ଦେଖନ୍ତୁ ଭିଡ଼ିଓ । ଆଇଫୋନ ୬ ସ୍କାଣ୍ଡାଲ୍ । ମୋବାଇଲ ଚୋରି ର ସିସି ଟିଭି ଫୁଟେଜ LIVE ଦୃଶ୍ୟ……

ଚୋରି କରିବାର ମାନସିକତା ବହୁତ୍ ଜଣଙ୍କ ପାଖରେ ଦେଖା ଦେଇଥାଏ। ଏହାକୁ ଏକ ସ୍ବତନ୍ତ୍ର ପେଶା ଭାବରେ କିଛି ଲୋକ ଧରି ନେଇଥାନ୍ତି। କିନ୍ତୁ କଥାରେ ଅଛି ଚୋର ଘର ସବୁବେଳେ ଅନ୍ଧାର ନଥାଏ। ଅର୍ଥାତ୍ ଏହିଭଳି କାର୍ଯ୍ୟ ର ଶେଷ ପରିଣତି ବହୁତ୍ କରୁଣ ହୋଇଥାଏ।ଏହି ଭଳି ଅଭ୍ୟାସ ମଣିଷକୁ ବହୁତ୍ ଅମାନବିକ କାଣ୍ଡ କରିବାକୁ ମଧ୍ୟ ବାଧ୍ୟ କରିଥାଏ। ଧୀରେ ଧୀରେ ଏହା ଅଭ୍ୟାସ ରେ ପରିନତ ହେବା ପରେ ମଣିଷ ଏହାକୁ ତାର ବୃତ୍ତି ଭାବରେ ଗ୍ରହଣ କରି ନେଇଥାଏ।

ତେବେ ଆସନ୍ତୁ ଜାଣିବା କିଭଳି ଭାବରେ ଜଣେ ଯୁବତୀ ଆଇଫୋନ୍ ମୋବାଇଲ ଚୋରି କରିଥିବା ସମୟରେ କ୍ୟାମେରା ରେ ରେକର୍ଡ ହୋଇଛି ତାଙ୍କର କାରନାମା।

ଭିଡିଓ ରେ ଦେଖା ଯାଉଥିବା ଭଳି ଏହି ଯୁବତୀ ଜଣଙ୍କ ଗୋଟିଏ ମୋବାଇଲ୍ ଶୋପ କୁ ଯାଇଛନ୍ତି ଏବଂ ସେଠାରେ ଯେଉଁ ଭଳି ଭାବରେ ଚୋରି କରୁଛନ୍ତି ତାହା ସି ସି ଟିଭି ଫୁଟେଜ ରେ ରେକର୍ଡ ହୋଇଛି। ଯୁବତୀ ଜଣଙ୍କ ପ୍ରଥମେ କିଛି ସମୟ ଦୋକାନରେ ପହଞ୍ଚି ଦୋକାନ କୁ ଭଲ ଭାବରେ ଅନୁଧ୍ୟାନ କରୁଛନ୍ତି।

ଏପଟେ ସେପଟେ ଚାହିଁବା ପରେ ସେ କିଛି ସମୟ ପରେ ମଝିରେ ଥିବା ରେକ୍ ଆର ପଟେ ଛିଡ଼ା ହୋଇଥିବା ଆଉ ଜଣେ ଯୁବତୀ ଯିଏକି ଗ୍ରାହକ ମାନଙ୍କୁ ମୋବାଇଲ ପ୍ରଦର୍ଶନ କରୁଥିଲେ, ତାଙ୍କ ସମ୍ମୁଖକୁ ଯାଇ ଏକ ମୋବାଇଲ ଦେଖାଇବା ନିମନ୍ତେ ଇଙ୍ଗିତ କରୁଛି।

କିଛି ସମୟ ପରେ ଗ୍ରାହକ ମାନଙ୍କୁ ମୋବାଇଲ୍ ଦେଖାଉଥିବା ଯୁବତୀ ଜଣଙ୍କ ଏହି ଚୋରି କରିବାକୁ ଯାଇଥିବା ଯୁବତୀ ଙ୍କୁ ତାଙ୍କ କହିବା ଅନୁସାରେ ମୋବାଇଲ ଦେଖାଉଛନ୍ତି ଏବଂ କୌଣସି କାମରେ ସେହି ଯୁବତୀ ଅଲଗା ସ୍ଥାନ କୁ ଯିବା ସମୟରେ ସେ ଚୋର ଟି କୌଶଳ କ୍ରମେ ଆସି ଟେବୁଲ୍ ଉପରେ ଥିବା ମୋବାଇଲ କୁ ଧରି ସଙ୍ଗେ ସଙ୍ଗେ ସେହି ସ୍ଥାନର ବିପରୀତ ଦିଗ କୁ ଚାଲି ଯାଉଅଛି ଓ ନିଜର ପିନ୍ଧିଥିବା ପୋଷାକରେ ବୋଟମ ଖୋଲି କିଛି ପୁରେଇବାର ଦେଖିବାକୁ ମିଳୁଛି।

ତାହା ପରେ ପୁଣି ଯୁବତୀ ଜଣଙ୍କ ସେଠାରେ ଠିଆ ହେଉଛନ୍ତି ଏବଂ ସୁଯୋଗ ଅପେକ୍ଷା ରେ ରହିଛନ୍ତି। ଏହା ପରେ ଶେଷରେ ଯୁବତୀ ଜଣଙ୍କ ନିଜ ଚାଲ ରେ ସଫଳ ହେବେ ବୋଲି ଭାବି ପୁଣି କିଛି ସମୟ ପରେ ସୁଯୋଗ ନେଇ କୌଶଳ କ୍ରମେ ସେ ଏକ ଫୋନ୍ କୁ ଉଠାଇ ତାଙ୍କ ଭେନେଟି ବ୍ୟାଗ୍ ଭିତରେ ପୁରାଇ ଦେଉଛନ୍ତି ଏବଂ ଏପଟେ ସେପଟେ ଅନେଇ କେହି ତାଙ୍କୁ ଦେଖି ନାହାନ୍ତି ବୋଲି ଭାବି ଯୁବତୀ ଜଣଙ୍କ କିଛି ନଜାଣିବା ଭଳି ଛିଡା ହୋଇ ଶେଷରେ କିଛି ସମୟ ପରେ ପଲାଇ ଆସୁଛନ୍ତି।

କିନ୍ତୁ ତାଙ୍କର ସମସ୍ତ କାର୍ଯ୍ୟକଳାପ ତାଙ୍କ ଅଜାଣତରେ କ୍ୟାମେରା ରେ ରେକର୍ଡ ହୋଇ ଯାଇଛି ବୋଲି ସେ ଜାଣି ନଥିଲେ। ସେହି ପାଇଁ କୁହାଯାଏ ଚୋରି ବିଦ୍ୟା ଭଲ ବିଦ୍ୟା ଯଦି ନପଡିବୁ ଧରା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।