ଘର ଚାରିପାଖରେ କଣ ସବୁ ରହିଲେ ମଣିଷକୁ କରିଥାଏ ଧନୀ ଜାଣନ୍ତୁ

ଆଜି ଆମେ ଜାଣିବା ଘର ଚାରି ପାଖରେ କଣ ରହିଲେ ଘର କଙ୍ଗାଳ ହୋଇ ଯାଇଥାଏ ଓ ଘର ଚାରି ପାଖରେ କଣ ସବୁ ରହିଲେ ଅଷ୍ଟ ଅସିର୍ଯ୍ୟ ପ୍ରାପ୍ତି ହେବ ଆଜି ଆମେ ଜାଣିବା । ତେବେ ଆସନ୍ତୁ ପ୍ରଥମେ ଜାଣିବା ଘର ଚାରି ପାଖରେ କଣ ସବୁ ରହିଲେ ଘରକୁ ସମସ୍ୟା ମାନ ଆସିଥାଏ –

ଗୃହ ର ପୂର୍ବ , ଉତ୍ତର ଓ ପଶ୍ଚିମ ରେ ତେନ୍ତୁଳି ଗଛ ରହିବା ଦ୍ଵାରା ଗୃହ ରେ ନାନା ପ୍ରକାର ସମସ୍ୟା ହୋଇ ଥାଏ । କାରଣ ତେନ୍ତୁଳି ଗଛ ହେଉଛି ଏମିତି ଏକ ନକାରାତ୍ମକ ଗଛ ଯେଉଁ ରେ ସମସ୍ତ ନାକର୍ତ୍ମକ୍ ଶକ୍ତି ରହିଥାଏ ।

ପୂର୍ବ ପୁରୁଷ ମାନଙ୍କ ମତ ରେ ଏହି ତେନ୍ତୁଳି ଗଛ ରେ ଭୂତ ପ୍ରେତ ପିଶାଚ ମାନେ ରହି ଥାଆନ୍ତି । କାରଣ ତେନ୍ତୁଳି ଗଛ ଏମାନ ଙ୍କ ର ଅତି ପ୍ରିୟ ହୋଇ ଥାଏ । ତେଣୁ ଘର ର କେଉଁ କୋଣ ରେ ବି ଏହି ତେନ୍ତୁଳି ଗଛ ରଖନ୍ତୁ ନାହିଁ । ଏହା ରହିବା ଅତ୍ୟନ୍ତ ଅଶୁଭ ହୋଇ ଥାଏ । ଓ ଘରେ ନାନା ପ୍ରକାର ର ଦୁଃଖ ଦୁର୍ଦ୍ଦଶା ଦେଖିବା ପାଇଁ ମିଳି ଥାଏ ।

ଘର ଚାରି ପାଖରେ କଣ୍ଟା ଜାତୀୟ ବୃକ୍ଷ ରହିବା ଅତ୍ୟନ୍ତ ଅଶୁଭ ହୋଇ ଥାଏ ଯେପରିକି ନାଗଫେନି ଗଛ , ବର କୋଳି ଗଛ , ସିଯୁ କଣ୍ଟା ଗଛ । ଏହି ଗଛ ସବୁ ରହିବା ଘର ଚାରି ପାଖରେ ବହୁତ୍ ଅଶୁଭ ହୋଇ ଥାଏ । ଓ ଘର କୁ ନାନା ପ୍ରକାର ସମସ୍ୟା ଦେଇ ଥାଏ । ଏହା ସହିତ ଦୀମିରି ଗଛ , ଆତ ଗଛ , ଏହି ସବୁ ଗଛ ରହିଲେ ଘର ପାଇଁ ବହୁତ୍ ବିପଦ ହୋଇ ଥାଏ । ଯାହା ଫଳରେ ରୋଗ, ଶୋକ , ଦରିଦ୍ରତା ମାଡ଼ି ଆସି ଥାଏ ।

ଘର ର ଦକ୍ଷିଣ ପଶ୍ଚିମ ଦିଗ ରେ କୂଅ , ନଳକୂପ , ଗାଡିଆ ପୋଖରୀ ଏହି ସବୁ ରହିଲେ ଘର ଲୋକ ମାନଙ୍କ ର ମାନସିକ ଅଶାନ୍ତି ବୃଦ୍ଧି ପାଇ ଥାଏ । ଏବଂ ମାନସିକ ରୋଗ ବୃଦ୍ଧି ପାଇ ଥାଏ ଏବଂ ଧନ ହାନି , ଦରିଦ୍ରତା ଆଦି ଦେଖିବା ପାଇଁ ମିଳି ଥାଏ । ଏହାର ପ୍ରତିକାର ପାଇଁ ଘର ଚାରି ପାଖରେ ତୁଳସୀ ଗଛ ଲଗାଇ ଦିଅନ୍ତୁ ।

ଘର ର କିଛି ଦୁର ରେ ଶ୍ବେତ ଅରଖ ଗଛ ଲଗାଇ ଦିଅନ୍ତୁ । ଘର ର ଦକ୍ଷିଣ ପଶ୍ଚିମ ଦିଗ ରେ ଦେବଦରୁ ଗଛ ଓ ଗୁଆ ଗଛ ଲଗାଇ ଦିଅନ୍ତୁ । ଏହା ଦ୍ବାରା ଘର କୁ ଶୁଭ ଶକ୍ତି ଓ ସକର୍ତ୍ମକ ଶକ୍ତି ପ୍ରବେଶ କରି ଥାଏ ଓ ନକାରାତ୍ମକ ଶକ୍ତି ଦୁର କରି ଥାଏ ।

ଘର ର ପୂର୍ବ କୋଣ ରେ ଓ ଉତ୍ତର କୋଣ ରେ ଡାଳିମ୍ବ ଗଛ ଓ ବେଲ ଗଛ ଲଗାଇବା ଦ୍ଵାରା ଘରକୁ ଅନେକ ଶୁଭ ଶକ୍ତି ବା ସକାରାତ୍ମକ ଶକ୍ତି ପ୍ରବେଶ କରି ଥାଏ । ଘର ର ସମସ୍ୟା ଦୂର ହୋଇ ଥାଏ । ଘରେ ଏକ ପ୍ରକାର ର ଏକତ୍ରିତ ଦେଖିବାକୁ ମିଳି ଥାଏ ।

ଘର ଚାରି ପାଖରେ ଯଦି କୌଣସି ଉଇ ହୁଙ୍କା ରହିଛି ତେବେ ଏହାକୁ ଭାଙ୍ଗି ଦିଅନ୍ତୁ । ଏହା ରହିବା ଅଶୁଭ ହୋଇ ଥାଏ । ତେବେ ଘର ର ଭିତର ସହିତ ଘର ର ବାହାରକୁ ସଫା ସୁତୁରା ରଖିବା ଅତି ଶୁଭ ହୋଇ ଥାଏ । ମାତା ଲକ୍ଷ୍ମୀ ଏହା ଦ୍ଵାରା ଘରେ ବାସ କରନ୍ତି ।

ତେବେ ଏହା ଥିଲା କିଛି ବାସ୍ତୁ ଶାସ୍ତ୍ରର ଅନୁସାରେ ନିୟମ । ଏହି ନିୟମ କୁ ପାଳନ କରିବା ସହିତ ଘର ର ବାହାର କୁ ଭଲ ଭାବରେ ସଫା କରନ୍ତୁ । ଏହା ଦ୍ବାରା ସବୁ ପ୍ରକାର ରୋଗ ଦୂର ହୋଇ ଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।