ହାରିଲାନି ସଚ୍ଚୋଟପଣିଆ: ୨୦ ଲକ୍ଷ ଟଙ୍କାର ଗହଣା ବ୍ୟାଗ୍ ଫେରାଇ ଦେଲେ ଅଟୋ ଡ୍ରାଇଭର୍, ପୋଲିସ କଲା ସମ୍ମାନିତ ! ଏହି ଯୁବକ ଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ….

ଆଜିର ସମାଜରେ କେତେକ ସମୟରେ ଦେଖାଯାଏ କି ଲୋକମାନେ ଅନ୍ୟ କାହାର ଉନ୍ନତି ଦେଖିଲେ ସହ୍ୟ କରିପାରନ୍ତି ନାହିଁ କହିବାକୁ ଗଲେ ପରଧନ ପ୍ରତି ସେମାନଙ୍କର ବହୁତ ଆଶା ରହିଥାଏ । କେତେବେଳେ କୌଣସି ମୂହୂର୍ତ୍ତରେ ଯଦି ସେମାନଙ୍କୁ କିଛି ଜିନିଷ ବିନା କଷ୍ଟରେ ମିଳିଯାଏ ତେବେ ତାହାକୁ ସେମାନେ ନିଜର ଭାବି ରଖିଦିଅନ୍ତି ମାତ୍ର ଭଗବାନଙ୍କର ଆଖି ଆଗରେ ଆଜି ପର୍ଯ୍ୟନ୍ତ କେହି ଜମେ ମନୁଷ୍ୟ ବର୍ତ୍ତି ପାରି ନାହାନ୍ତି । ଅର୍ଥାତ ପର ସମ୍ପତ୍ତିକୁ ନେଇଥିବା ବ୍ୟକ୍ତିକୁ ଭଗବାନ ସୁଧ ସହିତ ତାହାକୁ ଫେରି ଦେଇଥାନ୍ତି । ଏଥିପାଇଁ ମନୁଷ୍ୟକୁ ପ୍ରତ୍ୟେକ ସମୟରେ ଇମାନଦାର ରହିବା ଉଚିତ ।

ଯେତେବେଳେ ଆପଣ ସଚ୍ଚୋଟତାର ସହିତ ସମାଜରେ ରହିଥାନ୍ତି ସେହି ସମୟରେ ଆପଣଙ୍କର ଇଜ୍ଜତ ମଧ୍ୟ ରହିଥାଏ । ତେବେ ଏହି ଇଜ୍ଜତ ପଇସା ଦ୍ୱାରା କେବେବି କିଣା ଯାଇ ପାରିବ ନାହିଁ ।

ତେବେ ଏହିପରି ଏକ ଭାବନା ମୁମ୍ବାଇର ଏକ ଅଟୋ ଡ୍ରାଇଭର ପାଖରେ ଦେଖିବାକୁ ମିଳିଥିଲା , କାରଣ ତାର ଅଟୋରେ 20 ଲକ୍ଷ ଟଙ୍କାର ଗହଣା ଜଣେ ବ୍ୟକ୍ତି ଛାଡିକରି ପଳେଇ ୟାଇଥିଲେ ସୁଦ୍ଧା ସେ ତାହାକୁ ଲୋଭ ନକରି ସେହି ବ୍ୟକ୍ତିକୁ ଫେରାଇ ଦେଇଥିଲେ ।

ସୂଚନା ଅନୁସାରେ ଶ୍ରବଣ କୁମାର ନାମକ ଜଣେ ବ୍ୟକ୍ତି ଚେନ୍ନାଇରେ ଅଟୋ ଚଲାନ୍ତି , ଗୋଟିଏ ଦିନ ଜଣେ ଯାତ୍ରୀ ତାଙ୍କର ଅଟୋରେ ଯାଉଥିବା ସମୟରେ ସେ ଯେତେବେଳେ ଅଟୋରୁ ୱହ୍ଲେଇଥିଲେ ସେହି ସମୟରେ ତାଙ୍କର ଗହଣା ବ୍ୟାଗଟିକୁ ସେହି ଅଟୋରେ ଛାଡି ଦେଇ ପଳେଇ ଆସିଥିଲେ ।

ଏତେ ସାରା ଗହଣା ଦେଖିକରି ମଧ୍ୟ ଅଟୋବାଲାର ମନରେ ବେଇମାନି ଦେଖା ଦେଇନଥିଲା । ସେ ବହୁତ ସଚ୍ଚୋଟତାର ସହିତ ସେହି ବ୍ୟାଗକୁ ପୋଲିସ ଷ୍ଟେସନରେ ଦେଇ କରି ଆସିଥିଲେ । କୁହାଯାଇଥିଲା କି ସେହି ବ୍ୟାଗରେ ପାଖାପାଖି 20 ଲକ୍ଷ ଟଙ୍କାର ଗହଣା ଥିଲା ବୋଲି ।

ସେହି ବ୍ୟାଗଟି ପାଲ ଗ୍ରାଇଟ ନାମକ ଜଣେ ବ୍ୟକ୍ତିଙ୍କର ଥିଲା ସେ ତାର ବନ୍ଧୁଙ୍କର ଘରକୁ ଯାଉଥିଲେ ଏକ ବାହାଘରରେ ସାମିଲ ହେବା ପାଇଁ । ତେବେ ଯାଉଥିବା ସମୟରେ ସେ ଅଟୋରେ ନିଜ ବ୍ୟାଗ ଭୁଲିଯାଇଥିଲେ , ଯେତେବେଳେ ତାଙ୍କୁ ତାଙ୍କର ବ୍ୟାଗ କଥା ମନେ ପଡିଲା ସେ ବହୁତ ଡରିଗଲେ ଏବଂ ତୁରନ୍ତ ହିଁ କ୍ୱମପେଟ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ ଏବଂ ଏହି ସମସ୍ତ କଥା କହିଥିଲେ । ସେହି ବ୍ୟକ୍ତିଙ୍କର ଏହି କଥା ଶୁଣି ପୋଲିସ ତୁରନ୍ତ ଯାଞ୍ଚ ଆରମ୍ଭ କରିଥିଲେ ମାତ୍ର ପ୍ରଥମେ ହିଁ ସେହି ଅଟୋବାଲାଟି ସେହି ବ୍ୟାଗ ପୋଲିସ ଷ୍ଟେସନରେ ଜମା ଦେଇଥିଲେ ।

ଯେତେବେଳେ ସୋସିଆଲ ମିଡିଆରେ ଏହି କଥା ଭାଇରାଲ ହେଲା ପରେ ସମସ୍ତେ ଅଟୋବାଲାକୁ ତାରିଫ କରିବାରେ ଲାଗିଲେ । ସମସ୍ତେ କହିବାକୁ ଲାଗିଲେ କି ଯଦି ସମସ୍ତ ଅଟୋବାଲା ଶ୍ରବଣ କୁମାରଙ୍କ ଭଳି ହେବେ ତେବେ ଆଉ କୌଣସି ଅସୁବିଧା ରହନ୍ତା ନାହିଁ । ଏହା ସହିତ ଏହି ଦୁନିଆ ବଞ୍ଚିବାର ସାହାରା ବନିଯାଇଥାନ୍ତା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।