୨୦ ଡିସେମ୍ବର ୨୦୨୦ ରବିବାର :- ଆଜି ୬ଟି ରାଶିର ବ୍ୟକ୍ତି ଙ୍କୁ ମିଳିବ ସୂର୍ଯ୍ୟ ଦେବ ଙ୍କ ପିଡାରୁ ମୁକ୍ତି ! କର୍ମ କ୍ଷେତ୍ରରେ ଆର୍ଥିକ….

ଆଜି ଇଂରାଜୀ ମାସ ଡିସେମ୍ବର ୨୦ ତାରିଖ ରବିବାର (ମାର୍ଗଶିର ୨୯ ଦିନ)। ଏହି ଦିନରେ ଆପଣଙ୍କ ସହ କଣ ଘଟିବା ପାଇଁ ଯାଉଛି ଏବଂ ଏହି ଦିନଟି ଆପଣଙ୍କ ଜୀବନରେ ଏବଂ କର୍ମ କ୍ଷେତ୍ରରେ କିଭଳି ପ୍ରଭାବ ପକାଇବାକୁ ଯାଉଛି ତାହା ଆମେ ଦୈନିକ ରାଶିଫଳରୁ ଜାଣି ଥାଉ।ଆଉ ସେହି ଅନୁସାରେ ଆମେ ଆମର କର୍ମକୁ ମଧ୍ୟ ସଠିକ୍ ଭାବରେ କରିବାକୁ ଚେଷ୍ଟା କରିଥାଉ।ତେବେ ଆଜି କେମିତି ଆପଣଙ୍କ ଦିନଟି କଟିବାକୁ ଯାଉଛି ଆସନ୍ତୁ ଜାଣିବା ଆଜିର ରାଶିଫଳ ରେ।

ମେଷ- କର୍ମକ୍ଷେତ୍ରରେ ଉନ୍ନତି ହେବ। ମାନ ସମ୍ମାନ ପ୍ରାପ୍ତି ହେବ।ପରାକ୍ରମ କ୍ଷେତ୍ରରେ ଅସଫଳ ହେବେ।ବିବାଦୀୟ ପରିସ୍ଥିତିରେ ଉପସ୍ଥିତ ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବେ। ଏକାଧିକ କାମ ହାତକୁ ନେଇ ବିବ୍ରତ ହୋଇ ପାରନ୍ତି।

ବୃଷ- ଧର୍ମକାର୍ଯ୍ୟରେ ବାଧା ଉପୁଜିବ।ପାରିବାରିକ ସମସ୍ୟା ଦେଖାଦେବ। ଚକ୍ଷୁରେ ପୀଡ଼ା ଦେଖାଦେବ।କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ।

ମିଥୁନ- ସୁସ୍ୱାଦୁ ଭୋଜନ ସହ କର୍ମକ୍ଷେତ୍ରରେ ଉନ୍ନତି ଦେଖାଦେବ। ଶରୀର ଅସୁସ୍ଥ ରହିବ। ଅହଂଭାବ ଦୂର କରନ୍ତୁ ଏବଂ ଫଳରେ ସଫଳତା ପ୍ରାପ୍ତି ହେବ।

କର୍କଟ- ଆପଣଙ୍କ ପାରିବାରିକ ସମସ୍ୟା ଦେଖା ଦେଇପାରେ।ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସ୍ୱାସ୍ଥ୍ୟ ଉତ୍ତମ ରହିବ।ମନ ଭିତର ଗୋପନ କଥାକୁ ମନରେ ରଖି ପାରିବେ ନାହିଁ ଯେଉଁ କାରଣରୁ ଅନ୍ୟକୁ କହି ସମାଲୋଚିତ ହେବେ।

ସିଂହ- ଆପଣଙ୍କ ଆୟ ମଧ୍ୟମ ରହିବ।ଶତ୍ରୁବୃଦ୍ଧି ହେବେ। ମାନସିକ ଅଶାନ୍ତି ପାଇବେ । ସୁସ୍ୱାଦୁ ଭୋଜନ କରିବେ। ଆପଣଙ୍କ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେବା ସଙ୍ଗକୁ ସାମାନ୍ୟ ଶାରୀରିକ ଅସୁସ୍ଥତା ମଧ୍ୟ ଅନୁଭବ କରିପାରନ୍ତି।

କନ୍ୟା- କର୍ମକ୍ଷେତ୍ରରେ ସଜାଗ ରହିବା ଆବଶ୍ୟକ । ଭାବିଚିନ୍ତି ଧନର ଆଦାନ ପ୍ରଦାନ କରନ୍ତୁ । ଯୁକ୍ତିତର୍କ ଠାରୁ ଦୂରେଇ ରହନ୍ତୁ। ପାରିବାରିକ ଶାନ୍ତି ମିଳିବ।

ତୁଳା- ସନ୍ତାନକୁ ନେଇ ଚିନ୍ତା ଦେଖାଦେବ।ଶରୀର ଅସୁସ୍ଥ ରହିପାରେ। ପରାକ୍ରମ କ୍ଷେତ୍ରରେ ଜୟଲାଭ କରିବେ।ପ୍ରେମ ସମ୍ପର୍କ ଦୃଢ଼ ହେବ।

ବିଛା- ଗୁରୁଜନଙ୍କ ସମ୍ମାନ କରନ୍ତୁ। ସନ୍ତାନକୁ ନେଇ ଆନନ୍ଦିତ ହେବେ। ସନ୍ତାନ ସୁଖ ପ୍ରାପ୍ତି ହେବ। ଆୟ ଉତ୍ତମ ରହିବ । ଅହଂକାର ତ୍ୟାଗ କରନ୍ତୁ ଜୀବନରେ ଏହା ଆପଣଙ୍କୁ ହଇରାଣ କରିବ ସଫଳତା ପାଇବାରେ।

ଧନୁ- ପରିବାରରେ ମନ ମିଳାଇ ଚଳନ୍ତୁ ।ଶତ୍ରୁ ବୃଦ୍ଧି ହେବ। ବେପାର ବାଣିଜ୍ୟରେ ସଫଳତା ପାଇବେ। ଆଶାନୁରୂପ ଫଳ ମଧ୍ୟ ପାଇବେ।କର୍ମକ୍ଷେତ୍ରରେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଆଶ୍ୱସ୍ତି ଲାଭ କରିବେ।

ମକର- କର୍ତ୍ତବ୍ୟ ପରାୟଣ ହୋଇ କାର‌୍ୟ୍ୟ କରନ୍ତୁ । ବାଣୀ ନିୟନ୍ତ୍ରଣରେ ରଖନ୍ତୁ । ପରିବାରର ସହଯୋଗ ପାଇବେ। ସାଂସାରିକ ଜୀବନରେ ଖୁସି ଶାନ୍ତି ପ୍ରତିଷ୍ଠା ହେବ।

କୁମ୍ଭ- ତରବରିଆ ଭାବେ କୌଣସି କାର‌୍ୟ୍ୟ କରନ୍ତୁ ନାହିଁ । ଭାବିଚିନ୍ତି ଧନ ନିବେଶ କରନ୍ତୁ । ପାରିବାରିକ ସମସ୍ୟା ଦୂର ହେବ। ପ୍ରେମ ସମ୍ପର୍କ ବୃଦ୍ଧି ପାଇବ। ବୈବାହିକ ଜୀବନ ଆନନ୍ଦମୟ ହେବ।

ମୀନ- ଆପଣ ଅହଂଭାବ ଦୂର କରିବା ସହ ଆପଣ ଯାହା କହୁଛନ୍ତି ସେହି କଥା ବା ବାଣୀକୁ ନିୟନ୍ତ୍ରଣରେ ରଖନ୍ତୁ। ହଠାତ୍‌ କ୍ରେଧାନ୍ଵିତ ହୁଅନ୍ତୁ ନାହିଁ ।ଆଜି ସୁସ୍ୱାଦୁ ଭୋଜନ କରିବେ। ଦୂର ଯାତ୍ରା ଯୋଗ ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।