ହେ ଭଗବାନ ! ପୁଣି ପାକିସ୍ଥାନର ପେଶୱାରରେ ଘଟିଲା ଭୟଙ୍କର ବିସ୍ଫୋରଣ । ଥରହର ହେଲା ପୁରା ସହର…..

ପୁଣି ଘଟିଛି ଏକ ଭୟଙ୍କର ଦୁର୍ଘଟଣା। ଭାରତର ପଡୋଶୀ ପାକିସ୍ଥାନର ପେଶୱାରରେ ଘଟିଛି ଏକ ଭୟଙ୍କର ବିସ୍ଫୋରଣ। ଯାହାକୁ ଦେଖିଲେ ଆପଣ ବି ହୋଇଯିବେ ଥରହର। କାରଣ ଘଟଣାଟି ଘଟିଛି କିଛି ସେହି ପ୍ରକାରର। ସୁଚନା ଅନୁସାରେ ପାକିସ୍ତାନର ପେଶାଓ୍ବର ରେ ଏକ ମଦ୍ରାସା ନିକଟରେ ଏହି ବଡ଼ ଧରଣର ଭୟଙ୍କର ବିସ୍ଫୋରଣ ହୋଇଛି।

ତେବେ କୁହାଯାଉଛି ଯେ, ଏହି ମଦ୍ରାସା, ଦିର କଲୋନୀରେ ରହିଛି ଯେଉଁଠାରେ ଏହିଭଳି ଏକ ଭୟଙ୍କର କାଣ୍ଡ ଘଟିଛି। ତେବେ ଘଟଣାସ୍ଥଳ ରେ ପହଞ୍ଚିଥିବା ଉଦ୍ଧାରକାରୀ ଟିମଙ୍କ କହିବା ଅନୁସାରେ ବିସ୍ଫୋରଣରେ ୭ଜଣଙ୍କ ମୃତ୍ୟୁ ହୋଇଚି।

କେବଳ ସେତିକି ନୁହେଁ ଏହି ବିସ୍ଫୋରଣରେ ଏମାନଙ୍କ ମୃତ୍ୟୁ ହୋଇଥିବା ବେଳେ ୭୦ ରୁ ଅଧିକ ଛାତ୍ରଛାତ୍ରୀ ଆହତ ମଧ୍ୟ ହୋଇଛନ୍ତି। କିଛି ଜଣଙ୍କ ଅବସ୍ଥା ସାମାନ୍ୟ ସଙ୍କଟାପନ୍ନ ରହିଛି।ତେବେ ଏମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଅବସ୍ଥା ଗୁରୁତର ମଧ୍ୟ ରହିଛି।ତେବେ ମିଳିଥିବା ସେଠାକାର ଖବର ମୁତାବକ, ଏହି ବିସ୍ଫୋରଣରେ ଏବେ ସୁଦ୍ଧା ୭ ଜଣଙ୍କର ମୃତ୍ୟୁ ହୋଇ ଥିବା ବେଳେ ୭୦ ରୁ ଅଧିକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି।

ଏବେ ବିସ୍ଫୋରଣ ପଛର କାରଣ ବିଷୟରେ ଜଣା ଯାଇନାହିଁ। କଣ ପାଇଁ ଏମିତି ଘଟିଲା ଏବଂ ଏହା ପଛର ପ୍ରକୃତ କାରଣ ଏହା ଏବେବି ଏହା ଅସ୍ପଷ୍ଟ ରହିଥିବା ବେଳେ ସେମାନଙ୍କ ଅର୍ଥାତ୍ ଆହତ ମାନଙ୍କର ଚିକିତ୍ସା ଚାଲୁ ରହିଚି। ତେବେ ସେଠାରେ ଥିବା କେତେକ ଲୋକଙ୍କ କହିବା ଅନୁସାରେ ଏହା ଏକ ସିଲିଣ୍ଡର ବ୍ଲାଷ୍ଟ। ଘଟଣା ଘଟିବା ପରେ ଘଟଣାସ୍ଥଳ ରେ ପହଞ୍ଚିଥିବା ଅଫିସର ମାମଲାର ତଦନ୍ତ କରୁଛନ୍ତି।

ସମସ୍ତ ଆହତଙ୍କୁ ଏଲଆର ହସ୍ପିଟାଲରେ ଭର୍ତ୍ତି କରା ଯାଇଛି। ସେମାନଙ୍କୁ ଚିକିତ୍ସା ମଧ୍ୟ ଆରମ୍ଭ ହୋଇଛି। ଏଥିରେ ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣାରେ ୧୯ ଶିଶୁ ସାମିଲ ଥିବା ଜଣା ପଡିଛି। ତେବେ ଘଟିଥିବା ଏହି ବିସ୍ଫୋରଣ ସମ୍ପର୍କରେ ପାକିସ୍ତାନ ପୋଲିସ ସୂଚନା ଦେଇଛି। ପୋଲିସ କହିଛି ଯେ ପେଶୱାରର ଡିର କଲୋନୀରେ ଏକ ବୋମା ବିସ୍ଫୋରଣ ହୋଇ ୭ ଜଣଙ୍କର ମୃତ୍ୟୁ ଘଟିଛି।

ତେବେ ଆହତମାନଙ୍କୁ ଲେଡି ରିଡିଂ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି ବୋଲି ସୂଚନା ଦିଆ ଯାଇଛି।ଘଟଣାରେ ଆହତ ପିଲା ମାନଙ୍କର ଅବସ୍ଥା ଗୁରୁତର ଥିବା ଦର୍ଶା ଯାଇଛି। ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।ତେବେ ସେହି ସ୍ଥାନରେ ଏହି ଘଟଣା ଘଟିଲା ଯେତେବେଳେ ସେଠାରେ ପାଠପଢ଼ା ଚାଲିଥିଲା।

ପାଠପଢ଼ା ଚାଲିଥିବା ବେଳେ ମଦ୍ରାସାରେ ବିସ୍ଫୋରଣ ହୋଇଥିଲା।ଏବେ ସମସ୍ତ ଆହତଙ୍କୁ ଏମରଜେନ୍ସି ଓ୍ବାର୍ଡ଼ରେ ରଖା ଯାଇଛି। ସମସ୍ତ ମେଡିକାଲ୍ ଷ୍ଟାଫଙ୍କୁ ମଧ୍ୟ ହସ୍ପିଟାଲକୁ ଡକା ଯାଇଛି।ତେବେ ସେଠାରେ ଘଟିଥିବା ଏହି ଭୟଙ୍କର ଘଟଣାକୁ ଗୁରୁତର ଭାବରେ ନେଇଛି ପ୍ରଶାସନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।