ଏହି ଘରୋଇ ଉପାୟ ଦ୍ଵାରା ସବୁଦିନ ପାଇଁ କେଶ ଝଡ଼ିବାରୁ ମୁକ୍ତି ପାଆନ୍ତୁ ଓ କେଶ କୁ ଲମ୍ବା ଘନ କରନ୍ତୁ

ଆଜି ଆମେ ଜାଣିବା ଘରୋଇ ଉପାୟ ରେ କିପରି ଭାବରେ କେଶ ଝଡ଼ିବା ଓ ପତଳା ହୋଇ ଯିବା ପରି ସମସ୍ୟା ରୁ କିପରି ମୁକ୍ତି ପାଇବା । ପ୍ରାୟତଃ ସବୁ ଝିଅ ମାନଙ୍କ ର କେଶ ଝଡ଼ିବା ଏକ ଦୁର୍ବଳ ହୋଇ ଯିବା ଏକ ମୂଖ୍ୟ ସମସ୍ୟା ହୋଇ ଥାଏ ଓ ସେମାନେ ଏଥି ପାଇଁ ବହୁତ୍ ଚିନ୍ତା ରେ ରହି ଥାଆନ୍ତି । ଆମେ ଏହି ସମସ୍ୟା ରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ପ୍ରକାର ସମ୍ପୁ ମଧ୍ୟ ବ୍ୟବହାର କରି ଥାଉ ।

କିନ୍ତୁ ଏଥିରେ ଥିବା କେମିକାଲ ମଧ୍ୟ ଆମ କେଶ ଉପରେ ବହୁତ୍ ଖରାପ୍ ପ୍ରଭାବ ପକାଇ ଥାଏ। ତେବେ ଆଜି ଆମେ ଏହି କେଶ ଝଡ଼ିବା ର ଏକ ଘରୋଇ ଉପଚାର ବିଷୟ ରେ ଜାଣିବା।

ଏହାକୁ ପ୍ରସ୍ତୁତ କରିବା ବହୁତ୍ ସହଜ ହୋଇ ଥାଏ । ଆଉ ଆମେ ଏଥିରେ ଯେଉଁ ସବୁ ଉପାଦାନ ପକାଇବା ସେସବୁ ଉପାଦାନ ଆମ ରୋଷେଇ ଘରୁ ଅତି ସହଜ ରେ ମିଳି ଯିବ । ତେବେ ଆସନ୍ତୁ ଜାଣିବା । ଆମେ ସମସ୍ତେ ଭଲ ଭାବରେ ଜାଣି ଅଛନ୍ତି ଯେ ଆମ କେଶ ପାଇଁ ତେଲ କେତେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଥାଏ ।

ତେଲ ଲଗାଇବା ଦ୍ଵାରା ଆମ କେଶ ର ମୂଳ ମଜବୁତ୍ ହୋଇ ଥାଏ , ଯାହା ଦ୍ଵାରା ଆମ କେଶ ଝଡ଼ିବା ସମସ୍ୟା ଦୂର ହୋଇ ଥାଏ ଏହା ସହିତ ତେଲ ଲଗାଇବା ଦ୍ଵାରା ଆମ ହେୟାର ଡ୍ରଏ ମଧ୍ୟ ହୋଇ ନଥାଏ । କିଛି ଜଣ ଅଛନ୍ତି ଯେଉଁ ମାନେ ଆଦୌ କେଶ ରେ ତେଲ ଲଗାନ୍ତି ନାହିଁ ଯାହା ଫଳରେ ତାଙ୍କ କେଶ ଅଧିକ ଡ୍ରାଏ ହୋଇ ଜାଏ ।

ଡ୍ରାଇ ହେବା ଦ୍ବାରା କେଶ ଝଡ଼ିବା ଆରମ୍ଭ କରି ଥାଏ । ତେବେ ଆପଣ ଙ୍କୁ ସପ୍ତାହ ରେ ଦୁଇ ଥର ତେଲ ଲଗାଇବା ନିହାତି ଜରୁରୀ ଅଟେ । ଯଦି ଆପଣ ସପ୍ତାହ ରେ ଦୁଇ ଥର ଲଗାଇ ପାରୁ ନାହାଁନ୍ତି ତେବେ ଯେମିତି ହେଲେ ବି ସପ୍ତାହ ରେ ଗୋଟିଏ ଥର ତେଲ ଲଗାଇବା ଉଚିତ୍ ।

ଆପଣ ଏହାକୁ ସାମ୍ପୁ କରିବା ର ଗୋଟିଏ ଦିନ ପୂର୍ବରୁ ମଧ୍ୟ ଲଗାଇ ତାପର ଦିନ ସଂପୁ କରି ପାରିବେ ଯାହା ଦ୍ଵାରା ମଧ୍ୟ ଆପଣ ଙ୍କ କେଶ ଝଡ଼ିବା ସମସ୍ୟା ଦୂର ହୋଇ ଯିବ । ତେବେ ଆଜି ଆମେ ସେହି ତେଲ ରେ ଏକ ଏମିତି ସାମଗ୍ରୀ ମିଶାଇ ଲଗାଇବା ବିଷୟ ରେ କହିବୁ ଯାହା ଲଗାଇବା ଦ୍ଵାରା କେଶ ଝଡ଼ିବା ବନ୍ଦ ହୋଇ ଯିବ ।

ତେଲ ଲଗାଇବା ର କେତେ ଫାଇଦା ହୋଇ ଥାଏ ଏହା ତ ଆପଣ ଜାଣିଲେ ତେବେ ଏହି ତେଲ ରେ ଆପଣ କିଛି ରସୁଣ ପକାଇ ଦିଅନ୍ତୁ । ତେବେ ଏହାକୁ କିପରି ପ୍ରସ୍ତୁତ କରିବେ ମୁଁ କହି ଦେଉଚି । ପ୍ରଥମେ କିଛି ରସୁଣ ର ଚୋପା ଭଲ ଭାବରେ ଛଡ଼ାଇ ଦିଅନ୍ତୁ । ଏହା ପରେ ଏହାକୁ ଆପଣ ଯେଉଁ ତେଲ ବ୍ୟବହାର କରୁଛନ୍ତି ସେଥିରେ ପକାଇ ଗରମ୍ କରି ଦିଅନ୍ତୁ ।

5-10 ମିନିଟ୍ ଗରମ୍ କରି ସାରିବା ପରେ ଯେପର୍ଯ୍ୟନ୍ତ ରସୁଣ ର ରଙ୍ଗ ବଦଳି ଯିବ । ତେବେ ଏହା ଗରମ୍ ହୋଇ ସାରିବା ଆପଣ ଏହାକୁ କେଶ ରେ ଲଗାନ୍ତୁ । ଲଗାଇ ସାରିବା ପରେ କେଶ କୁ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ । ପ୍ରାୟ ଦୁଇ ରୁ ତିନି ମାସ ଏହାକୁ ଲଗାଇବା ଦ୍ଵାରା ଆପଣ ଙ୍କ କେଶ ଝଡ଼ିବା ସମସ୍ୟା ଦୂର ହୋଇ ଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।