ବର୍ଷା ପ୍ରିୟଦର୍ଶିନୀ – ଅନୁଭବ ଏବଂ ଏଲିନା ଙ୍କୁ ନେଇ ଆସିଲା ନୂଆ ଟୁଇଷ୍ଟ। କଣ ସତରେ ଏଲିନା ଅନୁଭବ ଙ୍କ ସହିତ……

ଓଡ଼ିଶାରେ କିଛିଦିନ ତଳେ ଏକ ଚର୍ଚ୍ଚିତ ଖବର ପାଲଟିଥିଲା ଦୁଇ ଚର୍ଚ୍ଚିତ ଚେହେରା ବର୍ଷା ଅନୁଭବଙ୍କ ବିବାଦ ମାମଲା। କିଛିଦିନ ତଳେ କଟକ ସଦର ଏସଡ଼ିଜେଏମଙ୍କ କୋର୍ଟରେ ଜିଲ୍ଲା ସୁରକ୍ଷା ଅଧିକାରୀଙ୍କ ରିପୋର୍ଟ ଦାଖଲ ପରେ ସାଂସଦ ଅନୁଭବ ମହାନ୍ତିଙ୍କୁ ନୋଟିସ ଜାରି କଲେ କୋର୍ଟ । ଏକ ମାସ ପରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୁହାଯାଇଛି। କଟକ ସଦର ଏସଡ଼ିଜେଏମଙ୍କ ଅଦାଲତରେ ବର୍ଷା ପ୍ରିୟଦର୍ଶିନୀ ଭରଣ ପୋଷଣ ଓ ପାରିବାରିକ ହିଂସାର ଅଭିଯୋଗ ଆଣିବାସହ ସ୍ୱାମୀ ଅନୁଭବ ମହାନ୍ତିଙ୍କ ବିରୋଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି ।

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ପରେ କଟକ ଏସଡ଼ିଜେଏମଙ୍କ ଅଦାଲତ ଏହି ମାମଲାରେ ସାଂସଦଙ୍କୁ ନୋଟିସ ଜାରି କରିଛନ୍ତି ।

ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପ୍ରୋଟେକସନ ଅଫ ଓମେନ ଫ୍ରମ ଡୋମେଷ୍ଟିକ ଭାଉଲେନ୍ସ ଆକ୍ଟ ୨୦୦୫ର ଧାରା ଅନୁସାରେ ମକଦ୍ଦମା ଦାୟର କରିଛନ୍ତି। ଏହି ମାମଲାରେ ବର୍ଷା ଅନୁଭବଙ୍କ ଠାରୁ ଘରଭଡା ବାବଦରେ ମାସିକ ୨୦ ହଜାର ଟଙ୍କା, ଭରଣ ପୋଷଣ ନିମନ୍ତେ ମାସିକ ୫୦ ହଜାର ଟଙ୍କା, କ୍ଷତିପୂରଣ ବାବଦରେ ୧୩ କୋଟି ଟଙ୍କା, ଚିକିତ୍ସା ପାଇଁ ୨ କୋଟି ଟଙ୍କା ଦାବି କରିଛନ୍ତି।

ତେବେ ସୂଚନା ଅନୁସାରେ ଅନୁଭବ ମହାନ୍ତିଙ୍କ ପକ୍ଷରୁ ଦିଲ୍ଲୀର ପଟିଆଲା ହାଉସ ପରିବାର ଅଦାଲତରେ ବିବାହ ବିଚ୍ଛେଦ ମାମଲା ଦାୟର କରା ଯାଇଥିବା ବେଳେ ଏହି ମାମଲାକୁ କଟକକୁ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟରେ ଟ୍ରାନ୍ସଫର ପିଟିସନ ଦାୟର କରିଛନ୍ତି।

ନିଜର ଯାତାୟାତ ପାଇଁ ଅସୁବିଧା ଦର୍ଶାଇ ସେ କଟକକୁ ଏହି ମାମଲା ସ୍ଥାନାନ୍ତରିତ ପାଇଁ ପିଟିସନ ଦାୟର କରିଛନ୍ତି।ସେହିପରି ବର୍ଷା ପ୍ରିୟଦର୍ଶିନୀ କଟକର ପରିବାର ଅଦାଲତରେ ଅନ୍ୟ ଏକ ମାମଲା ମଧ୍ୟ ଦାୟର କରିଛନ୍ତି।ତେବେ ଏହିଭଳି ଭାବରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ଅନୁଭବ ମହାନ୍ତି ବିବାଦ ମାମଲା ଛନ୍ଦି ହୋଇ ରହିଛି ।

ଏହାକୁ ନେଇ ପଟିଆଲା ହାଉସକୋର୍ଟ ମାମଲା ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି । ଉଭୟ ପକ୍ଷ ଓକିଲଙ୍କୁ ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି। ଉଭୟପକ୍ଷ ମଧ୍ୟରେ ସହମତି ବୁଝାମଣା ପାଇଁ ପରାମର୍ଶ ଦେଇଛନ୍ତି କୋର୍ଟ ଏବଂ ବୁଝାମଣା ପାଇଁ ମଧ୍ୟ କହିଛନ୍ତି।

ସେମାନଙ୍କ ମଧ୍ୟରେ ଉଭୟପକ୍ଷ ମଧ୍ୟସ୍ଥତା ମାଧ୍ୟମରେ ସମାଧାନ କରିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ଏଥିପାଇଁ ସୁପ୍ରିମକୋର୍ଟ ମଧ୍ୟସ୍ଥତା ନିଯୁକ୍ତ କରିବେ । ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ସାଂସଦ ତଥା ବର୍ଷାଙ୍କ ସ୍ବାମୀ ଅନୁଭବ ମହାନ୍ତି ଦାୟର କରିଥିଲେ ଛାଡ଼ପତ୍ର ମାମଲା । ଏହାକୁ କଟକ ସ୍ଥାନାନ୍ତର କରିବା ପାଇଁ ବର୍ଷା ସୁପ୍ରିମକୋର୍ଟରେ ଆବେଦନ ମଧ୍ୟ କରିଥିଲେ।

ଏହାରି ଭିତରେ ଅଭିନେତ୍ରୀ ଏଲିନା ଙ୍କ ସହ ଅନୁଭବଙ୍କ ସମ୍ପର୍କକୁ ନେଇ ମଧ୍ୟ ମିଥ୍ୟା ଗୁଜବ ପ୍ରକାଶ ପାଇବାରେ ଲାଗିଛି। ଯାହା ସଂପୂର୍ଣ୍ଣ ଭିତ୍ତିହୀନ ଏବଂ ଏଥିରେ କୌଣସି ସତ୍ୟତା ନାହିଁ ବୋଲିି ଆମେ କହି ରଖୁଛୁ। ଦୟାକରି ଏଭଳି ଖବର କୁ ବିଶ୍ୱାସ କରନ୍ତୁ ନାହିଁ କିମ୍ବା ଅପପ୍ରଚାର କରନ୍ତୁ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।