ପୁଣି ଏବେ ଏବେ ଆସିଲା କ୍ରିକେଟ ଜଗତକୁ ବଡ ଦୁଖଦଃ ଖବର । ଏହି ଷ୍ଟାର କ୍ରିକେଟର ଙ୍କ ପାଇଁ ପ୍ରାଥନା କରନ୍ତୁ…..

କ୍ରିକେଟ୍ ଜଗତ ପାଇଁ ସୃଷ୍ଟି ହୋଇଛି ଏକ ବିଚଳିତ ସ୍ଥିତି। କାରଣ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ କପିଲ ଦେବ ଅସୁସ୍ଥ ହୋଇ ପଡିଛନ୍ତି ।ଯାହାର ଖବର ଆସିବା ପରେ କ୍ରିକେଟ୍ ପ୍ରେମୀ ବିଚଳିତ ହେବା ସ୍ଵାଭାବିକ କଥା।ତେବେ ଏହି ପ୍ରଖ୍ୟାତ କ୍ରିକେଟ୍ ଖେଳାଳି କପିଲ ଦେବ୍ ଙ୍କୁ ହୃଦ୍‌ଘାତ ସମସ୍ୟା ଦେଖାଯିବାରୁ ଶୁକ୍ରବାର ତାଙ୍କୁ ଦିଲ୍ଲୀର ଫୋର୍ଟିଜ ହସ୍ପିଟାଲରେ ଭର୍ତ୍ତି କରା ଯାଇଛି ବୋଲି ସୂଚନା ମିଳିଛି।

ଏହି ହାର୍ଟ ଆତାକ୍ ର ଖବର ଆସିବା ପରେ କ୍ରିକେଟ୍ ଜଗତରେ ଏବଂ ଭାରତୀୟ କ୍ରିକେଟ ପ୍ରେମୀ ମାନଙ୍କ ମନରେ ଗଭୀର ଆଘାତ ସୃଷ୍ଟି ହୋଇଛି।

ସୂଚନା ଅନୁସାରେ କପିଲ୍ ଦେବ୍ ଙ୍କୁ ହୃଦ୍‌ଘାତ ସମସ୍ୟା ଦେଖାଯିବା ରୁ ଏବେ ତାଙ୍କର ଆନଜିଓପ୍ଲାଷ୍ଟି କରା ଯାଇଥିବା ବେଳେ ସେ ସୁସ୍ଥ ଥିବା କୁହା ଯାଉଛି।ତେବେ ଭାରତୀୟ କ୍ରିକେଟ ଟିମର ପ୍ରଥମ ବିଶ୍ୱ କପ୍‌ ଜିତିଥିବା ଏହି ସଫଳ ପୂର୍ବ ଅଧିନାୟକ କପିଲ ଦେବ ହସପିଟାଲ ରେ ଭର୍ତ୍ତି ହୋଇ ଚିକିତ୍ସା ନେଉଛନ୍ତି। ହୃଦଘାତ ଯୋଗୁଁ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିବା ବେଳେ ସମସ୍ତେ ଚିନ୍ତାରେ ରହିଛନ୍ତି।

ତେବେ ପ୍ରଥମେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ଶୁକ୍ରବାର ଦିଲ୍ଲୀର ଏକ ହସ୍ପିଟାଲ ରେ ଭର୍ତ୍ତ କରା ଯାଇଛି। ତେବେ କୁହା ଯାଉଛି କି ହାର୍ଟରେ ବ୍ଲକେଜ କାରଣରୁ କପିଲ ଦେବଙ୍କର ଆଞ୍ଜିୟୋପ୍ଲାଷ୍ଟୀ ହୋଇଛି ଏବଂ ସେ ଏବେ ସ୍ଥିର ଅବସ୍ଥାରେ ରହିଛନ୍ତି । ହସ୍ପିଟାଲ୍ ରେ ଭର୍ତ୍ତି ହେବା ପରେ ଚିକିତ୍ସା ପରେ ଡାକ୍ତରଙ୍କ କହିବା ଅନୁଯାୟୀ କପିଲ ଦେବଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ରହିଛି।

ତେଣୁ ଏବେ ଭୟ କରିବାର କିଛି କଥା ନାହିଁ।ତେବେ ହାର୍ଟଆଟାକ ଖବର ମିଳିବା ପରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି। ସମସ୍ତେ ତାଙ୍କ ପାଇଁ ଭଗବାନ ଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି।ସେ କିପରି ଶୀଘ୍ର ଆରୋଗ୍ୟ ହେବେ ସେଥିପ୍ରତି ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି ଏବଂ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି। ପ୍ରଥମେ ୧୯୮୩ରେ ତାଙ୍କ ନେତୃତ୍ୱରେ ବିଶ୍ୱକପ୍ କ୍ରିକେଟ ହାସଲ କରିଥିଲା । ହଜାର ହଜାର ଯୁବକଙ୍କୁ ସେ କ୍ରିକେଟରେ ଯୋଗ ଦେବାକୁ ପ୍ରେରଣା ଦେଇଛନ୍ତି।

କ୍ରିକେଟ୍ ଜଗତ ରେ ତାଙ୍କର ଭୂମିକା ଏବଂ ଅବଦାନ ଏକ ବିଶେଷ ଭୂମିକା ଗ୍ରହଣ କରିଛି।ସେ ନିଜକୁ ଏଥିପାଇଁ ଏକ ପ୍ରତିଷ୍ଠିତ ଖେଳାଳୀ ଭାବରେ ଅଭିହିତ କରି ପାରିଛନ୍ତି।ସେ ଜଣେ ଏଭଳି ଏକ ବ୍ୟକ୍ତିତ୍ଵ ଯାହାଙ୍କ ବିଷୟରେ ଅନେକ ପାଠ୍ୟ ପୁସ୍ତକରେ ମଧ୍ୟ ଉଲ୍ଲେଖ ରହିଛି।ତେବେ ଏହି ମହାନ୍ କ୍ରିକେଟ୍ ତାରକା ଙ୍କ ଏହିଭଳି ସ୍ଥିତିରେ ଆମେ ସମସ୍ତେ ମ୍ରିୟମାଣ।

ତାଙ୍କର ପ୍ରଥମେ ଛାତିରେ ଯନ୍ତ୍ରଣା ହେବା ପରେ ତାଙ୍କୁ ଶୁକ୍ରବାର ଦିଲ୍ଲୀର ଏକ ହସ୍ପିଟାଲ ରେ ଭର୍ତ୍ତ କରା ଯାଇଛି।ଏବେ ସେ ଭଲ ଅଛନ୍ତି ଓ ଏଭଳି ରୁହନ୍ତୁ ବୋଲି ସମସ୍ତଙ୍କ ପ୍ରାର୍ଥନା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।