ଆଶ୍ଚର୍ଯ୍ୟ ! ଆକାଶରୁ ବର୍ଷିଲା ସୁନାର ବିସ୍କୁଟ, ଗୋଟାଇବା ପାଇଁ ଲାଗିଲା ଲୋକଙ୍କ ଭିଡ଼……

ସୁନା ର ଅଳଙ୍କାର ବା ଗହଣା ପ୍ରାୟତଃ ଅଧିକାଂଶ ଲୋକଙ୍କୁ ପସନ୍ଦ ଆସିଥାଏ। ସମସ୍ତେ ଏହାକୁ ବହୁତ୍ ଆଦର କରିଥାନ୍ତି ଏବଂ ନିଜ ପାଖରେ ରଖିବାକୁ ଭଲ ପାଆନ୍ତି। ଅପର ପକ୍ଷରେ ସୁନା ରେ ତିଆରି ଜିନିଷ ମଧ୍ୟ ଦେଖିବାକୁ ବହୁତ୍ ସୁନ୍ଦର୍ ହୋଇଥାଏ। ଏଥିପାଇଁ ବହୁତ୍ ଆଗ୍ରହର ସହିତ ଏସବୁ କୁ ପିନ୍ଧିବାକୁ ଲୋକେ ପସନ୍ଦ କରନ୍ତି। କିନ୍ତୁ ଏହା ବହୁତ୍ ମୂଲ୍ୟବାନ ହୋଇଥିବା କାରଣରୁ ଏହାକୁ ପିନ୍ଧିବାକୁ ବା କିଣିବାକୁ ସମସ୍ତେ ସକ୍ଷମ ହୁଅନ୍ତି ନାହିଁ।

ତେଣୁ ଏହିଭଳି ଏକ ମୂଲ୍ୟବାନ ଧାତୁ ମଣିଷକୁ ବହୁତ୍ ଭଲ ଲାଗୁଥିଲା ବେଳେ ଯଦି ଏହା ମାଗଣାରେ ଉପଲବ୍ଧ ହୋଇଯାଏ ତେବେ ଆଉ କହିବାର ନାହିଁ। ଲୋକଙ୍କ ଖୁସିର ସୀମା ରହିବ ନାହିଁ।

ସେହିପରି ଏକ ଆଶ୍ଚର୍ଯ୍ୟ କଲାଭଳି ଘଟଣା ଘଟିଛି ଗୁଜୁରାଟର ସୁରଟ ସହର ରେ।ତେବେ ସୁରଟର ଏକ ଗାଁରେ ସୁନାର ବର୍ଷା ହେବାର ଦେଖିବାକୁ ମିଳିବା ପରେ ଲୋକମାନେ ସୁନା ଘରକୁ ନେବା ପାଇଁ ଘରୁ ବାହାରି ରାସ୍ତାକୁ ଆସିଛନ୍ତି। ଖୁସି କହିଲେ ନସରେ।ତେବେ ଯାହା ସୂଚନା ମିଳିଛି,ସେହି ସୂଚନା ମୁତାବକ ଗତକାଲି ରାତିରୁ ସୁରଟ ବିମାନବନ୍ଦର ନିକଟ ଡୁମ୍ମସ୍‌ ଗାଁର ଲୋକ ମାନଙ୍କୁ ଏପରି କିଛି ଜିନିଷ ମିଳିଛି, ଯାହା ଦେଖିବାକୁ ସୁନା ଭଳି।

ଯାହାକୁ ସୁନାଭଳି ଭାବି ସେମାନେ ଘରକୁ ନେବା ପାଇଁ ଆସିଛନ୍ତି ବାହାରକୁ।ତେବେ ରିପୋର୍ଟ ଅନୁଯାୟୀ ସୁନା ପରି ଦେଖା ଯାଉଥିବା ଏହି ଧାତୁ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ।

ତେବେ ଏହା କଣ ଏବଂ ଏହା ରାସ୍ତାରେ ଏବଂ ସେହି ଗାଁ ର ନିକଟରେ ଥିବା ବୁଦା ଭିତରୁ କେଉଁଠାରୁ ଆସିଛି ତାହା ମଧ୍ୟ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ତେବେ ଜଣା ନଥିଲେ ବି ଏହା ସୁନା ଭଳି ଦେଖା ଯାଉଥିବାରୁ ଏହି ଜିନିଷ କୁ ଯିଏ ବି ପାଇଛନ୍ତି ସେ ଏହାକୁ ସୁନା ଭାବି ନେଇ ଯାଇଛନ୍ତି। ଏହାପରେ ସେମାନେ ବହୁତ୍ ଖୁସିରେ ଏହାକୁ ଘରକୁ ମଧ୍ୟ ନେଇ ଯାଇଛନ୍ତି।

ଏହି ଖବର ଗାଁରେ ନିଆଁ ଭଳି ବ୍ୟାପିଯିବା ପରେ ଲୋକମାନେ ସୁନା ନେବା ପାଇଁ ହୁମ୍ମସ ଗାଁରେ ଜମା ହୋଇଥିଲେ।ଏହାପରେ ଏହି ଗାଁ ରେ ଭିଡ ବଢ଼ିବାକୁ ଲାଗିଥିଲା। ପରିସ୍ଥିତି ଏପରି ହୋଇଥିଲା କି ରାତିରେ ମଧ୍ୟ ଲୋକମାନେ ସୁନା ନେବା ପାଇଁ ଟର୍ଚ୍ଚ ଧରି ସୁନା ଖୋଜିବାରେ ସେଠାରେ ଲାଗିଛନ୍ତି।

ତେବେ ସେଠାକାର ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛି ଲୋକ ଏଠାରେ ରାତି ସମୟରେ ଚାଲି ଚାଲି ଯିବା ବେଳେ କିଛି ଉଜ୍ୱଳ ଜିନିଷ ପାଇଛନ୍ତି। କିଛି ଲୋକଙ୍କ କହିବା ଅନୁଯାୟୀ, ଏହି ଚମତ୍କାର ଜିନିଷଟି ସୁନା କିମ୍ବା ପିତ୍ତଳ ଅଟେ,ଏହାକୁ କେହି ଜାଣି ନଥିବା ବେଳେ କିଛି ଲୋକ ଏହାକୁ ସୁନା ଭାବି ଖୋଜିବାରେ ଲାଗିଛନ୍ତି। ଏଥିପାଇଁ ଲୋକେ କିଛି ନମାନି ଏହାକୁ ଖୋଜିବାରେ ଲାଗି ପଡିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।