ଭଗବାନ ଶ୍ରୀକୃଷ୍ଣ କାହିଁକି ବଞ୍ଚାଇ ନଥିଲେ ଅଭିମନ୍ୟୁ କୁ ଚକ୍ରବ୍ୟୁହରୁ !! କାରଣ ଜାଣିଲେ ଆଖିରେ ଲୁହ ଆସିଯିବ….

ଭଗବାନ ଶ୍ରୀ କୃଷ୍ଣ ମହାଭାରତ ଯୁଧ୍ୟ ରେ କାହିକି ଅଭିମନ୍ୟୁ ଙ୍କୁ ବଞ୍ଚାଇ ନଥିଲେ । ମହାଭାରତ କାହାଣୀ ସହିତ ଆପଣ ସମସ୍ତେ ଜଡିତ ଥିବେ । ତଥାପି ଏହା ସହିତ ଜଡିତ ବହୁତ୍ କଥା ଅଛି ଯାହା ଆପଣ ଜାଣି ନଥିବେ । କିମ୍ବା ସେହି ରହସ୍ୟ କୁ ଆପଣ ବୁଝି ପାରୁ ନଥିବେ । ଆଜି ଆମେ ଆପଣ ଙ୍କୁ କହିବୁ ଏତେ ବଡ଼ ଶକ୍ତିଶାଳୀ ହେବା ସତ୍ତ୍ୱେ ଭଗବାନ ଶ୍ରୀକୃଷ୍ଣ କାହିକି ଭଉଣୀ ସୁଭଦ୍ରା ଙ୍କ ପୁତ୍ର ଓ ମହାରଥୀ ଅର୍ଜୁନ ଙ୍କ ପୁତ୍ର ବିର ଅଭିମୁନ୍ୟୁ ଙ୍କୁ ବଞ୍ଚାଇ ନଥିଲେ ।

ଏହାର ରହସ୍ୟ କୁ ଆମେ ଆଜି ଆପଣ ଙ୍କୁ ସଂକ୍ଷେପ ରେ ଜଣାଇବା ପାଇଁ ଯାଉଛୁ ।ଯେତେବେଳେ ଏହି ସୃଷ୍ଟି ରେ ଅଧର୍ମ ର ମାତ୍ରା ବଢ଼ି ଜାଏ ସେତେବେଳେ ଭଗବାନ କୌଣସି ନା କୌଣସି ଅବତାର ନେଇ ଧର୍ମ ର ରକ୍ଷା କରି ଥାଆନ୍ତି ।

ତେବେ ଏମିତି କିଛି ହୋଇ ଥିଲା ଦ୍ଵାପର ଯୁଗରେ ଯେତେବେଳେ ପୃଥିବୀ ରେ ପାପ ର ମାତ୍ରା ବଢିବା ପାଇଁ ଲାଗିଲା ସେହି ସମୟରେ ଭଗବାନ ବିଷ୍ଣୁ କୃଷ୍ଣ ଅବତାର ନେଇ ଥିଲେ । ଏହା ସହିତ ସମସ୍ତ ଦେବୀ ଦେବତା ଙ୍କୁ ମଧ୍ୟ ଆଜ୍ଞା ଥିଲା ସେମାନେ ନିଜେ କିମ୍ବା ତାଙ୍କ ର ପୁତ୍ର ମାନେ ଏହି ପୃଥିବୀ ରେ ଅବତାର ନିଅନ୍ତୁ ଏବଂ ଭଗବାନ ଶ୍ରୀକୃଷ୍ଣ ଙ୍କୁ ଧର୍ମ ରକ୍ଷା ରେ ସାହାର୍ଯ୍ୟ କରନ୍ତୁ ।

ତେବେ ଯେତେବେଳେ ଏହି ଆଦେଶ କୁ ଚନ୍ଦ୍ରମା ଶୁଣିଲେ ଯେ ତାଙ୍କ ପୁତ୍ର କୁ ବି ପୃଥିବୀ ରେ ଜନ୍ମ ନେବାର ଆଦେଶ ମିଳିଛି ସେତେବେଳେ ସେ ବ୍ରହ୍ମା ଙ୍କ ଆଦେଶ ମାନିବାକୁ ମନା କରି ଦେଇଥିଲେ । ଚନ୍ଦ୍ରମା ଙ୍କ ର ଇଛା ନଥିଲା ଯେ ତାଙ୍କ ପୁତ୍ର ବର୍ଜା ପୃଥିବୀ ରେ ଜନ୍ମ ନେଇ ମହାଭାରତ ଯୁଦ୍ଧ ଲଢୁ । କିନ୍ତୁ ଏହା ପରେ ସମସ୍ତ ଦେବୀ ଦେବତା ଙ୍କ କହିବା ପରେ ତାଙ୍କର ପୁତ୍ର ଅଭିମନ୍ୟୁ ରୂପେ ଜନ୍ମ ଗ୍ରହଣ କଲା ।

ତେବେ ଚନ୍ଦ୍ରମା ନିଜ ପୁତ୍ର କୁ ପୃଥିବୀ କୁ ଛାଡ଼ିବା ସମୟରେ ଦେବତା ମାନଙ୍କ ସହ ସର୍ତ୍ତ ରଖିଲେ ଯେ ମୁଁ ଚାହୁଁନି ମୋ ପ୍ରିୟ ପୁତ୍ର ପୃଥିବୀ ପୃଷ୍ଠ ରେ ଜନ୍ମ ଗ୍ରହଣ କରୁ କିନ୍ତୁ ଏହି କାର୍ଯ୍ୟ ରେ ପଛକୁ ଫେରିବା ମଧ୍ୟ ଉଚିତ୍ ନୁହଁ। ମୋ ପୁତ୍ର ପୃଥିବୀ ପୃଷ୍ଠ ରେ ଅର୍ଜୁନ ଙ୍କ ପୁତ୍ର ଓ ନାରାୟଣ ଙ୍କ ଭଣଜା ଭାବେ ଜନ୍ମ ଗ୍ରହଣ କରିବ କିନ୍ତୁ ବେଶୀ ଦିନ ବଞ୍ଚିବ ନାହିଁ ।

ନାରାୟଣ ଙ୍କ ଅନୁପସ୍ଥିତି ରେ ସେ ଚକ୍ରବିହୁ କୁ ଭେଦ କରିବ ଏବଂ ଘୋର ଯୁଦ୍ଧ କରି ବଡ଼ ବଡ଼ ମହାରଥୀ ମାନଙ୍କୁ ମଧ୍ୟ ଚକିତ କରି ଦେବ । ଏହା ପରେ ସନ୍ଧ୍ୟା ସମୟରେ ମତେ ଦେଖା କରିବା ପାଇଁ ଚାଲି ଆସିବ । ଏହି କାରଣରୁ ଦ୍ରୋଣାଚାର୍ଯ୍ୟ ଙ୍କ ରଚିତ ଚକ୍ରବିହ୍ୟୁ ରେ କୌରବ ମାନଙ୍କ ସହିତ ଯୁଦ୍ଧ କରିବା ସମୟ ରେ କୌରବ ମାନଙ୍କ ହାତ ରେ ବିର ଗତି କୁ ପ୍ରାପ୍ତ ହେବେ ।

ଚନ୍ଦ୍ରମା ଏଥିପାଇଁ ସର୍ତ୍ତ ରଖିଥିଲେ ଯାହା କାରଣ ରୁ ଶ୍ରୀକୃଷ୍ଣ ମଧ୍ୟ ଅଭିମନ୍ୟୁ କୁ ରକ୍ଷା କରି ପାରିଲେ ନାହିଁ । ତେବେ ଏହା ଥିଲା କାରଣ ଯେଉଁ କାରଣ ପାଇଁ ଶ୍ରୀ କୃଷ୍ଣ ଏତେ ଶକ୍ତି ଶାଳୀ ହେବା ସତ୍ତ୍ୱେ ମଧ୍ୟ ବିର ଅଭିମନ୍ୟୁ ଙ୍କୁ ବଞ୍ଚାଇ ପାରିଲେ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।