ଏଥି ମଧ୍ୟରୁ ବାଛନ୍ତୁ ଗୋଟିଏ ପର ଏବଂ ଜାଣନ୍ତୁ ଆପଣଙ୍କ ବିଷୟରେ କିଛି ଗୁପ୍ତ କଥା……

ବନ୍ଧୁ ଗଣ ଥରେ ନିଜ ପିଲା ବେଳ କଥା ମନେ ପକାନ୍ତୁ। ଆପଣ ବି ନିଶ୍ଚିତ ଭାବେ ପିଲା ବେଳେ ବିଭିନ୍ନ ପକ୍ଷୀ ଙ୍କ ପର ସଂଗ୍ରହ କରି ନିଜ ବହି ଭିତରେ ରଖୁ ଥିବେ।ସେମିତି କରିବା ପାଇଁ ବହୁତ ମଜା ଲାଗି ଥାଏ। ତା ଭିତରେ ଅନେକ ପିଲାଳିଆମି ଲୁଚି ରହିଥାଏ।ମାତ୍ର ମନସ୍ତତ୍ତ୍ବ ଵିତ୍ ଙ୍କ ମତରେ ବିଭିନ୍ନ ପ୍ରକାର ପର ର ବିଭିନ୍ନ ମହତ୍ୱ ରହିଛି।ଯାହାକି ଆପଣଙ୍କ ବ୍ୟକ୍ତିତ୍ବ କୁ ଉଦ୍ଭାସିତ କରିଥାଏ।

ତେବେ ଆଜି ଆମେ ଆପଣଙ୍କୁ ପାଞ୍ଚୋଟି ପର ବିଷୟରେ ଅବଗତ କରିବୁ ତା ମଧ୍ୟରୁ ଆପଣ ଗୋଟେ ପରକୁ ଚୟନ କରି ନିଜସ୍ଵ ବ୍ୟକ୍ତିତ୍ବ ସମ୍ପର୍କରେ ଖୁଲାସା କରି ପାରିବେ।

(A) ଯଦି ଆପଣ ପ୍ରଥମ ପର ଟି ଚୟନ କରନ୍ତି ତେବେ ଜାଣି ରଖନ୍ତୁ ଆପଣ ଶାନ୍ତ ପ୍ରକୃତିର ହେବା ସହ ମିଷ୍ଟ ଭାଷୀ ମଧ୍ୟ ହୋଇ ଥାଆନ୍ତି।ଆପଣଙ୍କ ଧୌର୍ଯ୍ୟ ଶକ୍ତି ଅସୀମ ଅଟେ।ଆପଣ ସମସ୍ତ ପରିସ୍ଥିତି କୁ ଧୋର୍ଯ୍ୟ ର ସହ ମୁକାବିଲା କରିବା ପାଇଁ ପସନ୍ଦ କରି ଥାଆନ୍ତି।ଅନ୍ୟର ଦୁଃଖ ଆପଣ ସହ୍ୟ କରି ପାରନ୍ତି ନାହିଁ।ସଦା ସର୍ବଦା ଅନ୍ୟ ମାନଙ୍କୁ ସାହାଯ୍ୟ କରନ୍ତି।

(B) ଦ୍ଵିତୀୟ ପର ଚୟନ କରୁଥିବା ବ୍ୟକ୍ତି ମାନେ ବହୁତ ବୁଦ୍ଧିମାନ ହୋଇଥିଲେ ମଧ୍ୟ ସମୟ ସମୟରେ ମୂର୍ଖଙ୍କ ଭଳି ଆଚରଣ କରନ୍ତି। ଏହି ବ୍ୟକ୍ତିମାନେ ବନ୍ଧୁତ୍ୱ ରେ ବିଶ୍ୱାସ କରନ୍ତି ମାତ୍ର ଯଦି କେହି ବନ୍ଧୁ ଏମାନଙ୍କ ପ୍ରତି ଟିକେ ବି ଅବହେଳା କରନ୍ତି ତାଙ୍କ ସହ ଏହି ବ୍ୟକ୍ତି ମାନେ ସମସ୍ତ ସମ୍ପର୍କ ଛିନ୍ନ କରନ୍ତି।ଏମାନେ ବହୁତ ଚଞ୍ଚଳ ସ୍ୱଭାବର ହେବା ସହ ଅନ୍ୟର ବ୍ୟକ୍ତିତ୍ବ କୁ ସହଜରେ ପରଖି ପାରନ୍ତି ଓ ଛୋଟ ଜିନିଷ ରୁ ମଧ୍ୟ ଅନେକ ଶିକ୍ଷା କରି ଥାଆନ୍ତି।

(C)ତୃତୀୟ ପର ବ୍ୟକ୍ତିର ଆତ୍ମ ନିର୍ଭରଶୀଳତା କୁ ଦର୍ଶାଇ ଥାଏ। ଏହି ବ୍ୟକ୍ତି ମାନେ ଜୀବନରେ କେବେ ହାରିବା ଶିଖି ନଥାନ୍ତି। ଏମାନେ ସଫଳତା ପାଇବା ପାଇଁ ଅନେକ ଚେଷ୍ଟା କରିଥାନ୍ତି।ଯଦି ବା କୌଣସି କାମରେ ଅସଫଳ ହୁଅନ୍ତି ସେଥିରେ ଭାଙ୍ଗି ନପଡ଼ି ଆଗକୁ ବଢ଼ି ଥାଆନ୍ତି।ଆତ୍ମ ନିର୍ଭର ହେବା ଏହି ବ୍ୟକ୍ତି ମାନଙ୍କର ଜୀବନର ଚରମ ଲକ୍ଷ୍ୟ ହୋଇ ଥାଏ।

(D) ଚତୁର୍ଥ ପରଟି ରହସ୍ୟମୟତା ର ପରିଚୟ ଦିଏ। ଏହି ବ୍ୟକ୍ତିମାନଙ୍କ କାର୍ଯ୍ୟର ପ୍ରକୃତ ଉଦ୍ୟେଶ୍ ଅନ୍ୟ କେହି ବୁଝି ପାରନ୍ତି ନାହିଁ ମାତ୍ର ବୁଝିବା ପରେ ତାଙ୍କ ସହ ବନ୍ଧୁତା ସ୍ଥାପନ କରିବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। କୌଣସି ବି ପରିସ୍ଥିତି ଆସୁ ନା କାହିଁକି ତାର ସମାଧାନ ଏହି ବ୍ୟକ୍ତି ମାନଙ୍କ ପାଖେ ରହିଥାଏ।

(E)ପଞ୍ଚମ ପର ଟି ବ୍ୟକ୍ତିର ଭାବନା ଶକ୍ତି ସମ୍ପର୍କରେ ସୂଚନା ଦେଇ ଥାଏ। ବ୍ୟକ୍ତି ମାନେ ନିଜ କ୍ଷମତା ଉପରେ ବିଶ୍ୱାସ କରନ୍ତି ନାହିଁ ତେଣୁ ଦୁଃଖ ପାନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।