ଛୋଟିଆ ଛୁଆ ରଚିଲା ଇତିହାସ ! ସାନ ସିନା କିନ୍ତୁ କାମ ତା ମହାନ, ୧୦୦ ଜଣ ଗରିବ ପିଲାଙ୍କୁ ଦେଲା…….

କୁହାଯାଏ ସାନ ବୋଲି କାହାକୁ ହେୟଜ୍ଞାନ କରିବା ଉଚିତ୍ ନୁହଁ। ସାନ ସିନା ଦାନ ତା ମହାନ୍। ସମୟ ଏମିତି ଆସେ ଯେତେବେଳେ ଗୋଟିଏ କାମକୁ ବଡ଼ବଡ଼ ଲୋକେ କରିବାକୁ ଅସମର୍ଥ ହୁଅନ୍ତି ସେହି କାମକୁ ଜଣେ ସାନ ପିଲା ମଧ୍ୟ କରି ଦେଇଥାଏ। କେବଳ ନିଜ ଭିତରେ ଆଗ୍ରହ ଓ ଇଚ୍ଛାଶକ୍ତି ରହିବା ଆବଶ୍ୟକ।ତେବେ ଏହିଭଳି ସ୍ଥିତି ରେ ସାନ ପିଲା କୁ ଅବହେଳା ଆମେ ବହୁତ୍ ଦୃଷ୍ଟିରୁ ଏଥିପାଇଁ କରିଥାଉ କି ସେମାନେ କୌଣସି ନିଷ୍ପତ୍ତି ନେବା ପାଇଁ ସମର୍ଥ ନୁହନ୍ତି ।

ତାଙ୍କର କୌଣସି କାର୍ଯ୍ୟରେ କୌଣସି ନିଶ୍ଚିତତା ନଥାଏ। ତେବେ ଆମେ ଆଜି ଆପଣଙ୍କୁ ଯେଉଁ ସାନ ପିଲା ବିଷୟରେ କହିବୁ ତା ବିଷୟରେ ଜାଣି ଆପଣ ନିଶ୍ଚିତ ଥରେ ଭାବିବେ ପ୍ରକୃତରେ ସାନ ସିନା ଦାନ ତା ମହାନ!

ତେବେ ଆମେ ଯେଉଁ ପିଲାଟିର କଥା ଆପଣଙ୍କୁ କହୁଛୁ ସେ ହେଉଛି ମାତ୍ର ୮ ବର୍ଷର। ଯିଏକି ଏହି ବୟସରେ ଅନ୍ୟକୁ ସାହାଯ୍ୟ କରିବାର ମନୋବୃତ୍ତିର ସହିତ ପ୍ରାୟତଃ ୧୦୦ ଜଣ ପିଲାଙ୍କୁ ସାହାଯ୍ୟ କରିଛି ସ୍କୁଲ ରେ ଭର୍ତ୍ତି ହେବା ପାଇଁ ଦରକାର ହେଉଥିବା ଫି ସାହାଯ୍ୟ କରି। ପାଖାପାଖି ୨ ଲକ୍ଷ ଟଙ୍କା ର ସହାୟତା ଦେଇଛି ଏହି କୁନି ବାଳକ ଜଣଙ୍କ ।

ସେ ଯେଉଁଭଳି ଭାବରେ ଏହି ସହାୟତା ରାଶି ଯୋଗାଡ଼ କରିଛି ତାକୁ ଜାଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତାର ଏହି ପ୍ରୟାସ ବଳରେ ଅନେକ ଗରିବ ପିଲା ଆଜି ଶିକ୍ଷା ଗ୍ରହଣ ରୁ ବଞ୍ଚିତ ହେବାରୁ ବଞ୍ଚି ଯାଇଛନ୍ତି । ତେବେ ଏହି ପିଲାଟି ଯେତେବେଳେ ଜାଣିବାକୁ ପାଇଲା ତାର ସାଙ୍ଗ ପାଖରୁ କି ପଇସା ଅଭାବରୁ ସେ ଆଡ଼ମିଶନ ହୋଇ ପାରୁ ନାହିଁ ଏବଂ ମନ ଦୁଃଖରେ ବସିଛି।

ସେତେବେଳେ ତାକୁ ସାହାଯ୍ୟ କରିବାକୁ ଏହି ପିଲାଟି ତାର ମୋମି କୁ କହିଥିଲେ ଏବଂ ସେ ସଞ୍ଚୟ କରିଥିବା ୧୨ ହଜାର ଟଙ୍କା ମଧ୍ୟ ଅନ୍ୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ଦେଇ ଦେଇଥିଲା।ଏହା ପରେ ତାର ମାଆ ମଧ୍ୟ ଅନ୍ୟ ମାନଙ୍କୁ ଏହି ବିଷୟରେ ଜଣାଇ ଥିଲେ ଏବଂ ସେହି ଗରିବ ପିଲା ମାନଙ୍କୁ ସହାୟତା କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରିଥିଲେ। ଏହି ଭାବରେ ସେ ତାଙ୍କ ସ୍କୁଲ ର ହୁଆଟସଆପ ଗ୍ରୁପ୍ ରେ ମଧ୍ୟ ଏହି ବିଷୟରେ କହିଥିଲେ।

ଏହା ସହ ଯେଉଁ ମାନେ ସାହାଯ୍ୟ କରିବାକୁ ଚାହୁଛନ୍ତି ସେମାନେ ତାଙ୍କର ସହାୟତା ପ୍ରଦାନ କରିବାକୁ ମଧ୍ୟ ଅନୁରୋଧ କରିଥିଲେ।ପରେ ସମସ୍ତେ ସହାୟତା ଦେବାକୁ ଆଗେଇ ଆସିଥିଲେ ଏବଂ ଅନେକ ସହାୟତା ମଧ୍ୟ କରିଥିଲେ।

ଏବେ ତାଙ୍କର ଏହି ଛୋଟ ପ୍ରୟାସ ପରେ ପିଲାଟି ୧ ଲକ୍ଷ ୮୦ ହଜାର ଟଙ୍କା ସହାୟତା ରେ ୯୦ ଜଣ ପିଲାକୁ ସାହାଯ୍ୟ କରି ପାରିବ ବୋଲି କହିଛିି। ଏହାକୁ ନେଇ ସମସ୍ତେ ଏବେ ପ୍ରଶଂସା କରିବାରେ ଲାଗିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।