ଜରୁରୀ ଖବର ! ୧୫ ମିନିଟ ଅଧିକ ଖଟିଲେ ଡବଲ ଦରମା ଦେବେ କମ୍ପାନୀ, ସେୟାର କରି ସମସ୍ତଙ୍କୁ ଜଣାନ୍ତୁ…

ଚାକିରି କରୁଥିବା ଲୋକ ମାନଙ୍କ ପାଇଁ ବଡ଼ ଖବର । ଏବେ ଓଭର ଟାଇମ୍ କଲେ ମିଳିବ ଅଧିକ ଦରମା । ଏଣିକି ୯ ଘଣ୍ଟିଆ ବଦଳରେ ୮ ଘଣ୍ଟିଆ କାମ କରିବେ କର୍ମଚାରୀ । ୮ ଘଣ୍ଟା ରୁ ଅଧିକ କାମ କଲେ ଏବେ କର୍ମଚାରୀ ପାଇବେ ଓଭର ଟାଇମ୍ । ତେବେ ୨୦୧୯ ମସିହା ରେ କର୍ମଚାରୀ ମାନଙ୍କ ପାଇଁ ନୂତନ ବେତନ କୋଡ ଆରମ୍ଭ ହୋଇଥିଲା ।

ଯେଉଁ ଥିରେ କର୍ମଚାରୀ ମାନଙ୍କ ୱର୍କିଙ୍ଗ ଆୱର୍ କୁ ୯ ଘଣ୍ଟା ବଦଳରେ ୮ ଘଣ୍ଟା କରିବା ପାଇଁ ପ୍ରସ୍ତାବ ଦିଆ ଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟ ରେ ଲୋକ ମାନଙ୍କ ମନରେ ଏହି ପ୍ରସ୍ତାବ କୁ ନେଇ ସନ୍ଦେହ ସୃଷ୍ଟି ହୋଇ ଥିଲା। ୧୨ ନୁହେଁ ୮ ଘଣ୍ଟା ହେବ ୱାର୍କିଂ ହୱର୍ ।

ଜାତୀୟ ଗଣ ମାଧ୍ୟମ ରେ ପ୍ରକାଶିତ ଖବର ଅନୁସାରେ , କର୍ମଚାରୀ ମାନଙ୍କ ଡେଲି ୱର୍କିଙ୍ଗୀ ହୱର୍ସ କୁ ୮ ଘଣ୍ଟା ହିଁ ରଖିବା ପାଇଁ ବିଚାର କରା ଯାଉଛି। କିନ୍ତୁ ଏହା ପରେ ଓଭର ଟାଇମ୍ ଆରମ୍ଭ ହେବ। ଆଉ ଏହି ଓଭର ଟାଇମ୍ ର ଦରମା କର୍ମଚାରୀ ମାନଙ୍କ ଦୈନିକ ଦରମା ଠାରୁ ପ୍ରାୟ ଦୁଇ ଗୁଣ ଅଧିକ ରହିବ। ୧୫ ମିନିଟ୍ ରୁ ଅଧିକ ଖଟିଲେ ଓଭର ଟାଇମ୍ । ଫେକ୍ଟ୍ରିଯି ଅକ୍ଟ୍ ଅନୁଯାୟୀ ବିଭିନ୍ନ କମ୍ପାନୀ ମାନଙ୍କ ରେ କାମ କରୁଥିବା କର୍ମଚାରୀ ମାନଙ୍କୁ ୯ ଘଣ୍ଟା ରୁ ଅଧିକ ଟାଇମ୍ କାମ କରାଇ ଥିଲେ ମଧ୍ୟ ସେମାନଙ୍କୁ ଓଭର ଟାଇମ୍ ଦିଅନ୍ତି ନାହିଁ ।

କାରଣ ସମ୍ପ୍ରଦିକ ବ୍ୟବସ୍ଥା ଅନୁସାରେ ଯଦି କୌଣସି କମ୍ପାନୀ ତାର ଧର୍ଯ୍ୟ ସମୟ ପରେ ୩୦ ମିନିଟ୍ ରୁ ଅଧିକ ସମୟ ଦିଅନ୍ତି ତାକୁ ଓଭର ଟାଇମ୍ ଧରା ଯିବ ନାହିଁ। ମାତ୍ର ଏହି ନୂଆ ଶ୍ରମ ଆଇନ୍ ଅନୁସାରେ ଏଣିକି ୧୫-୩୦ ମିନିଟ୍ ର ଅଧିକ ଶ୍ରମ କୁ ଅଧ ଘଣ୍ଟା ର ଓଭର ଟାଇମ୍ ବୋଲି ଧରା ଯିବ । ଅର୍ଥାତ୍ ଧର୍ଯ୍ୟ ସମୟ ଠାରୁ ଆରମ୍ଭ କରି ଯଦି ଅଧିକ ସମୟ କାମ ରେ ଦିଅନ୍ତି ତେବେ ଏହାକୁ ଓଭର ଟାଇମ୍ ବୋଲି ଧରାଯିବ । ସମୟ ରେ ମିଳିବ କର୍ମଚାରୀ ମାନଙ୍କୁ ଦରମା ।

ନୂଆ ଶ୍ରମ ବେତନ ଆଇନ୍ କୁ ଅଗଷ୍ଟ ମାସରେ ସାଂସଦ ରେ ପାରିତ କରାଯାଇ ଥିଲା ଯାହାକୁ ଚଳିତ ବର୍ଷ ଏପ୍ରିଲ ୧ ରୁ ଲାଗୁ କରିବା ପାଇଁ ଯୋଜନା କରାଯାଉ ଅଛି। ଏଥିରେ କର୍ମଚାରୀ ମାନଙ୍କ ଦରମା ବୋନସ ସଂକ୍ରାନ୍ତି ରୁ ଚାରି ପ୍ରତିଶତ ନିୟମ ସ୍ଥିର କରାଯାଇ ଅଛି।

ଯାହାକୁ ପେମେଣ୍ଟ ଅଫ୍ ୱେଜ ଆକ୍ତ 1936 ସର୍ବନିମ୍ନ ମଜୁରୀ ଆକ୍ତ ଅଧିନିୟମ 1948 , ପେମେନ୍ତ୍ ଅଫ୍ ବୋନସ ଆକ୍ତ 1965 ଏବଂ ସମାନ ଦରମା ଆଇନ୍ 1976 ରଖା ଯାଇଛି। ତେବେ ଏହି ନୂଆ ବେତନ ଆଇନ୍ ରେ କର୍ମଚାରୀ ମାନଙ୍କୁ ସର୍ବନିମ୍ନ ମଜୁରୀ ସହିତ ସଠିକ୍ ସମୟ ରେ ଦରମା ପ୍ରଦାନ କରିବା ପାଇଁ ମଧ୍ୟ ଉଲ୍ଲେଖ କରାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।