କରୋନା ଭାଇରସ କୁ ନେଇ ଆସିଲା ବଡ ଖୁସି ଖବର । କ୍ଲିନିକାଲ ଟ୍ରାଏଲ ହେଲା ସଫଳ, ବାହାରିଲା କି କରୋନା ଟୀକା ?

ଚୀନ ର ଉହାନ ସହରରୁ ଜନ୍ମିତ କରୋନା ଭାଇରାସ ଏବେ ବିଶ୍ୱ ମହାମାରୀ ର ରୂପ ଧାରଣ କରିଛି। ସମଗ୍ର ବିଶ୍ୱରେ ଏବେ ୨୧୩ ଟି ଦେଶ ଏହି ଭାଇରାସ ଦ୍ୱାରା ଆକ୍ରାନ୍ତ ହୋଇଥିଲା ବେଳେ ଏକ କୋଟି ରୁ ଉର୍ଦ୍ଧ୍ବ ଲୋକ ଏହି ଭାଇରାସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୩ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ମୃତ୍ୟୁ ବରଣ ମଧ୍ୟ କରି ସାରିଲେଣି। ଏହି ଭାଇରାସ ଦ୍ୱାରା ଭାରତ ରେ ମଧ୍ୟ ୨ ଲକ୍ଷ ୫୦ ହଜାର ରୁ ଉର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଛନ୍ତି।

ଏବେ ଗୋଟିଏ ପ୍ରଶ୍ନ ଆମ ମନରେ ସବୁବେଳେ ଉଙ୍କି ମାରୁଛି କି କେବେ ଆସିବ କରୋନା ଟିକା? କେମିତି ମିଳିବ କରୋନାରୁ ମୁକ୍ତି ?

ଏହି ଭାଇରସ ର ଗତିକୁ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକ ଡାଉନ,ସଟ ଡାଉନ,ସଙ୍ଗରୋଧ, ସାମାଜିକ ଦୂରତା,ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା ଆଦି ନୀତି କୁ ଆପଣେଇଛନ୍ତି। ଏହା ଦ୍ବାରା ଏହି ଭାଇରାସ ର ସିକୁଳି କୁ ଛିଣ୍ଡା ଯାଇ ପାରେ। ମାତ୍ର ଏହାର ଟୀକା ନବାହାରିବା ସମସ୍ତଙ୍କୁ ଚିନ୍ତାରେ ପକାଇଛି।

ଋଷିଆର ଏକ ବିଶ୍ୱବିଦ୍ୟାଳୟ କରୋନା ଟିକାର ପ୍ରଥମ କ୍ଲିନିକାଲ ପରୀକ୍ଷା ସଫଳତାର ସହ ଶେଷ କରିଥିବା ଦାବି କରିଛି ଅର୍ଥାତ ଏହି ଟିକା ପ୍ରସ୍ତୁତ ହେବା ପରେ ଏହା ପ୍ରଥମେ ଜୀବଜନ୍ତୁଙ୍କ ଦେହରେ ପ୍ରୟୋଗ କରାଯାଇଥିଲା । ଏଥିରୁ ସକରାତ୍ମକ ସୂଚନା ମିଳିଲା ପରେ ଏକ ନିର୍ଦ୍ଦିଷ୍ଟ ମାନବଗୋଷ୍ଠୀ ଉପରେ ପ୍ରୟୋଗ କରାଯାଇଥିଲା ।ତେବେ ମସ୍କୋରେ ଏହି କ୍ଲିନିକାଲ ଟ୍ରାଏଲ ସଫଳ ହୋଇଥିବା ଦାବି ହୋଇଛି ।

ଇଂନଷ୍ଟିଚ୍ୟୁଟ ଫର ଟ୍ରାନ୍ସଲେସନାଲ ମେଡିସିନ ଆଣ୍ଡ ବାୟୋଟେକ୍ନୋଲୋଜି ଯାହାକି ମସ୍କୋର ସବୁଠୁ ବଡ ଡାକ୍ତରୀ ବିଶ୍ୱବିଦ୍ୟାଳୟ ଏବଂ ଏଠାରେ ଏହି ଟିକାର ସଫଳ ପ୍ରୟୋଗ କରଯାଇଥିବା ଦାବି କରାଯାଉଥିବାରୁ କରୋନା ଲଢେଇ ଭିତରେ ନୂଆ ଆଶା ତିଆରି ହୋଇଛି।ଏହା ସହିତ ଗାମାଲିଆ ଇନଷ୍ଟିଚ୍ୟୁଟ ଅଫ ଏପିଡେମୋଲୋଜି ଓ ମାଇକ୍ରୋ-ବାୟୋଲୋଜି ଦ୍ୱାରା ପ୍ରସ୍ତୁତ ଟିକାର ସଫଳ ପରୀକ୍ଷଣ ମଧ୍ୟ ମସ୍କୋରେ ହୋଇଥିବା କୁହାଯାଉଛି।

ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି ବିଶେଷଜ୍ଞ। ଏହା ଯଦି ସତ୍ୟ ହୁଏ ତାହେଲେ ଋଷ କୋରନା ଟୀକା ଉଦ୍ଭାବନ ରେ ବିଶ୍ୱର ପ୍ରଥମ ଦେଶ ହେବ। ମସ୍କୋରେ ଜୁନ ୧୮ ରେଏହି ଟିକାର ପ୍ରଥମ କ୍ଲିନିକାଲ ଟ୍ରାଏ ଆରମ୍ଭ ହୋଇଥିଲା ଏବଂ ଏକ ସ୍ୱେଚ୍ଛାସେବୀ ଗୋଷ୍ଠୀ ଉପରେ ଏହି ଟିକାର ପ୍ରୟୋଗ କରାଯାଇଥିଲା ।ଏହି ପରୀକ୍ଷଣ ସଫଳ ହୋଇଛି ବୋଲି ଇନଷ୍ଟିଚ୍ୟୁଟ ଫର ଟ୍ରାନ୍ସଲେସନାଲ ମେଡିସିନ ଆଣ୍ଡ ବାୟୋଟେକ୍ନୋଲୋଜି ପକ୍ଷରୁ ଦାବି କରାଯାଇଛି।

ଜୁଲାଇ ୨୦ସୁଦ୍ଧା ଟିକା ନେଇଥିବା ସମସ୍ତଙ୍କୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି । ମଣିଷ ଶରୀର ପ୍ରତି ଏହି ଟିକା ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି ଦାବି କରାଯାଇଛି।ସାରା ବିଶ୍ୱରେ ପ୍ରାୟ ୧୦୦ଟି ଦେଶରେ କରୋନା ମୁକାବିଲା ପାଇଁ ଟୀକା ଉଦ୍ଭାବନ ଉପରେ ଗବେଷଣା କରାଯାଉଛି ।

ହେଲେ ଏପର୍ଯ୍ୟନ୍ତ କରୋନାର କୈାଣସି ନିର୍ଦ୍ଦିଷ୍ଟ ଟିକା କି ଔଷଧ ବାହାରି ନାହିଁ ଯାହାକୁ ନେଇ ସମଗ୍ର ବିଶ୍ୱ ଏବେ ଚିନ୍ତାରେ ଅଛି ।ଏଣୁ ଏଭଳି ସ୍ଥିତିରେ କରୋନା ଟିକାର ପ୍ରସ୍ତୁତି ଓ ସଫଳ କ୍ଲିନିକାଲ ଟ୍ରାଏଲ ନେଇ ରୁଷର ଦାବି ବେଶ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଏହି ଟିକା ସମସ୍ତେ ନେଇପାରିବେ ନା ନାହିଁ? ଏହି ଟିକାକୁ ଶିଶୁ ଓ ବୟସ୍କଙ୍କ ଠାରେ ପ୍ରୟୋଗ କରାଯାଇପାରିବ କି?

ଏପରି ଅନେକ ପ୍ରଶ୍ନ ଏବେ ସାମାଜିକ ଗଣମାଧ୍ୟମ ରେ ଜୋରରେ ଚର୍ଚ୍ଚା ହେଉଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।