ଅଦ୍ଭୁତ ଘଟଣା । ୩୪ ହଜାର ଫୁଟ୍ ଉଚ୍ଚତା ରୁ ଏକ ଗ୍ଲାସ୍ ପାଣି ବଞ୍ଚାଇଲା ୮୧ ଜଣଙ୍କ ଜୀବନ । ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…..

ବିଜ୍ଞାନର ଅଭିବୃଦ୍ଧି ଫଳରେ ବେଲେବେ ଏମିତି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଆମ ଚତୁପାର୍ଶ୍ଵ ରେ ଘଟିଥାଏ ଯାହାକୁ ଦେଖି ଆମେ ଆଶ୍ଚର୍ଯ୍ୟ ଚକିତ ହେବା ସ୍ଵାଭାବିକ କଥା। ବାୟୁ ରେ ଚଳାଚଳ କରୁଥିବା ଯାନ ବାହନ ଜନିତ ଦୁର୍ଘଟଣା କୁ ଯଦି ଅନୁମାନ କରାଯାଏ ତଥାପି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ।ସତରେ ଏହା ବହୁତ୍ ଭୟଙ୍କର ଲାଗେ ଯେ ଏମିତି ବି କିଛି ଘଟିପାରେ ଯାହା ଆମେ କଳ୍ପନା କରି ପାରି ନଥାଉ।

ଉଡନ୍ତା ଜାହାଜ ବା ଏରୋପ୍ଲେନ୍ ରେ ଘଟିଥିବା ଏମିତି ଏକ ଘଟଣା ବିଷୟରେ ଆମେ ଆଜି କହିବାକୁ ଯାଉଛୁ ଯାହା ଶୁଣି ଆପଣ ଙ୍କ ହୃଦୟ ଥରି ଉଠିବ ଏବଂ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ।

ତେବେ ଏହି ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ନିଶ୍ଚିତ ଭାବରେ। କାରଣ ଏଠାରେ ପ୍ଲେନ ରେ ଉପସ୍ଥିତ ଥିବା ପାଇଲଟ୍ ମାତ୍ର ଗୋଟିଏ ଗ୍ଲାସ୍ ପାଣିରେ ପ୍ଲେନ ରେ ଥିବା ୮୧ ଜଣଙ୍କର ଜୀବନ ବଞ୍ଚାଇ ପାରିଥିଲେ ଯାହା ଏକ ବିସ୍ମୟକର ଘଟଣା।ଏହା ଏକ ସତ ଘଟଣା ଯାହା ୨୦୧୦ ମସିହା ସେପ୍ଟେମ୍ବର ୭ ତାରିଖ ରେ ଘଟିଥିଲା। ଋଷିଆନ ଏଆର୍ ଲାଇନ୍, ଫ୍ଲାଇଙ୍ଗ କ୍ରାଫ୍ଟ୍ ୫.୦ ଏକ ଦୋମସ୍ତିକ୍ ଏୟାର ଲାଇନ୍ ଥିଲା ।

ଏଥିରେ ୭୨ ଜଣ ପାସେଞ୍ଜର ସହିତ ୯ ଜଣ କ୍ର୍ୟୁ ମେମ୍ବର ମଧ୍ୟ ରହିଥିଲେ। କିନ୍ତୁ ଏଥିରେ ଥିବା ଦୁଇଜଣ ପାଇଲଟ୍ ବହୁତ୍ ଅନୁଭବି ଥିଲେ।ସେମାନଙ୍କର ବିମାନ ଉଡାଣ କ୍ଷେତ୍ରରେ ଅନେକ ଅଭିଜ୍ଞତା ମଧ୍ୟ ରହିଥିଲା।ତେବେ ଜାହାଜ ରେ ଥିବା ଏହି ଦୁଇଜଣ ପାଇଲଟ୍ ସବୁଦିନ ଭଳି ସେଦିନ ମଧ୍ୟ ମୋଷ୍କୋ ଅଭିମୁଖେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ ।

ଏହାପରେ କିଛି ସମୟ ମଧ୍ୟରେ ପ୍ଲେନ ରେ ସମସ୍ୟା ଦେଖା ଦେବା ଆରମ୍ଭ ହୋଇଥିଲା। କିନ୍ତୁ ପାଇଲଟ୍ ଏହାକୁ ସିରିଆସ୍ ଭାବରେ ନେଇ ନଥିଲେ।୮ ମିନିଟ୍ ପରେ ଜାହାଜ ର ସମସ୍ତ ଲାଇଟ୍ ବନ୍ଦ୍ ହୋଇଯାଇଥିଲା। ଏବଂ ଧୀରେ ଧୀରେ ଜାହାଜର ସମସ୍ତ ଇଲେକ୍ଟ୍ରୋନିକ ସିଷ୍ଟମ୍ ଓ ନାଭିଗେସନ୍ ସିଷ୍ଟମ୍ ଅଚଳ ହୋଇ ଯାଇଥିଲା। ପାଇଲଟ୍ ବୁଝି ଯାଇଥିଲେ କୁ ପ୍ଳେନ୍ କ୍ରାଷ୍ ହବାକୁ ଯାଉଛି।

ଏଠାରେ ଯାତ୍ରୀ ମାନେ ମଧ୍ୟ ବହୁତ୍ ଡରି ଯାଇଥିଲେ।ହାୱା ରେ ଏହା ୩୦ ମିନିଟ୍ ପର୍ଯ୍ୟନ୍ତ ଉଡିଥିଲା। ସବୁଠାରୁ ଆଶ୍ଚର୍ଯ୍ୟ ର କଥା ଏହା ଥିଲା ଯେ ପ୍ଲେନ ଟି ୩୪୦୦୦ କିଲୋ ମିଟର ଉଚ୍ଚତା ରେ ଉଡୁଥିବା କାରଣରୁ ସ୍ଥଳ ଭାଗକୁ ଦେଖା ଯାଉ ନଥିଲା।ଏହି ସମୟରେ ପାଇଲଟ୍ ଏକ ଗ୍ଲାସ୍ ରେ ପାଣି ଆଣି ପ୍ଲେନ ର କମ୍ପାସ ସିଷ୍ଟମ୍ ଉପରେ ରଖି ଦେଇଥିଲେ ।

ପ୍ଲେନ ଯେଉଁ ଆଡ଼କୁ ମୋଡୁଚି ଏହି ଗ୍ଲାସ୍ ଟି ସେଇ ଦିଗକୁ ନଉଁ ଥିବାର ଦେଖି ସେମାନେ ଏହାର ଦିଗ ଜାଣି ପାରିଲେ ଓ ସ୍ଥଳ ଭାଗକୁ ଆଣି ପାରିଲେ।ତାପରେ ଋଷ ର ଏକ ଫାଙ୍କା ସ୍ଥାନରେ ସେମାନେ ଏହି ଜାହାଜକୁ ଲାଣ୍ଡ କରିଥିଲେ। ପାଇଲଟ୍ ମାନଙ୍କର ଉପସ୍ଥିତ ବୁଦ୍ଧି କାରଣରୁ ସେଦିନ ୮୧ ଜଣଙ୍କ ଜୀବନ ବଞ୍ଚି ଯାଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।