ଖୁସି ଖବର – ୧୦ ମାସରେ ସୁନା ଦର କମିଲା ୧୧ ହଜାର ଟଙ୍କା, ଦେଖନ୍ତୁ ଏବେ ବଜାରରେ କେତେ ରହିଛି ସୁନା ଏବଂ ରୁପା ଦର
ସୁନା କିଣିବା କୁ ଇଛୁକ ଅଟନ୍ତି କି । ଯଦି ହଁ ତେବେ ଏହି ସମୟ ହିଁ ଆପଣଙ୍କ ସୁନା କିଣିବା ପାଇଁ ସୁବର୍ଣ୍ଣ ସୁଯୋଗ ଅଟେ କାରଣ ମଲ୍ଟି କମୋଡିଟି ରେ ଆଜି ସକାଳୁ ସୁନା ଦାମ ହ୍ରାସ ପାଇ ଥିବାର ଦେଖିବାକୁ ମିଳିଛି। କେବଳ ସୁନା ନୁହେଁ ସୁନା ସହିତ ରୁପା ର ଦର ମଧ୍ୟ ଶସ୍ତା ହୋଇଛି। ତେବେ କଣ ରହିଛି ଏନେଇ ସମ୍ପୂର୍ଣ ତଥ୍ୟ ଆସନ୍ତୁ ଜାଣିବା ;
କମିଲା ସୁନା ଦର। ଘରୋଇ ବଜାରରେ ସୁନାଦର ହ୍ରାସ ପାଇଥିବା ଦେଖିବାକୁ ମିଳିଛି।ସୁନା ବ୍ୟତୀତ ବିଶ୍ୱ ବଜାରରେ ରୂପା ଦର ମଧ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଏମସିଏକ୍ସରେ ସୁନା ଦାମ ପାଖା ପାଖି ୧୦ ଗ୍ରାମକୁ ୨୫୦ ଟଙ୍କା ହ୍ରାସ ସହ ୪୫,୩୦୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ପ୍ରତି କିଲୋକୁ ୩୯୬ ଟଙ୍କା ହ୍ରାସ ସହ ୬୯,୨୧୬ ଟଙ୍କାରେ କାରବାର ଚାଲିଥିଲା।
ଗତ କିଛିମାସ ହେବ ଲଗାତାର ଭାବେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଚଳିତ ସପ୍ତାହ ଆରମ୍ଭରୁ ସୁନା ଦରରେ ବୃଦ୍ଧି ଘଟିଥିବା ବେଳେ ଆଜି ଏହା ହ୍ରାସ ହୋଇଛି। ମଙ୍ଗଳବାର ଦିଲ୍ଲୀରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୬୭୯ ଟଙ୍କା ହ୍ରାସ ସହ ୪୪,୭୬୦ ଟଙ୍କାରେ ପହଞ୍ଚି ଥିଲା।
ଚଳିତ ବର୍ଷ ଜାନୁଆରୀ ୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସର୍ରାଫା ବଜାରରେ ୨୪ କ୍ୟାରେଟ୍ ସୁନା ୪,୯୬୩ ଟଙ୍କା ଶସ୍ତା ହୋଇଛି। ଗତ ୧୦ ମାସ ମଧ୍ୟରେ ସୁନା ପାଖାପାଖି ୧୧ ହଜାର ଟଙ୍କା ଶସ୍ତା ହୋଇଛି। ୨୦୨୦ ଅଗଷ୍ଟରେ ସୁନା ୫୬,୨୦୦ ଟଙ୍କା ରେକର୍ଡ ସ୍ତରରେ ପହଞ୍ଚି ଥିଲା।
Good Returnsର ଏକ ରିପୋର୍ଟ ଅନୁସାରେ, ଆଜି ୨୪ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମକୁ ୪୫,୩୭୦ଟଙ୍କା ଥିବାବେଳେ ରୂପା ଦର ପ୍ରତି କିଲୋକୁ ୬୭,୯୦୦ ଟଙ୍କା ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।