ଦେଖନ୍ତୁ ଛାତିଥରା ଦୃଶ୍ୟ – ରାସ୍ତା ଉପରେ ହସ ଖୁସିରେ ଯାଉଥିବା ଦମ୍ପତି କେବେ ବି ଚିନ୍ତା କରିନଥିବେ ଯେ ତାଙ୍କ ସଙ୍ଗେ ଏମିତି ହେବ

ଏମିତି ବି ଆସେ ବିପତି । ଅଧା ରୁ ଅଧିକ ଶରୀର ପୋତି ହୋଇ ଯାଇଛି । ଅନାନିଶ୍ୱଶି ହୋଇ ଚିତ୍କାର କରୁ ଅଛନ୍ତି ମହିଳା ଜଣଙ୍କ। କ୍ରୋମାଇଟ ତଳେ ପୋତି ହୋଇ ଯାଇଛନ୍ତି ମହିଳା ଜଣଙ୍କ । ଉଦ୍ଧାର କରିବା ପାଇଁ ଲୋକ ମାନେ ଚେଷ୍ଟା କରୁଛନ୍ତି କିନ୍ତୁ ଟନ୍ ଟନ୍ କ୍ରୋମାଇଟ ତଳୁ କେମିତି ଉଦ୍ଧାର କରିବେ ଜାଣି ପାରୁ ନାହାଁନ୍ତି ।

ସେପଟେ ରେ ମହିଳା ଜଣଙ୍କ ଯନ୍ତ୍ରଣା ରେ ଥରକୁ ଥର ଚିତ୍କାର କରି ଚାଲିଛନ୍ତି । ତେବେ ଲୋକ ମାନେ ମଧ୍ୟ କରିବେ କଣ। ଓଲଟି ଯାଇଥିବା ଟ୍ରକ୍ କୁ ସିନା ଉଠାଇଲେ ସେଥିରୁ ଉଦ୍ଧାର କରି ହେବ । କିଛି ଉପାୟ ନପାଇ ବାରୁ ଲୋକ ମାନେ ଖବର ଦେଲେ ପୋଲିସ୍ କୁ । ଘଟଣା ସ୍ଥଳରେ ପୋଲିସ ତୁରନ୍ତ ଆସି ପହଞ୍ଚି ଥିଲା ।

ପୋଲିସ୍ ପହଞ୍ଚି ସାରିବା ପରେ ଟ୍ରକ୍ କୁ ଛିଡ଼ା କରିବା ପାଇଁ ବହୁତ୍ ଚେଷ୍ଟା କରିଲା । ଟ୍ରକ୍ କୁ ଉଠାଇବା ପରେ ଉଦ୍ଧାର କରା ଯାଇଥିଲା ଏହି ଦଂପଡି ମାନଙ୍କୁ । ସେତେବେଳ କୁ କିନ୍ତୁ ପୁରୁଷ ଜଣଙ୍କ ର ନଳୀ ଗୋଡ଼ ଠାରୁ ତଳକୁ ଦୁଇ ଖଣ୍ଡ ହୋଇ ଯାଇଥିଲା ।

ଯାଜପୁର ଜିଲ୍ଲା କଳିଙ୍ଗ ନଗର ପଙ୍ଗପାଳ ର ବଙ୍ଗଳା ଛକ ରେ ଘଟିଛି ଏହି ଭୟାନକ ଦୁର୍ଘଟଣା । ଢେଙ୍କାନାଳ ଜିଲ୍ଲା ନିହାଳପ୍ରସଦ୍ ଅନ୍ତର୍ଗତ ଖଣ୍ଡବନ୍ଧ ଗାଁ ର ଅଲେଖ ସିଂ ନାମକ ଯୁବକ ଜଣକ ନିଜ ଗର୍ଭବତୀ ସ୍ତ୍ରୀ ସୁଚିଶ୍ମିତା ଙ୍କୁ ଧରି

କୌଣସି କାମ ପାଇଁ ଯାଜପୁର ରୋଡ଼ ରେ ଆସୁଥିଲେ । ସେ ରାସ୍ତା ରେ ବାମ ପଟ ରେ ହିଁ ଯାଉଥିଲେ କିନ୍ତୁ ହଠାତ୍ ତାଙ୍କୁ ଓଭରତେକ୍ କରି ଯାଉ ଥିବା କ୍ରୋମାଇଟ ଭରି ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡି ଯାଇ ଥିଲା ।

ଏହି ଭୟଙ୍କର ଦୁର୍ଘଟଣା ର ଦୃଶ୍ୟ ଥିଲା କିଛି ଏମିତି । କ୍ରୋମାଇଟ ସବୁ ତାଙ୍କ ଉପରେ ଢାଳି ହୋଇ ଯାଇ ଥିଲା। ସେ ଟ୍ରକ୍ ତଳେ ରହି ଯାଇ ଥିଲେ । କ୍ରୋମାଇଟ ପଥର ତଳୁ ସିନା ଦୁହିଁଙ୍କୁ ଉଧାର କରା ଯାଇଥିଲା କିନ୍ତୁ ଦୁହିଙ୍କ ଜୀବନ ଏବେ ସଙ୍କଟ ପୂର୍ଣ୍ଣ ।

ପ୍ରଥମେ ତାଙ୍କୁ କଳିଙ୍ଗ ନଗର ମେଡିକାଲ୍ ରେ ଭର୍ତି କରା ଯାଇ ଥିଲା କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନା କୁ ସ୍ଥନତର କରା ଯାଇ ଥିଲା । ଘଟଣା ସ୍ଥଳ ରୁ ଟ୍ରକ୍ ଡ୍ରାଇଭର

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।