ମାଳିକା ର ବଡ ଭବିଷ୍ୟବାଣୀ ! କରୋନା ଖେଳ ଖତମ, ଅଚ୍ୟୁତଙ୍କ ନିର୍ଘଣ୍ଟ ଗ୍ରନ୍ଥ ମାଳିକାରେ ମିଳିଲା ପ୍ରମାଣ

ବନ୍ଧୁଗଣ ଆଜି ଆମେ ପୁଣି ଜାଣିବା ବାବା ଦିବାକର ଦାସଙ୍କ ମୁଖରୁ ନିଃସୃତ ମହାପୁରୁଷ ମାନଙ୍କର କିଛି ମହାନ୍ ବାଣୀ ଏବଂ ମାଳିକା ର ବିଚାର ସମ୍ପର୍କରେ। ବର୍ତ୍ତମାନ ଆମକୁ କବଳିତ କରି ରଖିଥିବା କରନା ମହାମାରୀ ବିଷୟରେ ଜାଣିବାକୁ ଲୋକେ ବ୍ୟଗ୍ର ହୋଇ ଥିବାରୁ ସେମାନେ ଏଥି ସମ୍ବନ୍ଧୀୟ ସୂଚନା ଜାଣିବାକୁ ଚାହୁଁ ଥିବାରୁ ବାବା ଦିବାକର ଦାସ ଏହାକୁ ନେଇ ଆଲୋଚନା କରିଛନ୍ତି।

ଏହି ଭୟଙ୍କର ମହାମାରୀ ଦାଉରୁ କେବେ ରକ୍ଷା ମିଳିବ ଏବଂ ଏଥିପାଇଁ ପ୍ରତିଷେଧକ ବାହାରିବ କି ନାହିଁ ଏବଂ ଏଥି ସମ୍ବନ୍ଧୀୟ ତଥ୍ୟ ମହାପୁରୁଷ ମାନେ ତାଙ୍କ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି କି ନାହିଁ, ଏହାର ପ୍ରକୃତ ସତ୍ୟତା କଣ ତାହା ଆମେ ଆଜି ଏଠାରେ ଆଲୋଚନା କରିବା।

ତେବେ ଏହିସବୁ ପ୍ରଶ୍ନର ଉତ୍ତର ବିଷୟରେ ଜାଣିବା ପାଇଁ ଅନେକ ଗ୍ରନ୍ଥ ପଢ଼ିବା ପାଇଁ ପଡିଛି ସନ୍ଥ ମାନଙ୍କୁ ଏବଂ ଶେଷରେ ଅଚ୍ୟୁତ ଙ୍କ ନିର୍ଘଣ୍ଟ ଗ୍ରନ୍ଥ ମାଲିକାରୁ ମିଳିଲା ଏହି ସମ୍ବନ୍ଧୀୟ ପ୍ରମାଣ। ମହାପୁରୁଷ ମାନଙ୍କର ଲକ୍ଷାଧିକ ଗ୍ରନ୍ଥ କୁ ପଢ଼ିବା ଯଦିଓ ସମ୍ଭବ ନୁହେଁ, କିନ୍ତୁ ତା ମଧ୍ୟରୁ କିଛି ଅଧ୍ୟୟନ ସକ୍ଷମ ହେବା ପରେ ଅଚ୍ୟୁତ ଙ୍କ ନିର୍ଘଣ୍ଟ ଗ୍ରନ୍ଥ ରୁ ମିଳିଥିବା ପ୍ରମାଣ ଅନୁସାରେ ସେ ଲେଖିଛନ୍ତି ଯେ ।

ସଂସାର ବାରିଧ୍ୟ ବ୍ୟାଧି କ୍ଷଣ ନାଶ ଜୀବ, ଅଚ୍ୟୁତ ନିର୍ଘଣ୍ଟ ଲେଖେ ଭାବି ରାଧାଧବ। ଅର୍ଥାତ୍ ଏହି ମହାମାରୀ ରୋଗ କିଛି କ୍ଷଣ ପାଇଁ ରହିବ।ତାପରେ ଏହା ଧୀରେ ଧୀରେ ଦୂର ରହିବ। କିଛି ନିର୍ଦ୍ଦିଷ୍ଟ ସ୍ଥାନରେ , ରାଜ୍ୟ ମାନଙ୍କରେ ଏହାର ପ୍ରକୋପ ରହିବ ଏବଂ ସମୟାନୁକ୍ରମେ ଏହା ବିନାଶ ଘଟିବ।

ଏହାଛଡା ଅଚ୍ୟୁତ ଏହା ମଧ୍ୟ ଲେଖିଛନ୍ତି ଯେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦେଶରେ ଏହାର ପ୍ରଭାବ ରହିଲେ ମଧ୍ୟ ଏଥିରେ ମୃତ୍ୟୁ ସଂଖ୍ୟା କମ୍ ରହିବ। ହୁଏତ ଏହି ବ୍ୟାଧି ରେ ଅନେକ ଆକ୍ରାନ୍ତ ହୋଇ ପାରନ୍ତି କିନ୍ତୁ ମୃତ୍ୟୁ ବରଣ ବହୁତ୍ କମ୍ ଜଣ କରିବେ। ଏହାସହ ଏହା ମଧ୍ୟ ଲେଖା ଯାଇଛି ଯେ ଈଶ୍ୱର ଙ୍କ ନିର୍ଦ୍ଦେଶରେ ଯଦି କାମ କରିବ ମଣିଷ ତେବେ ଏହି ଗୁରୁତର ବ୍ୟାଧିରେ ଛଟପଟ ହେବାର ଆଶଙ୍କା ନାହିଁ।

ଅର୍ଥାତ୍ ଏଠାରେ ଈଶ୍ୱର କହିଲେ ପ୍ରଶାସନ ର ଆଇନ୍ କାନୁନ୍ କୁ ମାନିବା କୁ ପଡ଼ିବ ଓ ସେହି ଅନୁସାରେ ଯାଇ ଆମେ କରନା ମହାମାରୀ କୁ ବିନାଶ କରି ପାରିବା ଓ ନିଜକୁ ସୁରକ୍ଷିତ ମଧ୍ୟ ରଖି ପାରିବା।

ଅଚ୍ୟୁତ ଙ୍କ ଭାଷାରେ ମହାପୁରୁଷ ମାନଙ୍କ ନିର୍ଘଣ୍ଟ ଅନୁସାରେ ଏହି ମହାମାରୀ ଅଳ୍ପ ଦିନ ପର୍ଯ୍ୟନ୍ତ ରହିବ ଏବଂ ପ୍ରଶାସନ ଙ୍କ ନିୟମ, ତାଙ୍କ ଦ୍ଵାରା ଦିଆ ଯାଇଥିବା ଗାଇଡ ଲାଇନ କୁ ମାନିବା ଦ୍ବାରା, ସାମାଜିକ ଓ ଶାରିରୀକ ଦୂରତା ରକ୍ଷା କରିବା , ମାସ୍କ ପିନ୍ଧିବା ଆଦି ସୁରକ୍ଷିତ ପଦକ୍ଷେପ ଗ୍ରହଣ କରିବା ଦ୍ୱାରା ଆମେ ମହାମାରୀ କୁ ଦୂର କରି ପାରିବା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।