ଟଙ୍କା ବର୍ଷା କରୁଥିବା ( ଫୁଲ ) କରନ୍ତୁ, ଆଜି ଘରେ ଲଗାନ୍ତୁ ଏହି ଗଛ ଘରକୁ ଟଙ୍କାର ସୁଅ ଛୁଟିବ

ଆପଣ ଜାଣିଥିବେ ଯେ ବୃକ୍ଷ ହେଉଛି ମନୁଷ୍ୟ ପାଈଁ ପ୍ରକୃତି ପ୍ରଦତ୍ତ ବରଦାନ । ଗଛ ର କେବଳ ଉପକାରିତା ଥାଏ କିନ୍ତୁ ବୃକ୍ଷ ର ଅପକାରିତା ଜାଣିନଥିବେ । କାହିଁକି ନା ଯେକୌଣସି ବୃକ୍ଷ ହେଉ ସେ ସବୁ ଆମର ଅର୍ଥାତ ମନୁଷ୍ୟର ସେବାରେ ଲାଗିଛନ୍ତି । ଯଦି କୌଣସି ଗଛରେ କୌଣସି ପ୍ରକାର ଔଷଧୀୟ ଗୁଣ ନଥାଏ ତେବେ ସେହି ଗଛ ବି ମନୁଷ୍ୟର ଉପକାରରେ ଲାଗିଥାଏ । ସେହି ବୃକ୍ଷ ଅକ୍ସିଜେନ ଦେଇଥାଏ ଏବଂ ଏହା ଆମ ବାୟୁ ମଣ୍ଡଳର କାର୍ବନ ଡାଇଅକ୍ସାଇଡକୁ ନିଜର ଶ୍ୱାସରେ ନେଇ ଆମ ବାୟୁ ମଣ୍ଡଳର ସନ୍ତୁଳନ ରକ୍ଷା ହୋଇଥାଏ ।

ପରେ ଏହି ଗଛ ଲୋକ ମାନଙ୍କର ଜାଳେଣି ରୂପେ ଏହା କୁ ବ୍ୟବହାରରେ ଲଗେଇ ଥାନ୍ତି ।

ଆଜି ଆମେ ଆପଣଙ୍କୁ ଏମିତି ଏକ ବୃକ୍ଷର ନାମ କହିବୁ ଯାହାକୁ ଆପଣ ନିଜ ଘରେ ଲଗେଇଲେ ଆପଣଙ୍କ ଘରକୁ ମାତା ଲକ୍ଷ୍ମୀ ଙ୍କର ଆଗମନ ହେବ ଯାହାଦ୍ୱାରା ଆପଣଙ୍କ ଘରେ ଧନର ଅଭାବ ରହିବ ନାହିଁ । ସେହି ବୃକ୍ଷ ହେଉଛି ଅରଖ ଗଛ । ଏହି ଅରଖ ଗଛ ଦୁଇ ପ୍ରକାରର, ଗୋଟିଏ ହେଉଛି ଶ୍ୱେତ ଅରଖ, ଦ୍ଵିତୀୟ ଟି ହେଉଛି ବାଇଗଣୀ ଅରଖ ଅର୍ଥାତ ଏହି ଗଛର ରଙ୍ଗ ହେଉଛି ବାଇଗଣୀ ରଙ୍ଗର ଅଟେ ।

ଏହି ଅରଖ ଗଛର ଫୁଲ ଶିବ, ପାର୍ବତୀ, ଦୁର୍ଗା, ଗଣେଶ ଆଦିଙ୍କର ପ୍ରିୟ ହୋଇଥାଏ । ଏହି ପୁଷ୍ପ ଦେଇ ଏହି ଦେବତା ମାନଙ୍କର ପୂଜା କଲେ ଏମାନେ ସନ୍ତୋଷ ହୋଇଥାନ୍ତି । ଧଳା ଅରଖ ଗଛରେ ଭଗବାନ ଗଣେଶ ରହିଥାନ୍ତି ।

ଜାଣିଥିବେ ଯେ ମନୁଷ୍ୟ ଯେତେବେଳେ କୌଣସି ପୂଜା ଅର୍ଥାତ ପ୍ରତିଷ୍ଠା କରେ ସେତେବେଳେ ସେ ଗଣେଶଙ୍କର ମୂର୍ତ୍ତି ଧାତୁରେ ତଥା ସୁନା ରୁପା ଆଦି ମୂଲ୍ୟବାନ ଧାତୁରେ ନିର୍ମାଣ କରି ପୂଜା କରିଥାଉ ।

କିନ୍ତୁ ଯଦି ଆମେ ଏହି ଧଳା ଅରଖ ଗଛ କୁ ସେହି ଅଫିସ, ଘରେ, ଦୋକାନରେ ଲଗେଇ ପୂଜା କରିବ ତାହାଲେ ଭଗବାନ ଗଣେଶ ଅଧିକ ଶୀଘ୍ର ସନ୍ତୋଷ ହୋଇଥାନ୍ତି । ବନ୍ଧୁଗଣ ଆପଣ ଯଦି ଗୋଟିଏ ଧଳା ଅରଖ ଗଛ ଲଗେଇ ପୂଜା କରିବେ ତାମୂଳରେ ତେବେ ବାରବର୍ଷ ପରେ ସେହି ଗଛର ଚେର ଗଣେଶ ରୁପ ଧାରଣ କରିବ ଆଉ ଏହି ଚେରକୁ ନେଇ ଶୁଖେଇ ପୂଜା କଲେ ସବୁ ପ୍ରକାର ରିଷ୍ଟ ଖଣ୍ଡନ ହୋଇଥାଏ ମନୁଷ୍ୟ ର ।

ଯଦି କୌଣସି ଘରେ ବାପା, ପୁଅ, ସ୍ୱାମୀ, ସ୍ତ୍ରୀ ଭିତରେ ଝଗଡା ଲାଗୁଥାଏ ତାହେଲେ ଆପଣ ଏହି ଗଛକୁ ଘରେ ଲଗେଇ ପୂଜା କରନ୍ତୁ । ଏହି ସମସ୍ୟା ଦୂର ହୋଇଯିବ ।ଯଦି ଘରେ କୌଣସି ପ୍ରକାର କଳାଛାଇ ଥାଏ ତାହାଲେ ଏହି ଗଛକୁ ଘରର ଦ୍ୱାରରେ ଲଗେଇ ପୂଜା କରନ୍ତୁ ତାହାର ପ୍ରଭାବ ପଡିବ ନାହିଁ । ଯଦି ଘରେ ବାସ୍ତୁ ଦୋଷ ଥାଏ ତାହାଲେ ଘରର ଗୋଟିଏ କୋଣରେ ଯଥା ଐଶାନ୍ୟ କୋଣରେ ଲଗାନ୍ତୁ ସମସ୍ତ ବିପଦ ଦୂର ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।