ଦେଖନ୍ତୁ ଭିଡ଼ିଓ ! ଓଲିଉଡ ର ସୁନ୍ଦରୀ ବଙ୍ଗୀୟ ଅଭିନେତ୍ରୀ ଙ୍କ ଦୁର୍ଗାପୂଜା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ……

ସାରା ଦେଶରେ ଅତି ଧୁମ୍ ଧାମରେ ପାଳିତ ହେଉଛି ମା ଦୁର୍ଗାଙ୍କର ପବିତ୍ର ଦୁର୍ଗାପୂଜା। ଦୁର୍ଗତି ନାଶିନି ମାଆ ଦୁର୍ଗା ଙ୍କ ର ଏହି ପର୍ବ ଦେଶ ବିଦେଶରେ ସମସ୍ତେ ଅତି ଆଡମ୍ବର ରେ ଉତ୍ସାହର ସହିତ ପାଳନ କରିଥାନ୍ତି।ତେବେ ଏହିବର୍ଷ ମହାମାରୀ କରନା ର ପ୍ରକୋପ ଭିତରେ ମଧ୍ୟ ଆମ ଦେଶର ବିଭିନ୍ନ ସ୍ଥାନରେ ଦେବୀ ଦୁର୍ଗାଙ୍କର ପୂଜାର୍ଚ୍ଚନା ସଚେତନତା ଭିତରେ ପାଳନ କରା ଯାଉଛି। ଏହାରି ଭିତରେ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏହି ଉତ୍ସବକୁ ବହୁତ ଧୁମଧାମରେ ପାଳନ କରିଛନ୍ତି।

ଦେଶର ବିଭିନ୍ନ ଅଂଶରେ ଦୁର୍ଗା ପୂଜା ପାଳନ ତ ହୋଇଥାଏ କିନ୍ତୁ ଦେଶ ବାହାରେ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଏହା ବହୁତ୍ ଯାକ ଜମକରେ ପାଳିତ ହୋଇଥାଏ।

ଭାରତର ପଶ୍ଚିମବଙ୍ଗ ର କୋଲକାତା ରେ ଦେବୀ ଦୁର୍ଗାଙ୍କର ଏହି ପର୍ବ ବହୁତ୍ ଆଡମ୍ବର ରେ ପାଳନ କରାଯାଏ। ଏଠାରେ ଏକ ପୂଜା ମଣ୍ଡପରେ ବଙ୍ଗୀୟ ଅଭିନେତ୍ରୀ ରଚନା ବାନାର୍ଜୀ ତାଙ୍କର ପୂଜାର୍ଚ୍ଚନା କରିଛନ୍ତି।ସେ ଏହି ମଣ୍ଡପରେ ତାଙ୍କର ଏକ ଭିଡିଓ ସୁଟ କରିଛନ୍ତି ଏବଂ ମାଆ ଦୁର୍ଗାଙ୍କୁ ଦେଖାଇ କହିଛନ୍ତି ଯେ ମା ଦୁର୍ଗା ଙ୍କ ପୂଜାରେ ସେ ବହୁତ୍ ଉପଭୋଗ କରୁଛନ୍ତି।

ସେ ଏଥିରେ ବହୁତ୍ ଖୁସି ମଧ୍ୟ ହେଉଛନ୍ତି। ପରିବାର ବର୍ଗ ବନ୍ଧୁ ବାନ୍ଧବ ଆଦି ଏଠାରେ ଆସି ମାଆ ଦେବୀ ଙ୍କୁ ଦର୍ଶନ କରୁଛନ୍ତି ଏବଂ ତାଙ୍କର ଆଶୀର୍ବାଦ ମଧ୍ୟ କାମନା କରୁଛନ୍ତି।ମା ଙ୍କ ଅଷ୍ଟମୀ ପୂଜାରେ ସେ ଏହି ମଣ୍ଡପ ନିକଟରେ ପହଞ୍ଚିଛନ୍ତି।

ମଣ୍ଡପ ର ସାଜସଜ୍ଜା ଏବଂ ଆଲୋକମାଲା ର ରଙ୍ଗୀନ କାରୁକାର୍ଯ୍ୟ ସମସ୍ତଙ୍କୁ ବିମୋହିତ କରୁଛି। ଯାହାକୁ ସେ କ୍ୟାମେରା ରେ ଦର୍ଶକ ମାନଙ୍କୁ ଦେଖାଇଛନ୍ତି। ଅନେକ ମାତ୍ରା ରେ ଲୋକମାନେ ମଧ୍ୟ ସେଠାକୁ ଏହାର ସାଜସଜ୍ଜା କୁ ଉପଭୋଗ କରିବାକୁ ଆସି ଥିବାର ଦେଖିବାକୁ ମିଳୁଛି। ଲୋକମାନେ ସାମାଜିକ, ଶାରିରୀକ ଦୂରତା ରକ୍ଷା କରି ମଣ୍ଡପ ରେ ଛିଡ଼ା ହୋଇଛନ୍ତି।

ଯେଉଁଭଳି ଭାବରେ ସେଠାରେ ମଣ୍ଡପ କୁ ସଜିତ କରା ଯାଇଛି ତାହା ଅତ୍ୟନ୍ତ ହୃଦୟସ୍ପର୍ଶୀ ଏବଂ ମନମୁଗ୍ଧକର ଅଟେ। ଏହାଛଡା ସେ କହିଛନ୍ତି ଯେ ପୁଣି ଥରେ ସେ ନବମୀ ରେ ମଣ୍ଡପକୁ ମାଆ ଦୁର୍ଗାଙ୍କୁ ଦର୍ଶନ କରିବାକୁ ଆସିବେ।

ଏହାଛଡା ସମସ୍ତ ଅଗଣିତ ଦର୍ଶକ ଏବଂ ତାଙ୍କର ପ୍ରଶଂସକ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭକାମନା ଜଣାଇଛନ୍ତି। ବହୁତ୍ ଜଲଦି ସେ ତାଙ୍କର ନୂତନ ଫିଲ୍ମ୍ ଜରିଆରେ ଲୋକଙ୍କ ନିକଟତର ହେବେ ଏବଂ ଦର୍ଶକ ମାନଙ୍କ ପାଇଁ କିଛି ଭିନ୍ନ ସ୍ୱାଦର ସିନେମା ନେଇ ଆସିବେ।ତେବେ ଏବେ ମାଆ ଙ୍କ ର ପର୍ବ ଚାଲିଥିବାରୁ ସମସ୍ତେ ଏହାକୁ ପାଳନ କରନ୍ତୁ ଏବଂ ମାଆ ଙ୍କ ଆଶିର୍ବାଦ ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି। ସମସ୍ତଙ୍କୁ ମଧ୍ୟ ପୂଜାର ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।