ପୁଣି ବିବାହ କରିବାକୁ ଯାଉଛନ୍ତି ସୁପର ଷ୍ଟାର Hrithik Roshan, ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବଲିଉଡ୍ ର ସୁପରଷ୍ଟାର ହ୍ରିତିକ୍‌ ରୋଶନ ତାଙ୍କର ଅଭିନୟ ଏବଂ ଫିଟନେସ କାରଣରୁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ତାଙ୍କର ପ୍ରଶଂସକ ମାନଙ୍କ ସଂଖ୍ୟା ବି ବହୁତ୍ ଅଧିକ।ନିଜର ନିଆରା ଅନ୍ଦାଜ ର ଅଭିନୟ ସାଙ୍ଗକୁ ଆକର୍ଷଣୀୟ ଚେହେରା ପାଇଁ ସେ ସମସ୍ତଙ୍କ ହୃଦୟ ଜିଣିବା ସହିତ ଦୀର୍ଘଦିନ ଧରି ବଲିଉଡ୍ ରେ ତାଙ୍କର ଆଧିପତ୍ୟ ବିସ୍ତାର କରି ଆସିଛନ୍ତି।

ସେ ବଲିଉଡରେ ଅନେକ ସଫଳ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ଏବଂ ନିଜ ପାଇଁ ଏକ ଭିନ୍ନ ସ୍ଥାନ ପ୍ରତିଷ୍ଠା କରିଛନ୍ତି। ଅଭିନୟ ବ୍ୟତୀତ ହ୍ରିତିକ୍ ଙ୍କ ଆଉ ଏକ ପରିଚୟ ରହିଛି।ସେ ଜଣେ ମଞ୍ଚ ଅଭିନେତା ଏବଂ ପ୍ଲେ ବେକ ଗାୟକ ଅଟନ୍ତି।

ସମସ୍ତେ ତାଙ୍କୁ ପସନ୍ଦ କରନ୍ତି ଏବଂ ତାଙ୍କ ଚରିତ୍ରକୁ ସିନେ ସମୀକ୍ଷକ ଓ ସମାଲୋଚକ ତଥା ଜନସାଧାରଣ ମଧ୍ୟ ଭଲ ଭାବରେ ଗ୍ରହଣ କରିଛନ୍ତି।ସେ ବଲିଉଡରେ ଜଣେ ଭଲ ନୃତ୍ୟଶିଳ୍ପୀ ଭାବରେ ମଧ୍ୟ ପରିଚିତି ସୃଷ୍ଟି କରିଛନ୍ତି। ତେବେ ହ୍ରିତିକ୍ ଅଧିକାଂଶ ସମୟରେ ହେଡଲାଇନ ରେ ରହିଥାନ୍ତି ତାଙ୍କର ରିଲ୍ ଲାଇଫ ପାଇଁ ହେଉ କିମ୍ବା ବାସ୍ତବ ଜୀବନ କୁ ନେଇ।

ପ୍ରେମ ମାମଲା ରେ ସେ ଟିକେ ଆଗରେ ତାଙ୍କର ରୋମାଣ୍ଟିକ ନେଚର୍ ପାଇଁ।ଏବେ ପୁଣି ସେ ଏଥିପାଇଁ ଚର୍ଚ୍ଚାରେ ରହିଛନ୍ତି।ତାଙ୍କ ପତ୍ନୀ ସୁଜନ ଖାନଙ୍କ ସହ ଛାଡପତ୍ର ପରେ ସେ ସଂପୂର୍ଣ୍ଣ ସୀଙ୍ଗେଲ ଥିଲେ କିନ୍ତୁ ବର୍ତ୍ତମାନ ପୁଣି ଚର୍ଚ୍ଚା ହେଉଛି ଯେ ହ୍ରିତକ ଏବେ ଜଣଙ୍କ ପ୍ରେମରେ ପଡ଼ିଛନ୍ତି ଏବଂ ଖୁବ୍ ଶୀଘ୍ର ତାଙ୍କୁ ବିବାହ କରିବାକୁ ଯାଉଛନ୍ତି।

ତେବେ ଚର୍ଚ୍ଚା ହେଉଥିବା ଏହି ନୂତନ ପ୍ରେମିକା ଜଣଙ୍କ ହେଉଛନ୍ତି ଅଭିନେତ୍ରୀ ପୂଜା ହେଗଡେ।ଯିଏକି ଯିଏ ୨୦୧୬ ରେ ହ୍ରିତିକ ରୋଶନଙ୍କ ସୁପରହିଟ ଫିଲ୍ମ ମୋହେଞ୍ଜୋଦାରୋ ରେ ହିରୋଇନ୍ ଭାବରେ ଅଭିନୟ କରିଥିଲେ। ପୂଜା ତାମିଲନାଡୁ ଚଳଚ୍ଚିତ୍ର ରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ।ମୋହେଞ୍ଜୋଦାରୋ ଫିଲ୍ମ୍ ସୁଟିଂ ଚାଲିଥିବା ବେଳେ ଏହି ଦୁଇଜଣଙ୍କ ଘନିଷ୍ଠତା ବଢିଥିଲା ପରେ ଏମାନେ ପ୍ରେମରେ ପଡ଼ିଥିଲେ ।

ଏବେ ସେମାନଙ୍କୁ ବହୁତ୍ ସ୍ଥାନରେ ଏକାକୀ ଦେଖିବାକୁ ମିଳୁଛି। ଏମାନଙ୍କ ଫଟୋ ବହୁତ୍ ସେୟାର ହେଉଥିବାର ଦେଖିବାକୁ ମଧ୍ୟ ମିଳୁଛି ଏବଂ ଚର୍ଚ୍ଚା ହେଉଛି କି ଏମାନେ ବହୁତ୍ ଜଲଦି ବିବାହ ବନ୍ଧନରେ ଆବଦ୍ଧ ହେବେ।

ଦୀର୍ଘ ୨୦ ବର୍ଷ ବଲିଉଡରେ ନିଜର ଅଭିନୟ ଯାଦୁ ଦେଖାଇବା ପରେ ହ୍ରିତିକ୍‌ ତାଙ୍କ ଲଭ୍ ଲାଇଫ ରେ କେତେ ସଫଳ ହେଉଛନ୍ତି ତାହା ଦେଖିବାକୁ ବାକି। ୨୦୦୦ ମସିହାରେ ରିଲିଜ୍‌ ହୋଇଥିବା ଫିଲ୍ମ ‘କହୋ ନା ପ୍ୟାର୍‌ ହୈ’ରେ ହ୍ରିତିକ୍‌ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ପରେ ରାତାରାତି ସେ ସୁପରଷ୍ଟାର ହୋଇଥିଲେ। ଗତ କିଛିମାସ ତଳେ ହ୍ରିତିକଙ୍କ ଅଭିନୀତ ଫିଲ୍ମ ‘ଓ୍ଵାର’ ବକ୍ସ ଅଫିସରେ ବେଶ୍‌ କମାଲ କରିଥିଲା।

ଏଥିରେ ହ୍ରିତିକଙ୍କ ସହିତ ଟାଇଗର ଶ୍ରଫ ଏବଂ ବାଣୀ କପୁର ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।