ଚାଷି ମାନଙ୍କ ପାଇଁ ଆସିଲା ଖୁସି ଖବର ! ଆଜି ଓ ଆସନ୍ତାକାଲି ୧୧ଟି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। କେଉଁ କେଉଁ ଜିଲ୍ଲା ଦେଖନ୍ତୁ। ,, ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ……
17 ତାରିଖରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡିଶା ସମେତ ଗଜପତି , ଗଞ୍ଜାମ , କେନ୍ଦୁଝର , ମୟୂରଭଞ୍ଜ , ଅନୁଗୁଳ , ଢେଙ୍କାନାଳ , ଯାଜପୁର , ବାଲେଶ୍ୱର , ଭଦ୍ରକ ଜିଲ୍ଲାରେ ବର୍ଷା ହେବ । ତେବେ ଏହି ବର୍ଷା ହେବା ସହିତ ସେହି 17 ତାରିଖରେ ମଧ୍ୟ. ବିଭିନ୍ନ ଜିଲ୍ଲାକୁ ଝଡ ତୋଫାନ ସହିତ ବଜ୍ରପାତ ହେବ ବୋଲି ଭୁବନେଶ୍ୱର ଆ଼୍ଚଳିକ ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି ।
ଯେଉଁଥିପାଇଁ କି ରାୟଗଡା , ଗଜପତି , ଗଞ୍ଜାମ , କନ୍ଧମାଳ , ବୌଦ୍ଧ , ସୋନପୁର , ବଲାଙ୍ଗିର , ମୟୂରଭ଼ଞ୍ଜ , କେନ୍ଦୁଝର , ବାଲେଶ୍ୱର , ଭଦ୍ରକ , ଯାଜପୁର , ଅନୁଗୁଳ ଓ ଢେଙ୍କାନାଳ ଆଦି 15 ଜିଲ୍ଲାକୁ ଝଡତୋଫାନ ସହିତ ବଜ୍ରପାତ ହେବାର ଆଶଙ୍କା ରହିଥିବାରୁ ଏହି ଜିଲ୍ଲା ମାନଙ୍କୁ ୟଲୋ ୟାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା 3 ରୁ 4 ଦିନ ପର୍ଯ୍ୟନ୍ତ ରାତିର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଦେଖାଦେବ ।
ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ପାଣିପାଗ ବିଭାଗର ସୂଚନା ଅନୁୟାୟୀ ଆଜି ଏବଂ କାଲି ବର୍ଷା ହେବାର ସମ୍ଭାବନା ବହୁତ ମାତ୍ରାରେ ରହିଛି । ଏହି ଜିଲ୍ଲା ଗୁଡିକ ହେଉଛି ମୟୂରଭଞ୍ଜ , ସୁନ୍ଦରଗଡ , ଝାରସୁଗୁଡା , ସମ୍ବଲପୁର , କେନ୍ଦୁଝର , ଦେବଗଡ , ବାଲେଶ୍ୱର , ଅନୁଗୁଳ , ବଲାଙ୍ଗିର , ନୂଆପଡା ଏବଂ ବରଗଡ ।
ସେହିପରି 18 ଏବଂ 19 ତାରିଖରେ 12 ଜିଲ୍ଲାରେ ବର୍ଷା ହୋଇପାରେ ସେହି ସମସ୍ତ ଜିଲ୍ଲାକୁ ପାଣିପାଗ ବିଭାଗ ୟଲୋ ୟାର୍ଣ୍ଣିଂ ଜାରି କରିବା ସହିତ ସର୍ତକ ରହିବା ପାଇଁ ମଧ୍ୟ ସୂଚନା ପ୍ରଦାନ କରିଛି ।
ଏହା ସହିତ ମଧ୍ୟ 18 ତାରିଖରେ କେନ୍ଦୁଝର , ମୟୂରଭଞ୍ଜ , କନ୍ଧମାଳ , ଗଜପତି , ଗଞ୍ଜାମ , ଅନୁଗୁଳ , ଢେଙ୍କାନାଳ , ଯାଜପୁର , ଭଦ୍ରକ , ବାଲେଶ୍ୱର ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତେଣୁ ଆପଣ ମାନେ ଏହି କରୋନା ସମୟରେ ବର୍ଷା ପାଗରେ ଘରୁ ବାହାରକୁ ବାହାରନ୍ତୁ ନାହିଁ ବିଶେଷ ଜରୁରୀ କାମ ନଥିଲେ ଘରେ ରୁହନ୍ତୁ ।
ପାଣିପାଗ ବିଭାଗର ସୂଚନା ପରେ ଏହି ସମସ୍ତ ଜିଲ୍ଲାର ଜିଲ୍ଲାପଳଙ୍କୁ ଚିଠି ଲେଖି ସତର୍କ ରହିବା ପାଇଁ ସୂଚନା ପ୍ରଦାନ କରିଛି ସ୍ୱତନ୍ତ୍ର ରିଲିଫ କମିଶନର କାର୍ଯ୍ୟାଳୟ । ସ୍ଥିତି ଉପରେ ନଜର ରଖିବାକୁ ଜିଲ୍ଲାପଳ ମାନଙ୍କୁ କୁହାୟାଇଛି ସେହିପରି ଫସଲକୁ ସୁରକ୍ଷିତ ରଖିବା ପାଇଁ ଲୋକମାନଙ୍କୁ ଦିଆଯାଇଛି ପରାମର୍ଶ ।
ଏହିପରି କି ଏହି ବର୍ଷା ସମୟରେ ଲୋକମାନେ ଯେପରି ବିଲବାଡିକୁ ନଯାଆନ୍ତୁ ସେଥିପାଇଁ ମଧ୍ୟ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି । କାରଣ ବର୍ଷାରେ ଅତ୍ୟାଧିକ ଥଣ୍ଡା ହେଲେ ତାହା ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ଅଟେ ।