ହେ ଭଗବାନ ! ବଲିଉଡ ହିରୋଇନ ଦୀପିକା ପାଦୁକୋନ ଙ୍କ ନାମରେ ମନରେଗା ଜବ କାର୍ଡ, ଶେଷରେ ଏଇଆ ଦେଖିବାକୁ ଥିଲା……

ଗରିବ ଜନ ସାଧାରଣ ମାନଙ୍କ ପାଇଁ ସରକାର ଅନେକ ଯୋଜନା ସବୁ ଆଣୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ଏସବୁ ସବୁ ସମୟରେ ଉଚିତ୍ ହିତାଧିକାରୀ ଙ୍କ ପାଖରେ ପହଞ୍ଚୁ ନାହିଁ। ଅନେକ ସମୟରେ ବାଟ ମାରଣା ହୋଇ ଯାଉଥିବା ବେଳେ ଅନେକ ସମୟରେ ହିତାଧିକାରୀ ଙ୍କ ନାମ ଓ ସ୍ଥାନ କୁ ପରିବର୍ତ୍ତନ କରି ବଣ୍ଟନ ଅଧିକାରୀ ମାନେ ଏହାକୁ ହଡ଼ପ କରି ନେଇଥାନ୍ତି।

ଯାହାର ଅନେକ ପ୍ରମାଣ ବା ନଜିର ରହିଛି। ସେହିଭଳି ଏବେ ଯେଉଁ ଘଟଣା ଘଟିଛି ତାହା ମଧ୍ୟ କିଛି ନୂଆ କଥା ନୁହଁ। ଅଭିନେତ୍ରୀ ଦୀପିକା ପାଦୁକୋନ୍ ଙ୍କ ନାମରେ ହୋଇଛି ମନରେଗା କାର୍ଡ।

ଉପଯୁକ୍ତ ହିତାଧିକାରୀ ମାନଙ୍କୁ ଏହି ସୁବିଧା ନଦେଇ ହିରୋ ହିରୋଇନ୍ ମାନଙ୍କ ନାମରେ ସୁବିଧା ସୁଯୋଗ କୁ ହଡ଼ପ କରୁଛନ୍ତି ପଞ୍ଚାୟତ ସଚିବ ତଥା ନିଯୁକ୍ତି ସହାୟକ।ଏତେ ବଡ଼ କେଲେଙ୍କାରି କୁ ନିଜେ ଦାୟିତ୍ୱରେ ଥିବା ଅଧିକାରୀ କରୁଛନ୍ତି।ତେବେ ମନରେଗା ଯୋଜନାରେ ଆସୁଥିବା ଟଙ୍କାକୁ ହଡପ କରିବା ପାଇଁ ନୀରିହ ଗ୍ରାମବାସୀଙ୍କୁ ଠିକ ଅଭିନେତ୍ରୀଙ୍କ ନାମରେ ହିଁ ଏପରି କାର୍ଡ କରା ଯାଉଛି।

ଏହାଦ୍ଵାରା ଗ୍ରାମ ବାସୀ ମାନଙ୍କୁ ଏକ ବଡ଼ ଧରଣର ଠକାମୀ ର ଶିକାର ହେବାକୁ ପଡୁଛି। ମଧ୍ୟପ୍ରଦେଶର ଖାରଗୋନ୍ ଜିଲ୍ଲାରେ ଘଟିଛି ଏହିଭଳି ଏକ ବଡ଼ କେଲାଙ୍କାରି।ଏଠାରେ ଅନଲାଇନ ଜବ୍‌କାର୍ଡରେ ଗାଁର ପୁରୁଷ ଓ ମହିଳାଙ୍କ ଫଟୋ ରଖିବା ପରିବର୍ତ୍ତେ ଅଭିନେତ୍ରୀଙ୍କ ଫଟୋ ଲଗାଇଛନ୍ତି ପଞ୍ଚାୟତ ସଚିବ ତଥା ନିଯୁକ୍ତି ସହାୟକ।

ଫଟୋ ସହିତ ପ୍ରସ୍ତୁତ ହୋଇଥିବା ଏହି ଜବ କାର୍ଡ ରେ ଶ୍ରମିକ ପାଇଥିବା ରାଶି ମଧ୍ୟ ଲେଖା ରହିଛି। କିନ୍ତୁ ଏଥିପାଇଁ କାମ କରିବାକୁ ଯାଇ ନାହାନ୍ତି ଗ୍ରାମ ବାସୀ କିମ୍ବା ସେମାନଙ୍କୁ ଏହା ଜଣା ମଧ୍ୟ ନାହିଁ କି ତାଙ୍କ ନାମରେ ଟଙ୍କା ଆସିଛି ବୋଲି। କିନ୍ତୁ ଏସବୁ ଟଙ୍କା କୁ ଉଠାଇ ନିଆ ଯାଇଛି।ତେବେ ମହାତ୍ମାଗାନ୍ଧି ରୋଜଗାର ଗ୍ୟାରେଣ୍ଟି ଯୋଜନାରେ ହିତାଧିକାରୀ ଙ୍କ ବଦଳରେ ଅଭିନେତ୍ରୀଙ୍କ ଫଟୋ ଲଗା ଯାଇଛି।

କିନ୍ତୁ ଗ୍ରାମର ଯେଉଁ ପୁରୁଷ ମହିଳାଙ୍କ ନାମରେ ଜବ୍‌ କାର୍ଡ ଅଛି ସେମାନେ ଜାଣି ନାହାନ୍ତି କେବେ ତାଙ୍କ ଜବକାର୍ଡରେ ଅଭିନେତ୍ରୀଙ୍କ ଫଟୋ ଲାଗିଛି ଏବଂ ତାଙ୍କ ନାମରେ ଟଙ୍କା ଆସିଛି ଏବଂ ଏହାକୁ ସେମାନଙ୍କ ଅଜାଣତରେ ହଡ଼ପ ମଧ୍ୟ କରି ନିଆ ଯାଇଚି।

ସୂଚନା ଅନୁସାରେ ଏହି ଘଟଣା ଘଟିଛି ମଧ୍ୟପ୍ରଦେଶର ଖାରଗୋନ୍ ଜିଲ୍ଲାର ମୁଖ୍ୟାଳୟ ଠାରୁ ୭୦ କିମି ଦୂର ଝିରନିଆ ପଞ୍ଚାୟତର ପୀପଲଖେଡା ଗାଁରେ।ଏଠାରେ ଧନୀ ଶ୍ରେଣୀର ଲୋକଙ୍କୁ ଏହି କାର୍ଡ ମିଳିଥିବା ବେଳେ ଗରିବ ଶ୍ରେଣୀର ଲୋକଙ୍କୁ ଏହାର ସୁବିଧା ମିଳିନାହିଁ। ଏପରିକି ୩୦ ଏକର ଜମି ଥିବା ଲୋକଙ୍କ ନାମରେ ମଧ୍ୟ ଏହି କାର୍ଡ ରହିଛି ଏବଂ ତାଙ୍କ ନାମରେ ୩୦ ହଜାର ଟଙ୍କା ସେହି କାର୍ଡ ରୁ ହଡ଼ପ କରା ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।