ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ ର ଭିଡିଓ । ଦେଖନ୍ତୁ କିପରି ଲୋକଙ୍କୁ ଠକେଇ କିପରି ସ୍ଵାସ୍ଥ୍ୟ ସହ ଖେଳୁଛନ୍ତି ଭୟାନକ ଖେଳ ତା’ର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ…….

ଦୋକାନୀ ବା ବ୍ୟବସାୟୀ ମାନେ ସେମାନଙ୍କର ଲାଭଖୋର ମନୋବୃତ୍ତି ରଖି ଯେଉଁଭଳି ଭାବରେ ଗ୍ରାହକ ମାନଙ୍କୁ ଖାଦ୍ୟରେ ଅପ ମିଶ୍ରଣ କରି ଠକୁଛନ୍ତୀ ବଜାରରେ ନକଲି ଜିନିଷର ଉତ୍ପାଦନ ଏତେ ମାତ୍ରା ରେ ହେଉଛି ଯେ ଗ୍ରାହକ ଏସବୁକୁ କିଣିଲା ବେଳେ ଦ୍ଵନ୍ଦ ରେ ପଡି ଯାଉଚି। ସମାନ ଭଳି ଦେଖା ଯାଉଥିବା ଜିନିଷ ଗୁଡ଼ିକ ପ୍ରକୃତ ରେ ସେହି ଜିନିଷର ନକଲ ଅଟେ।ତେବେ ଏସବୁ କିଛି ଅଧର୍ମି ଅଧିକ ଲାଭଖୋର ବ୍ୟବସାୟୀ ମାନେ କରିଥାନ୍ତି।

କିନ୍ତୁ ଏହାଦ୍ବାରା ଲୋକ ମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ କେତେ ମାତ୍ରାରେ ପ୍ରଭାବିତ ହେଉଛନ୍ତି ତାହା କଳ୍ପନା ର ବାହାରେ ଅଟେ। ମଣିଷ ଖାଉଥିବା ଜିନିଷ ମଧ୍ୟ ଏଭଳି ଉପାୟରେ ପ୍ରସ୍ତୁତ କରାଯାଉଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ଏବଂ ଖାଇବା ଛାଡ଼ିଦେବେ ସେହି ସବୁ ଖାଦ୍ୟର।

କାରଣ ଏହିସବୁ ଜିନିଷ ଏମିତି ଭାବରେ ପ୍ରସ୍ତୁତ କରା ଯାଉଛି ଯାହା ଖାଇବା ପାଇଁ ଅନୁପଯୁକ୍ତ ଅଟେ। ତେବେ ଆପଣ ଥରେ ଭଲ ଭାବରେ ଦେଖନ୍ତୁ ଏହି ଭିଡିଓ ରେ କିଭଳି ଭାବରେ ଜଣେ ବ୍ୟକ୍ତି ନାନ୍ ପୁରୀ ପ୍ରସ୍ତୁତ କରୁଛନ୍ତି, ଯାହାକୁ ଦେଖିଲେ ଆପଣଙ୍କୁ ବାନ୍ତି ଆସିଯିବ। ସେହିପରି ଜଣେ ପରିବା ବ୍ୟବସାୟୀ ପରିବା ସବୁ କୁ ବିକିବାକୁ ନେବା ପୁର୍ବରୁ ଡ୍ରେନ ପାଣିରେ ସେ ସବୁକୁ ଧୋଉଛନ୍ତି।

କ୍ଷୀର ବାଲା ଅପରିଷ୍କାର ପାଣି କୁ କ୍ଷୀରରେ ମିଶାଉଛି। ଦୋକାନୀ ଜିନିଷ ଓଜନ କରୁଥିବା ବେଳେ ଓଜନ ହେବା ପରେ ସେଥିରୁ ଜିନିଷ କାଢି ନେଉଛି। ବଡ଼ ବ୍ୟବସାୟୀ ଆମ ଆଖିରେ ଧୂଳି ଦେଇ ଲୁଟିବାରେ ଲାଗିଛନ୍ତି

ରେଷ୍ଟୁରାଣ୍ଟ ରେ ବାସି ଖାଦ୍ୟ କୁ ତାଜା କହି ବିକ୍ରି କରା ଯାଉଛି।ତେବେ ଏହିଭଳି ନିଜର ଲାଭ ଆଶା ରଖି ବ୍ୟବସାୟୀ ମାନେ ଯେଉଁଭଳି ଖାଇବା ଜିନିଷରେ ଅପ ମିଶ୍ରଣ କରୁଛନ୍ତି ଏବଂ ସ୍ବାସ୍ଥ୍ୟ ସହିତ ଖେଳୁ ଛନ୍ତି ତାହା ଦେଖିଲେ ଆପଣ ବି ଚକିତ ହୋଇଯିବେ।ଆପଣଙ୍କୁ ଏମିତି ବହୁତ୍ ଲୋକ ମିଳିବେ ଯେଉଁମାନେ ଗ୍ରାହକ ମାନଙ୍କୁ ବିଭିନ୍ନ ଉପାୟରେ ଠକୁ ଥିବେ। ସେମାନଙ୍କୁ ଗ୍ରାହକ ମାନଙ୍କର ସ୍ବାସ୍ଥ୍ୟ ପ୍ରତି ଟିକିଏ ହେଲେ ବି ଚିନ୍ତା ନଥାଏ।

ସେହିଭଳି ଆପଣ ଦେଖନ୍ତୁ କିପରି ପୁରୁଣା ହୋଇ ଯାଇଥିବା ସାବୁନ୍ ଯାହାର ଏକ୍ସପାରି ହୋଇ ଯାଇଛି,ସେହି ସାବୁନ୍ ରୁ କିପରି ତାରିଖ କୁ ଥିନର ସାହାଯ୍ୟରେ ଲିଭାଇ ନୂଆ ତାରିଖ ମେସିନ ସାହାଯ୍ୟରେ ଦେଇ ଗ୍ରାହକ ମାନଙ୍କୁ ନୂଆ ସାବୁନ୍ କରି ବିକୁଛନ୍ତି। କେବଳ ସାବୁନ୍ ରେ ନୁହେଁ ବରଂ ଖାଇବା ଜିନିଷରେ ମଧ୍ୟ ଏହିପରି କରି ଜବଲ୍ ପୁର ର ଚାରିଜଣ ପୋଲିସ୍ ନିକଟରେ ଧରା ପଡିଛନ୍ତି।

ସେହିପରି କିପରି ଭାବରେ ଆମେ ପିଉଥିବା କ୍ଷୀର ପ୍ରସ୍ତୁତ ହେଉଛି ଦେଖନ୍ତୁ। କିଏ ଏଥିରେ ପାଣି ମିଶାଉଚି ତ ପୁଣି କିଏ ପାଉଡର ମିଶାଉଚିି ଆଉ କିଏ ୟୁରିଆ ମିଶାଇ ନକଲି କ୍ଷୀର ପ୍ରସ୍ତୁତ କରି ଲୋକମାନଙ୍କ ନିକଟରେ ପହଞ୍ଚା ଉଛନ୍ତି। ଯାହା ସ୍ବାସ୍ଥ୍ୟ ପ୍ରତି କେତେ କ୍ଷତିକାରକ ଆପଣ ଥରେ ବିଚାର କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।