ଦେଖନ୍ତୁ ଭିଡ଼ିଓ । ଲୋକେ ଏମିତି ବି ଓଲଟା କାମ କରି ପାରନ୍ତି ଯାହା ଆପଣଙ୍କୁ ଦେଖି ବିଶ୍ୱାସ ହେବନାହିଁ……

ଆଧୁନିକ ଯୁଗର ଲୋକଙ୍କ ଠାରୁ ପୁରାତନ ଯୁଗର ଲୋକମାନେ ବହୁତ ଭଲ । ପୁରାତନ ଯୁଗରେ ଲୋକମାନଙ୍କର ନିଜ ମସ୍ତିଷ୍କ ଉପରେ ଯଥେଷ୍ଟ ଭରସା ରହିଥାଏ , ଉଦାହରଣ – କୋଉଁ ସମୟରେ କଣ କାମ କରିବାର ଅଛି ଓ କେମିତି କରିବାର ସେମାନେ ସେମାନଙ୍କ ମସ୍ତିଷ୍କ ଆହ୍ୱାନ ଦେଉଥିଲେ । ଅନେକ କାର୍ଯ୍ୟ ମସ୍ତିଷ୍କ ରଖି କାର୍ଯ୍ୟ କରୁଥିଲେ ସେଥିପାଇଁ ସେମାନେ ନିଜେ ବିପଦରେ ପଡୁଥିଲେ ନାଁ ଅନ୍ୟକୁ ପଡ଼ିବାକୁ ଦେଉଥିଲେ ।

କିନ୍ତୁ ଆଧୁନିକ ସମାଜରେ ଲୋକମାନେ ତାଙ୍କ ମସ୍ତିଷ୍କ ଉପରେ ଯଥେଷ୍ଟ ଭରସା ନାହିଁ ଯୋଉଁ ପାଇଁ ଯାହା ପାରନ୍ତି କରନ୍ତି ଭୁଲ ଠିକ୍ ର ବିଚାର ରଖନ୍ତି ନାହିଁ , ଯୋଉଁଥି ପାଇଁ କି ଅନ୍ୟମାନଙ୍କୁ ଏ ସମାଜରେ ଚଳିବା ବହୁତ କଷ୍ଟକର ବ୍ୟାପାର ହୋଇପଡ଼ୁଛି ।

ଆଧୁନିକ ସମାଜରେ ଯୁବକମାନେ ନିଜ କୁ ହିରୋ ଭାବେ ପରିଚିତ କରିବାକୁ ଯାଇ ଅନେକ କାର୍ଯ୍ୟ ଏପରି କରିଥାନ୍ତି ଯଥା – କକଂଡା ବିଛା କୁ ନେଇ ଗୋଟିଏ ଲୋକ ହିରୋ ହେବାକୁ ଯାଉ ଯାଉ କଣ ହେଲେ ଜାଣନ୍ତୁ – ଗୋଟିଏ ଲୋକ ଗୋଟିଏ ବିଛାର ଡଂକ କୁ ନିଜ ଜିଭ ମଝିରେ ରଖି କାର୍ଯ୍ୟ ଦେଖୁ ଦେଖୁ ବିଛା ଟା ତା’ର ଜିଭ କୁ କାମୁଡି ପକେଇଲା।

ଭାରତରେ ରାସ୍ତା ଖରାପ ସେଥିରେ ପୁଣି ବଡ଼ ଗାଡ଼ି ଅନ୍ୟ ଏକ ବଡ ଗାଡି କୁ ଆଗେଇ ଯିବା – ଏହା କରିଲେ ବା ଗାଡି ଜୋର୍ ଚଳେଇଲେ ଲୋକମାନେ ଜାଣିଛନ୍ତି ଯେ କି ଦୁର୍ଘଟଣା ଘଟିବ ତଥାପି ଲୋକମାନେ ନିଜ ଜୀବନ କୁ ଖାତିର କରୁନାହାନ୍ତି ବରଂ ଅନ୍ୟମାନଙ୍କ ପାଇଁ ବିପଦର ରାସ୍ତା ବାହାର କରୁଛନ୍ତି ।ସେହିପରି ଷ୍ଟଣ୍ଡ ମାରିବା ବା ବିପଦ ପୂର୍ଣ୍ଣ ରାସ୍ତାରେ ଫୋଟ ଉଠାଇବା ଆଦି ଘଟଣା।

ସେହିପରି ଜଣେ ପିତା ନିଜର ପୁଅ କୁ ସାଇକେଲ ଚଳାଇବା ଶିଖୁ ଶିଖୁ ନିଜେ ଚଳାଇବା ପାଇଁ ଚେଷ୍ଟା କରିବାରୁ ସାଇକେଲ ଭାଂଗି ଗଲା ତେବେ ଦେଖନ୍ତୁ କେମିତି ମାନସିକତା ମଧ୍ୟରେ ଲୋକମାନେ ଜଡ଼ିତ ଅଛନ୍ତି । ଗୋଟିଏ ପିଲା ମୋବାଇଲରେ ଭିଡିଓ ଗେମ୍ ଏତେ ମାତ୍ରାରେ ଖେଳୁଛନ୍ତି କି ସମାଜର ମଧ୍ୟରେ ତାଙ୍କର କର୍ତ୍ତବ୍ୟ ଓ ଦାୟିତ୍ଵ କୁ ଭୁଲି ଯାଉଛନ୍ତି ଓ ଗେମରେ ଏତେ ମଜିଯାଆନ୍ତି କି ଗେମରେ ହାରିଗଲେ ରାଗିକି ମୋବାଇଲ ଭାଂଗି ଦିଅନ୍ତି ।

ଗୋଟିଏ ବୃଦ୍ଧା ବ୍ୟକ୍ତି ଟିଏ ମୋବାଇଲ ତଳେ ରଖି ଶୋଇ ଯାଇଥିଲେ କିନ୍ତୁ ନିଦ ଭାଙ୍ଗିଲା ବେଳକୁ ମୋବାଇଲ ନାହିଁ ଖୋଜି ଖୋଜି ଶେଷରେ ନିଜ ପିଠି ଉପରୁ ପାଇଲେ କାରଣ ତାଙ୍କ ପିଠି ଗରମ ପାଗ ଯୋଗୁଁ ଝାଳ ହୋଇଥିଲା ସେଥିପାଇଁ ମୋବାଇଲ ଯାଇ ପିଠିରେ ଲାଗିଲା । ଆଧୁନିକ ସମାଜରେ ଲୋକମାନେ ବୁଦ୍ଧିଆ ସତ କିନ୍ତୁ ସବୁ କାର୍ଯ୍ୟ ନିର୍ବୁଆ ଭଳି ମାନସିକତା ନେଇ କାର୍ଯ୍ୟ କରନ୍ତି ।

ଯାହା ଫଳରେ କି ନିଜେ ଅସୁବିଧାରେ ପଡ଼ିବା ସହିତ ସମସ୍ତଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ବାଧ୍ୟ କରାନ୍ତି ।ପୁରାତନ ଯୁଗ ପରି ଆଧୁନିକ ସମାଜରେ ଲୋକମାନେ ନିଜ ମସ୍ତିଷ୍କ ଉପରେ ଭରସା ରଖନ୍ତି ନାଁ ନାହିଁ , ଦୁନିଆ କୁ ଯଦି ଜିତିବା ପାଇଁ ପଡିବ ତେବେ ନିଜ ମସ୍ତିଷ୍କ ଉପରେ ଭରସା ରହିବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।