ଅଜବ ଘଟଣା । ୧୦ ଟଙ୍କାରେ ବିରିଆନୀ ବିକ୍ରୀ କରି ଫସିଲେ ଦୋକାନୀ । ପୋଲିସ ବିଚ ରାସ୍ତାରେ କଲା ଏମିତି…….

ବିରିଆନି ସେଣ୍ଟର୍ ଖୋଲିଲେ ଜେଲ୍ ଗଲେ। ପ୍ରସଙ୍ଗ ଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ ଯାହା ଘଟିଛି ତାମିଲନାଡୁ ରେ।ଏଠାରେ ଆରୋପକୁତାଇ ରେ ଜାହିର ହୁସେନ ନାମକ ଯୁବକ ୧୦ ଟଙ୍କା ରେ ବିରିଆନୀ ବିକ୍ରୀକରି ଗିରଫ ହୋଇଛନ୍ତି। ଘଟଣା ଟି ବିଷୟରେ ସମ୍ପୂର୍ଣ୍ଣ ଜାଣିଲା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଏଠାରେ ଜାହିର ହୁସେନ ନାମକ ଯୁବକ ବିରିଆନୀ ସେଣ୍ଟର୍ ଖୋଲିବା ପାଇଁ ଆଡ ଦେଇଥିଲେ ଏବଂ କହିଥିଲେ ଯେ ସେଣ୍ଟର୍ ଖୋଲିବାର ପ୍ରଥମ ଦିନ ୧୦ ଟଙ୍କାରେ ବିକ୍ରୀ ହେବ ଏହି ବିରିଆନୀ ୨ ଘଣ୍ଟା ପାଇଁ।

ଏହି ୨୯ ବର୍ଷୀୟ ଯୁବକ ଗତ ରବିବାର ଦିନ ଦୋକାନ ଖୋଲିଲେ ଏବଂ ଦୁଇ ଘଣ୍ଟା ପାଇଁ ଅର୍ଥାତ୍ ସକାଳ ୧୧ ରୁ ଦି ପ୍ରହର ଗୋଟାଏ ପର୍ଯ୍ୟନ୍ତ ସେ ସେଦିନ ଦୋକାନ ଖୋଲିଥିଲେ।୧୦ ଟଙ୍କାରେ ବିରିଆନୀ ମିଳିବାକୁ ଥିବା ବେଳେ ଦୋକାନ ଆଗରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା। ଅନେକ ଲୋକ ସେଠାରେ ଏକଜୁଟ ହେବା ସହିତ ସାମାଜିକ ଦୂରତା ମାନି ନଥିଲେ।

ସେଦିନ ଏହି ଦୋକାନୀ ୨୫୦୦ ପ୍ଲେଟ୍ ବିରିଆଣି ତିଆରି କରିଥିଲେ। ତା ମଧ୍ୟରୁ ମାତ୍ର ୫୦୦ ସହ ପ୍ଲେଟ୍ ବିକ୍ରୀ ହୋଇ ପାରିଥିଲା।ଏବଂ ସାମାଜିକ ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ ସେଠାରେ ପହଞ୍ଚି ଥିଲା ଏବଂ ଲୋକଙ୍କୁ ଆୟତ୍ତ କରିବାକୁ ଚେଷ୍ଟା ମଧ୍ୟ କରିଥିଲା। ହେଲେ ଲୋକେ ଶୁଣି ନଥିଲେ।

ଶେଷରେ ସେଠାରେ ପୋଲିସ୍ ଚେୟାର ପକାଇ ବସି ରହିଲା।ତାପରେ ବି ଲୋକେ ଭିଡ଼ ଜମେଇ ଥିଲେ। ଏହାକୁ ଦେଖି ପୋଲିସ ଶେଷରେ ଦୋକାନୀ କୁ ଗିରଫ କରିବାକୁ ବାଧ୍ୟ ହେଲା। କରନା କଟକଣା ଭିତରେ ଏଭଳି ଆଡ୍ ଦେଇ ଲୋକଙ୍କୁ ପ୍ରଲୋଭିତ କରି ସାମାଜିକ ଦୂରତା ରକ୍ଷା ନକରି ଏମିତି କୋଭିଡ଼ ଗାଇଡଲାଇନ ର ଉଲ୍ଲଂଘନ କରିବାକୁ ନେଇ ପୋଲିସ୍ ଉକ୍ତ ଯୁବକ କୁ ଗିରଫ କରିଛି ଏବଂ ତାଙ୍କ ନାମରେ କରନା ମହାମାରୀ ର ନିୟମ ଉଲ୍ଲଂଘନ କରିବାକୁ ନେଇ ଅନେକ କେଶ୍ ମଧ୍ୟ ରୁଜୁ କରା ଯାଇଛି।

ଯାହାକୁ ନେଇ ଏବେ ସେ ଗିରଫ ହୋଇଛନ୍ତି ଏବଂ ତାଙ୍କର ଦୋକାନ ମଧ୍ୟ ବନ୍ଦ କରି ଦିଆ ଯାଇଛି।ଶେଷରେ ଦୋକାନୀ ପ୍ରସ୍ତୁତ କରିଥିବା ୨୫୦୦ ପ୍ଲେଟ୍ ବିରିଆନୀ ମଧ୍ୟରୁ ମାତ୍ର ୫୦୦ ପ୍ଲେଟ୍ ବିକ୍ରି ହୋଇଥିବା ବେଳେ ବାକି ଆଉ ୨୦୦୦ ପ୍ଲେଟ୍ କୁ ଗରିବ ଲୋକମାନଙ୍କୁ ଦାନ କରି ଦିଆ ଯାଇଥିଲା ଦୋକାନୀ ଙ୍କ ପକ୍ଷରୁ।ତେବେ ୧୦ ଟଙ୍କାରେ ବିରିଆନୀ ମିଳିବ ଶୁଣି ଲୋକଙ୍କ ଏହିଭଳି ଉତ୍ସାହ ଏବଂ ଭିଡ଼ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ପୋଲିସ ଏବଂ ପ୍ରଶାସନ ପକ୍ଷରୁ ଏହିଭଳି ଭାବରେ ଆଡ ଦେଇ ଲୋକଙ୍କୁ ଏମିତି ପରିସ୍ଥିତି ସୃଷ୍ଟି କରିବାକୁ ବାଧ୍ୟ କରିବାକୁ ମନା କରା ଯାଇଚି ଏବଂ ସଚେତନ ମଧ୍ୟ ଦୋକାନୀ ମାନଙ୍କୁ କରାଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।