲାଣି। ନିଜର ହୀନ ମନ୍ୟତା ଏବଂ କୁତ୍ସିତ ଚିନ୍ତାଧାରା କୁ ଚରିତାର୍ଥ କରିବା ପାଇଁ ଲୋକେ ଘଟେଇ ଚାଲିଛନ୍ତି କିଛି ଏହିଭଳି ନିନ୍ଦନୀୟ ଘଟଣା। କେତେବେଳେ ଏଥିପାଇଁ ଦାୟୀ ରହୁଛି ଉପଯୁକ୍ତ ଶିକ୍ଷାର ଅଭାବ ତ ପୁଣି କେତେବେଳେ ଦାୟୀ ରହିଛି ଉପଯୁକ୍ତ ସଂସ୍କାରର ଅଭାବ।

ତେବେ ଏଠାରେ ଏକ ପ୍ରଶ୍ନ ଉଠେ ଯେ ମଣିଷ ଏତେ ତଳକୁ ଖସି ଯାଇ ପାରେ କିପରି ଯଦିଓ ମଣିଷ ପାଖରେ ଭାବିବା ଜାଣିବା ପାଇଁ ନିଜର ଚିନ୍ତନ ଶକ୍ତି ରହିଛି ଏବଂ ମଣିଷ ସମାଜର ଶ୍ରେଷ୍ଠ ପ୍ରାଣୀ ମଧ୍ୟ ଅଟେ।ତାପରେ ବି ଏହିପରି ହୀନ କାମ କରିବାକୁ ମଣିଷର ବିବେକ ବାଧା ଦେଉନାହିଁ କିପରି ଯାହା ଅତ୍ୟନ୍ତ ଦୁଃଖର ବିଷୟ ଅଟେ।

ସେହିଭଳି ଆମେ ଯେଉଁ ଘଟଣା ବିଷୟରେ ଆପଣଙ୍କୁ ଏଠାରେ କହିବାକୁ ଯାଉଛୁ ସେଥିରେ ମଧ୍ୟ ଏମିତି କିଛି ଲଜ୍ୟା ଜନକ ପରିସ୍ଥିତି ସୃଷ୍ଟି ହୋଇଛି।୨ ଜଣ ଯୁବକ ଜଣେ ମହିଳା କୁ ଜଙ୍ଗଲ ଭିତରକୁ ଟାଣି ଟାଣି ଜୋର୍ ଜବରଦସ୍ତ କରି ନେଇ ଯାଉଛନ୍ତି ଆଉ ସେହି ସମୟରେ ଜଣେ ଅନ୍ୟ ବ୍ୟକ୍ତି ଏହାକୁ ନିଜ କ୍ୟାମେରା ରେ ରେକର୍ଡ ମଧ୍ୟ କରୁଛନ୍ତି।

ତେବେ ଏହି ଦୁଇ ଯୁବକ ମହିଳା ଙ୍କ ସହିତ ଖରାପ୍ ବ୍ୟବହାର କରିବା ସହିତ ତାଙ୍କୁ ଜୋର୍ ପାଟିରେ ଗାଳି ଦେଉଛନ୍ତି ମଧ୍ୟ। ଉତ୍ତ୍ୟକ୍ତ ହୋଇ ମହିଳା ଜଣଙ୍କୁ ଟାଣି ଓଟାରି ସେମାନେ ହଇରାଣ କରୁଛନ୍ତି। ନିଛାଟିଆ ଏହି ଜଙ୍ଗଲ ଭିତରେ ଯୁବକ ମାନଙ୍କର ମହିଳା ଙ୍କ ପ୍ରତି ଏହି ଅପ ବ୍ୟବହାର ରେକର୍ଡ ହୋଇଛି ମୋବାଇଲ୍ କ୍ୟାମେରା ରେ ଅନ୍ୟ ଜଣେ ସାଥୀ ଯୁବକଙ୍କ ଦ୍ବାରା।

ତେବେ ଏହି ଭିଡିଓ ଟି ପରେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।ଏହି ତିନି ଯୁବକ ମାନେ ହେଲେ ରାହୁଲ, ଅାକାଶ, ଭିମଲ୍।ତେବେ ଏମାନେ ୩ ଜଣ ଏଥିରେ ସଂପୃକ୍ତ ଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ କୁ ପଠାଇଛି।

ପୋଲିସ ର ମୁଖ୍ୟ ଅଧିକାରୀ ଘଟଣାର ଅଧିକ ଯାଞ୍ଚ କରୁଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।