ନବରାତ୍ରୀର 9 ଦିନରେ ଦେଖୁଛନ୍ତି କି ଏହି 8ଟି ଜିନିଷ ତେବେ ବଦଳିଯାଇପାରେ ଆପଣଙ୍କର ଭାଗ୍ୟ

ନବରାତ୍ରୀର ନଅ ଦିନରେ ଯଦି ଗୃହରେ ଦେଖୁଛନ୍ତି ଏହି 8 ଟି ଜିନିଷ ତେବେ ବଦଳିଯିବ ଆପଣଙ୍କର ଭାଗ୍ୟ ଏବଂ ଏହି ବର୍ଷର ନବରାତ୍ରୀ ପର୍ବ ଆରମ୍ଭ ହୋଇ ସାରିଛି । ସାଧାରଣତଃ ବିଶ୍ୱାସ ରହିଛି ଯେ ମାତା ଲକ୍ଷ୍ମୀଙ୍କର ଆଗମନରେ ବ୍ୟକ୍ତିର ଭାଗ୍ୟ ବଦଳିଯାଇଥାଏ । ଏମିତି ମଧ୍ୟ କୁହାଯାଇଛି ମାତା ଲକ୍ଷ୍ମୀ କୌଣସି ବ୍ୟକ୍ତିଙ୍କ ଠାରେ ଅଧିକ ଦିନ ରୁହନ୍ତି ନାହିଁ ଏବଂ ମାତା ଲକ୍ଷ୍ମୀ ଚଞ୍ଚଳା ସ୍ୱଭାବର ହୋଇଥିବାରୁ ବିଧି ବିଧାନରେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ଆବଶ୍ୟକ ହୋଇଥାଏ । ସେଥିପାଇ ମାତା ଲକ୍ଷ୍ମୀଙ୍କୁ ପୂଜା କରିବା ସମୟରେ କୌଣସି ଭୁଲ କରନ୍ତୁ ନାହିଁ ।

ଏହି ନବରାତ୍ରୀର 9 ଦିନରେ ଦିନ ହେଉ କିମ୍ୱା ରାତିରେ ଏହି ସବୁ ସଙ୍କେତ ଦେଖାଯାଏ ତେବେ ଆପଣଙ୍କର ଭାଗ୍ୟ ବଦଳିବାକୁ ଯାଉଛି । ମାତା ଲକ୍ଷ୍ମୀ ଓ ଦୁର୍ଗାଙ୍କ କୃପାରୁ ଆପଣଙ୍କ ଘରେ ଧନ ବର୍ଷା ହେବାକୁ ଯାଉଛି ।

ନମ୍ୱର – 1 ଯେଉଁ ବ୍ୟକ୍ତି ଏହି ନବରାତ୍ରର ନଅ ଦିନରେ ଯଦି ସ୍ୱପ୍ନରେ ଧଳା କିମ୍ୱା ସୁନେଲୀ ରଙ୍ଗର ସାପ ଦେଖନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ସାପ କୁଣ୍ଡଳିମାରେ ବସିବା ଧନ ଦେବ କୁବେର ଓ ମାତା ଲକ୍ଷ୍ମୀଙ୍କୁ ବୁଝାଇଥାଏ ।

ନମ୍ୱର -2 ଏହି ନଅ ଦିନରେ ଯଦି ଆପଣଙ୍କୁ ଅଜାଣତରେ ହଳଦିଆ ରଙ୍ଗର କୌଣସି ଜିନିଷ ଦେଖାଯାଏ ତେବେ ଆପଣ ଜାଣିନେବେ ଯେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀ ଓ ଦେବୀଙ୍କର କୃପା ପଡିଛି । ଆପଣଙ୍କର ସମସ୍ତ କାର୍ଯ୍ୟ ସଫଳ ହେବାକୁ ଯାଉଛି ।

ନମ୍ୱର – 3 ପୁରାଣ ଅନୁସାରେ ଝାଡୁ ଓ ମାତା ଲକ୍ଷ୍ମୀଙ୍କର ସମ୍ପର୍କ ଅତ୍ୟନ୍ତ ଗଭୀର ହୋଇଥାଏ । ଆପଣ ଯଦି ଏହି ନଅ ଦିନର ଶୁଭ ଅବସରରେ କୌଣସି ପୁରୁଷ ବ୍ୟକ୍ତିଙ୍କୁ ଝାଡୁ କରୁଥିବାର ଦେଖନ୍ତି ତେବେ ଶୀଘ୍ର ଧନବାନ ହେବାର ସମ୍ଭାବନା ରହିଛି ।

ନମ୍ୱର – 4 ଯଦି ଏହି ନଅ ଦିନରେ ଘରେ ଶଙ୍ଖର ଆବାସ ଶୁଣାଯାଏ ତେବେ ଭାଗ୍ୟରେ ପରିବର୍ତ୍ତନ ଆସିଥାଏ ଏବଂ ଆପଣଙ୍କ ଘରେ ସକାଳୁ ସକାଳୁ କୌଣସି ପଶୁ କିମ୍ୱା ପକ୍ଷୀଙ୍କୁ ଦେଖନ୍ତି ତେବେ ଅତ୍ୟନ୍ତ ଶୁଭ ହୋଇଥାଏ ।

ନମ୍ୱର – 5 ଖାସକରି ପବିତ୍ର ଦଶହରା ଦିନ ଯଦି ଆପଣଙ୍କ ଘରେ ଆପଣ ପେଚା ଦେଖୁଛନ୍ତି ତେବେ ଏହି ସଙ୍କେତ ମାତା ଲକ୍ଷ୍ମୀଙ୍କର ଆଗମନର ସୂଚନା ଦେଇଥାଏ ।

ନମ୍ୱର – 6 ଏଥି ସହିତ ମାତା ଲକ୍ଷ୍ମୀ ଓ ଦେବୀଙ୍କର କୃପା ପାଇବାକୁ ଚାହୁଥିଲେ କୌଣସିବି ଜୀବ ଜନ୍ତୁଙ୍କୁ ଆଘାତ କରନ୍ତୁ ନାହିଁ ।

ନମ୍ୱର – 7 ଆପଣ ଯଦି ନବରାତ୍ରୀ ସମୟରେ ସ୍ୱପ୍ନରେ ଫୁଲ ଦେଖନ୍ତି ତେବେ ବୁଝିଯିବେ ଯେ ମାତା ଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ପଡିସାରିଛି ।

ନମ୍ୱର – 8 ଏହି ନଅ ଦିନରେ ଯଦି ଆପଣଙ୍କୁ ସ୍ୱପ୍ନରେ ନଡିଆ,ଫୁଲ ଓ ଶଙ୍ଖ ଦେଖାଯାଏ ତେବେ ଏହାକୁ ଶୁଭ ମନାଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।