ନଭେମ୍ବର ୩୦ ଯାଏଁ ଅନଲକ ୬.୦ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ଏହି ସବୁ ଅଞ୍ଚଳରେ ନଭେମ୍ବର ୩୦ ଯାଏଁ ଲକଡାଉନ ରହିବ….

ଆପଣମାନେ ଜାଣିଛନ୍ତି ଦୀର୍ଘ ଦିନ ଧରି ମହାମାରି କରନା ସାରା ବିଶ୍ବରେ ତାର ପ୍ରକୋପ ଜାରି ରଖିଛି।ଏବେ ପର୍ଯ୍ୟନ୍ତ ଥମିବାର ରୂପ ନେଉନାହିଁ କରନା ସଂକ୍ରମଣ। ଏଥିପାଇଁ ଚିନ୍ତାରେ ପ୍ରଶାସନ ଏବଂ ଚିନ୍ତାରେ ସମସ୍ତ ଭାରତୀୟ। ଆପଣ ସମସ୍ତେ ଜାଣିଛନ୍ତି କରନା ମହାମାରୀ ଦାଉରୁ ନିଜକୁ ରକ୍ଷା କରିବା ପାଇଁ ଦୀର୍ଘଦିନ ଧରି ସମସ୍ତେ ଲକ୍ ଡାଉନ୍ ସ୍ଥିତିରେ ରହିଥିଲେ।

ଯଦିଓ ସମଗ୍ର ବିଶ୍ୱ ଏବେବି କରୋନା ସହ ଲଢ଼େଇ କରୁଛି ତଥାପି କରନା ସଂକ୍ରମଣ ଏଭଳି ସ୍ଥିତି ସୃଷ୍ଟି କରିଚି ଯେ ଏଥିରେ ସମସ୍ତେ ଭୟଭୀତ ହୋଇ ଯାଇଛନ୍ତି। ଅଧିକାଂଶ ଲୋକ ନିଜ ସୁରକ୍ଷା କୁ ପ୍ରାଥମିକତା ଦେଇ ଘରୁ ଗୋଡ଼ ମଧ୍ୟ ବାହାର କରୁ ନାହାନ୍ତି।

ଏହାରି ଭିତରେ ଆସିଲା କେନ୍ଦ୍ର ସରକାରଙ୍କ ନୂତନ ଗାଇଡ ଲାଇନ୍ । ପୁଣି କରନା ମହାମାରୀ ର ଭୟାବହତା କୁ ଲକ୍ଷ୍ୟ କରି ନଭେମ୍ବର ୩୦ ଯାଏଁ ସାରା ଦେଶରେ ଅନଲକ ୬.୦ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର । ଏଥିପାଇଁ ସମସ୍ତ ରାଜ୍ୟ ଗୁଡ଼ିକୁ ଏହି ନିୟମକୁ କଡ଼ା କଡ଼ି କରିବେ।ଏହି ହେଲେ ନଭେମ୍ବର ୩୦ ଯାଏଁ କଣ୍ଟେନମେଣ୍ଟ ଜୋନରେ ଲକଡାଉନ ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାରଙ୍କ ତରଫରୁ କୁହା ଯାଇଚି ।

ରାଜ୍ୟ ଭିତରେ ଓ ଅନ୍ୟ ରାଜ୍ୟକୁ ଯାତାୟାତ କରିବା କ୍ଷେତ୍ରରେ କୌଣସି କଟକଣା ରହିବ ନାହିଁ ।ତେବେ ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମା ରେ ଏହି ବିଷୟରେ ସ୍ପଷ୍ଟ କରାଯାଇଛି ।

ଅନଲକ ୬.୦ ର ଗାଇଡଲାଇନ ର ନୂଆ ନିୟମ ଅନୁଯାୟୀ କେବଳ କଣ୍ଟେନମେଣ୍ଟ ଜୋନରେ ନିୟମ କଡ଼ାକଡ଼ି ହେବ ଏବଂ କଡା ନିୟମ ପାଳନ ମଧ୍ୟ କରାଯିବ । ଲୋକ ମାନଙ୍କର ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଦିକୁ ଛାଡିଦେଲେ ଅନ୍ୟ ସବୁ କ୍ଷେତ୍ରରେ କଟକଣା ଲାଗୁ କରାଯିବ ବୋଲି କୁହା ଯାଇଛି ।

ଏହାକୁ ସୁବିଧା କରିବା ପାଇଁ ଓ ଲୋକ ମାନଙ୍କର ଜାଣିବା ପାଇଁ କଣ୍ଟେନମେଣ୍ଟ ଜୋନ ଗୁଡିକ ର ତାଲିକାକୁ ଜିଲ୍ଲା ଓ ରାଜ୍ୟ ୱେବସାଇଟ ଦ୍ୱାରା ସୂଚିତ କରାଯିବ ଏବଂ ଲୋକମାନଙ୍କୁ ସୂଚନା ମଧ୍ୟ ଏହି ଜରିଆରେ ଦିଆଯିବ ବୋଲି ଅନଲକ ୬.୦ ଗାଇଡଲାଇନ ରେ କୁହା ଯାଇଛି।

ଆପଣଙ୍କ ସୂଚନା ନିମନ୍ତେ ଜଣାଇ ଦେଉଛୁ ଯେ ଭୟାନକ କରୋନା ମହାମାରୀ ପାଇଁ କେନ୍ଦ୍ର ସରକାର ମାର୍ଚ୍ଚ ୨୪ ତାରିଖରେ ଜନତା କର୍ଫେଉ ପରେ ସମଗ୍ର ଦେଶରେ ଲକଡାଉନ ଘୋଷଣା କରିଥିଲେ ଏବଂ ଏହି କାରଣରୁ ପ୍ରାୟ ୩ ମାସ ଧରି କଡା ଲକଡାଉନ ଜାରି ରହିଥିଲା ସମସ୍ତ ନିୟମ କାନୁନ୍ ଭିତରେ ଓ ପ୍ରଶାସନର କଟକଣା ମଧ୍ୟରେ।

ପରେ ଆରମ୍ଭ ହୋଇଥିଲା ଅନଲକର ପ୍ରକ୍ରିୟା। ସରକାର ଜୀବିକା କୁ ଗୁରୁତ୍ଵ ଦେଇ ଏବଂ ସ୍ଥିତି ସୁଧାରିବାକୁ ସବୁ ଦିଗକୁ ଧ୍ୟାନ ଦେଇ ଅନଲକର ପ୍ରକ୍ରିୟା କୁ ଆରମ୍ଭ କରିଛନ୍ତି ଏବଂ କାର୍ଯ୍ୟକାରୀ ମଧ୍ୟ କରୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।