ଏବେ ଏବେ ଆସିଲା ବଡ ଆଶ୍ଚର୍ଯ୍ୟ ଖବର । ପାରାଦ୍ଵୀପ ରେ ଟ୍ରଲର କୁ ବୁଡ଼ାଇଲା ବ୍ଲାକ୍ ରୋଜ୍। ଦେଖନ୍ତୁ ଭାଇରାଲ ହେଲା ଭିଡ଼ିଓ….

ଆସିଲା ବଡ଼ ଖବର। ବ୍ଲାକ ରୋଜ ବୁଡ଼ାଇଛି ଟ୍ରଲର୍।୪ ଜଣ ଏଥିରେ ନିଖୋଜ ରହିଛନ୍ତି।ପାରାଦୀପ ବନ୍ଦର ସଂଲଗ୍ନ ସମୁଦ୍ର ଆଙ୍କରେଜ ରେ ବୁଡି ରହିଥିବା ବ୍ଲାକ୍‌ରୋଜ ଜାହାଜ ଯୋଗୁ ସୋମବାର ଦୁର୍ଘଟଣା ଘଟିଛି। ଏବେ ଏବେ ଏହି ଖବର ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଯାହା ଜଣା ପଡିଛି ମା ମିନୁ ନାମକ ମାଛଧରା ବୋଟ୍‌ ମାଛଧରା ବନ୍ଦରକୁ ଫେରିବା ବେଳେ ଜାହାଜରେ ପିଟିହୋଇ ବୁଡି ଯାଇଛି ବୋଲି ସୂଚନା ରହିଛି।

ଫଳରେ ବର୍ତ୍ତମାନର ସୂଚନା ମୁତାବକ ବୋଟ୍‌ରେ ଥିବା ୯ ମସ୍ୟଜୀବୀ ସମୁଦ୍ରରେ ଭାସି ଯାଇଥିଲେ। ଅଚାନକ ଭାବରେ ବୋଟ୍ ଟି ପିଟି ଯିବା ଫଳରେ ଏହିଭଳି ଘଟଣା ଘଟିଛି।

ତେବେ ହଠାତ୍ ଏହି ଘଟଣା ଘଟିବା ପରେ ଡଙ୍ଗା ଟି ନିଖୋଜ ହୋଇଯିବା ପରେ ସେଥିରେ ଥିବା ମତ୍ସ୍ୟଜୀବୀ ମାନେ ମଧ୍ୟ ନିଖୋଜ ହୋଇ ଯାଇଥିଲେ।ଏହାପରେ ସେମାନଙ୍କ ମଧ୍ୟରୁ ୫ ଜଣ ମତ୍ସ୍ୟଜୀବୀ ଙ୍କୁ ନିକଟରେ ଥିବା ଅନ୍ୟ ଏକ ମାଛଧରା ବୋଟ୍‌ ଉଦ୍ଧାର କରିଛନ୍ତି। ତେବେ ଯାହା ସୂଚନା ରହିଛି ପୂର୍ବରୁ ମଧ୍ୟ ଅନେକ ଟ୍ରଲର ଏହି ବ୍ଲାକ ରୋଜ୍ ରେ ପିଟି ହୋଇ ବୁଡି ଯାଇଛି।

ଏବେ ପର୍ଯ୍ୟନ୍ତ ୫ ଜଣଙ୍କୁ ଉଦ୍ଧାର କରା ଯାଇଥିବା ବେଳେ ୪ ଜଣ ଏବେ ପର୍ଯ୍ୟନ୍ତ ନିଖୋଜ ରହିଛନ୍ତି ଏବଂ ସେମାନଙ୍କୁ ନିଖୋଜ କାର୍ଯ୍ୟ ଜାରି ରହିଛି। ମାଛ ଧରିବାକୁ ଯାଇଥିବା ଡଙ୍ଗା ବା ମତ୍ସ୍ୟଜୀବୀ ମାନେ ଏଥିରେ ଯାଇଥିଲେ ଏବଂ ଏହା ଯାଇ ବ୍ଲାକ ରୋଜ ରେ ପିଟି ଯାଇଛି ବୋଲି ଜଣା ପଡିଛି।

ଆପଣ ମାନଙ୍କୁ କହି ରଖୁଛୁ ଯେ ପାରାଦୀପ ବନ୍ଦର ସଂଲଗ୍ନ ସମୁଦ୍ର ଆଙ୍କରେଜ ରେ ବୁଡି ରହିଥିବା ବ୍ଲାକ୍‌ରୋଜ ଜାହାଜ ରେ ପିଟି ହୋଇ ଯିବା ଯୋଗୁଁ ଏହି ଟ୍ରଲର ଟି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥି ଯୋଗୁଁ ଆଗରୁ ଅନେ ବିପଦ ସୃଷ୍ଟି ହୋଇଥିବା ବେଳେ ଏବେ ମଧ୍ୟ ଏକ ଗୁରୁତର ସମସ୍ୟା ସୃଷ୍ଟି ହୋଇଛି।

ତେବେ ରିପୋର୍ଟ ଲେଖାହେବା ସୁଦ୍ଧା ୪ ଜଣ ନିଖୋଜ ଥିବା ବୋଟ୍‌ ମାଲିକ ସରୋଜ ପ୍ରଧାନଙ୍କ ସୂତ୍ରରୁ ଜଣା ପଡ଼ିଛି। ପୂର୍ବରୁ ବହୁତ୍ ଥର ଏହି ସ୍ଥାନରେ ଟ୍ରଲର ପିଟି ହୋଇ ନିଖୋଜ ହୋଇ ଯାଉଥିବା ର ନଜିର ରହିଥିବା ବେଳେ ଏବେ ମଧ୍ୟ ସମାନ ଘଟଣା ପୁଣି ଥରେ ଘଟିଛି।

ସୂଚନାଯୋଗ୍ୟ ଯେ, ୨୦୦୯ ସେପ୍ଟେମ୍ବର ୯ରେ ବ୍ଲାକ୍‌ରୋଜ ପାଣିତଳେ ବୁଡ଼ି ରହିଛି। ଗତ୧୧ବର୍ଷ ମଧ୍ୟରେ ଏହା ଦ୍ବିତୀୟ ଘଟଣା।ତେବେ ବର୍ତ୍ତମାନର ଏହି ଘଟଣା ରେ ନିଖୋଜ ଥିବା ବ୍ୟକ୍ତି ମାନଙ୍କୁ ଖୋଜିବା କାର୍ଯ୍ୟ ଜାରି ରହିଥିବା ବେଳେ ବହୁତ୍ ଜଲଦି ସେମାନଙ୍କୁ ଖୋଜି ବାହାର କରିବା ପାଇଁ ପ୍ରସ୍ତୁତି ଲାଗି ରହିଛି। ଆଶା କରା ଯାଉଛି କି ଏମାନେ ବହୁତ୍ ଜଲଦି ମିଲିଯିବେ ଏବଂ ସୁରକ୍ଷିତ ଭାବରେ ସନ୍ଧାନ କରାଯାଇ ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।