ଓଡିଶା ସରକାର ଙ୍କର ବଡ ଘୋଷଣା । ସୁମଙ୍ଗଳ ପୋର୍ଟାଲ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଏବେ ବିବାହ କଲେ ମିଳିବ ୨,୫୦,୦୦୦ ଟଙ୍କା……

ଆପଣ ବିବାହ କରିବାକୁ ଯାଉଛନ୍ତି କି? ଆପଣଙ୍କ ପାଇଁ ରହିଛି ଖୁସି ଖବର। ଏଣିକି ବିବାହ କଲେ ମିଳିବ ୨ ଲକ୍ଷ ୫୦ ହଜାର ଟଙ୍କା। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂତନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଯେଉଁ ଯୋଜନାର ନାମ ରହିଛି ସୁମଙ୍ଗଲ ପୋର୍ଟାଲ୍ ଯୋଜନା। ଯେଉଁ ଜରିଆରେ ବିବାହ କଲେ ମିଳିବ ଆପଣଙ୍କୁ ଏହି ରାଶି। ତେବେ ଏହା ହେଉଛି ଅନ୍ତଃଜାତି ବିବାହ ପାଇଁ।

ସେହିଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମଧ୍ୟ ଛାତ୍ରବୃତ୍ତି ପୋର୍ଟାଲ୍ ର ଯୋଜନା ମଧ୍ୟ କରିଛନ୍ତି। ତେବେ ଏହି ଦୁଇଟି ଯୋଜନାକୁ ନେଇ ଏବେ ସମସ୍ତେ ଆଗ୍ରହୀ ଅଛନ୍ତି।

ତେବେ ଏହି ଦୁଇଟି ଯୋଜନା ପାଇଁ ସରକାର ସ୍ବତନ୍ତ୍ର ବ୍ୟବସ୍ଥା ମଧ୍ୟ କରିଛନ୍ତି।ତେବେ ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବାକୁ ପଡିବ ନାହିଁ । ଗୋଟିଏ ପୋର୍ଟାଲ ଜରିଆରେ,ଯଥା www.scholarship.odisha.gov.in ରେ କ୍ଲିକ୍‌ କଲେ, ଛାତ୍ରଛାତ୍ରୀ ବୃତ୍ତି ପାଇଁ ଆବେଦନ କରି ପାରିବେ ।

ଏହା ଦ୍ୱାରା ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇ ପାରିବେ ବୋଲି ସୂଚନା ରହିଛି।ତେବେ ବର୍ତ୍ତମାନ ରାଜ୍ୟ ସରକାରଙ୍କ ୬ଟି ବିଭାଗ ପକ୍ଷରୁ ୨୧ଟି ଛାତ୍ରବୃତ୍ତି ଦିଆ ଯାଉଛି।ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ପ୍ରୟୋଗକୁ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତେବେ ଏହି ଯୋଜନା ମାଧ୍ୟମରେ ସେ କହିଛନ୍ତି ଯେ ଏହା ଦ୍ୱାରା ହିଁ, ଲୋକଙ୍କୁ ଦକ୍ଷତା ଓ ସ୍ୱଚ୍ଛତାର ସହ ଠିକ ସମୟରେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେଇ ହେବ। ସେପଟେ ସୁମଙ୍ଗଳ ପୋର୍ଟାଲ ଯୋଜନା ମାଧ୍ୟମରେ ମଧ୍ୟ ଆପଣ ମାନେ ଉପକୃତ ହୋଇ ପାରିବେ।ଏହା ଦ୍ବାରା ୨ ଲକ୍ଷ ୫୦ ହଜାର ଟଙ୍କାର ରାଶି ପ୍ରଦାନର ବ୍ୟବସ୍ଥା ମଧ୍ୟ ରହିଛି।

ଯାହାର ଉଦ୍ଦେଶ୍ୟ ରହିଛି ସାମାଜିକ ଏକତା କୁ ସୃଷ୍ଟି କରିବା।ତେବେ ଆପଣ ମାନେ ଏହି ସୁମଙ୍ଗଲ ପୋର୍ଟାଲ୍ ଯୋଜନାରେ ଆବେଦନ କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ କିଛି ଅସୁବିଧା ନାହିଁ। ଏଥିପାଇଁ ଥିବା ୱେବ୍ ସାଇଟ୍ ରେ କ୍ଲିକ୍ କରି ଆପଣ ଏହାର ଫାଇଦା ପାଇ ପାରିବେ।

ଏଥିପାଇଁ ଦିଆ ଯାଇଥିବା ସ୍ବତନ୍ତ୍ର ୱେବ୍ ସାଇଟ୍ ଜରିଆରେ ଯଥା, www.sumangal.odisha.gov.in ରେ ଆବେଦନ କଲେ ଆନ୍ତଃ ଜାତି ବିବାହ କରିଥିବା ଯୋଗ୍ୟ ହିତାଧିକାରୀ ମାନେ କେବଳ ୬୦ ଦିନ ମଧ୍ୟରେ ଅଢେଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପାଇ ପାରିବେ।

ଏଥିରେ କୌଣସି ଅସୁବିଧା ମଧ୍ୟ ନାହିଁ।ତେବେ ଆନ୍ତଃ ଜାତି ବିବାହ ପାଇଁ ଏହି ପୋର୍ଟାଲ ଉନ୍ମୋଚନ କରି ନବୀନ ପଟ୍ଟନାୟକ କହିଥିଲେ ଯେ, ଆନ୍ତଃଜାତି ବିବାହ ଦ୍ୱାରା ସାମାଜିକ ଏକତା ବଢିବା ସହ ଜାତିଗତ ବାଛବିଚାର ହ୍ରାସ ହେବ ଏବଂ ଲୋକେ ଏକ ସାମାଜିକ ସ୍ତରରେ ଏକତା ବନେଇ ପାରିବେ ଓ ପରସ୍ପର ମଧ୍ୟରେ ସଦଭାବ ମଧ୍ୟ ସୃଷ୍ଟି ହୋଇ ପାରିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।